ଘର ଖୋଳୁଥିବା ବେଳେ ପାଇଲେ ୨୫ ଲକ୍ଷ ଟଙ୍କାର ଗହଣା କିନ୍ତୁ ରଖିପାରିଲେ ନାହିଁ

ହାରଦୋଇରେ ଜଣେ ବ୍ୟକ୍ତି ନିଜ ଘର କରିବା ପାଇଁ ଖୋଳୁଥିବା ବେଳେ ୨୫ ଲକ୍ଷ ଟଙ୍କା ଗହଣା ପାଇଥିଲେ। କିନ୍ତୁ ତାଙ୍କ ପାଖରେ ଏହି ଗହଣାର କୌଣସି ସଠିକ କାଗଜପତ୍ର ନଥିବାରୁ ଏହାକୁ ରଖିପାରିନାହାନ୍ତି। ଏହାକୁ ପୋଲିସ ଜବତ କରିନେଇଛି। ଉକ୍ତ ଗହଣା ମଧ୍ୟରେ ୬୫୦ ଗ୍ରାମ ସୁନା ଏବଂ ୪.୩ କେଜି ରୂପା ଅଳଙ୍କାର ରହିଛି। ଏହି ଅଳଙ୍କାର ପାଖାପାଖି ୧୦୦ ବର୍ଷ ପୂର୍ବର ବୋଲି ଜଣାପଡୁଛି ବୋଲି ପୋଲିସ ସୁପରିଟେଣ୍ଡଣ୍ଟ ଆଲୋକ ପ୍ରିୟଦର୍ଶୀ କହିଛନ୍ତି।

ସେହି ବ୍ୟକ୍ତି ଗହଣା ପାଇବା ମାତ୍ରେ ଗାଁର ଚାରିଆଡେ ଖବର ପ୍ରକାଶିତ ହୋଇଯାଇଥିଲା। ପ୍ରଥମେ ଏହି ବ୍ୟକ୍ତି ପାଇଥିବା ଗହଣା ତାଙ୍କର ନୁହେଁ ବୋଲି କହିଥିବା ବେଳେ ପରେ ସତ ମାନିଥିଲେ। କିନ୍ତୁ ଏହି ଗହଣାର କୌଣସି କାଗଜପତ୍ର ତାଙ୍କ ପାଖରେ ନଥିବାରୁ ପୋଲିସ ଏହାକୁ ଜବତ କରିନେଇଥିଲା।