ନାବାଳିକା ପତ୍ନୀକୁ ଖଣ୍ଡ ଖଣ୍ଡ କରି କାଟିି ଜଙ୍ଗଲରେ ଫିଙ୍ଗିଲା ନୃଶଂସ ସ୍ୱାମୀ, ପୋଲିସ ଗିରଫ କରିବା ପରେ ଓଗାଳିଲା ସତ

ନାବାଳିକା ପତ୍ନୀକୁ ମାରି ଖଣ୍ଡ ଖଣ୍ଡ କାଟିଥିଲା ସ୍ୱାମୀ । ପରେ ଗୋଟେ ବ୍ୟାଗରେ ମୁଣ୍ଡ ଆଉ ଗୋଟେରେ ଗଣ୍ଡିକୁ ଭର୍ତ୍ତି କରି ଜଙ୍ଗଲରେ ଫିଙ୍ଗିଦେଇଥିଲା ଅଭିଯୁକ୍ତ । ପୋଲିସ ଗିରଫ କରି ପଚାରିବା ପରେ ଓଗାଳିଲା ସବୁ ସତ ।

ନାବାଳିକା ପତ୍ନୀକୁ ହତ୍ୟା ପରେ ଖଣ୍ଡ ଖଣ୍ଡ କରି କାଟି ବିଭିନ୍ନ ସ୍ଥାନରେ ପକାଇଥିଲା ଯୁବକ । ପରିବାର ଲୋକ ନିଖୋଜ ହେବା ନେଇ ଥାନରେ ଅଭିଯୋଗ କରିବା ପରେ ଘଟଣା ସାମ୍ନାକୁ ଆସିଥିଲା । ପୋଲିସ ଅନେକ ସନ୍ଧାନ କରିବା ପରେ ମୃତଦେହର ଅଂଶ ପାଇଥିଲା । ଏମିତି ଘଟଣା ତ୍ରିପୁରାରେ ଘଟିଛି ।

ମୃତକ ଜଣକ ନାବାଳିକା । ମୃତ ନାବାଳିକାଙ୍କ ବିବାହ ୮ ମାସ ପୂର୍ବରୁ କାୟମ ମିୟା ସହିତ ହୋଇଥିଲା ବୋଲି ଭାଇ ବାପନ ମିୟା କହିଛନ୍ତି । ଶୁକ୍ରବାର ସକାଳେ ମୃତ ନାବାଳିକାଙ୍କ ମା’ଙ୍କୁ ଝିଅ ନିଖୋଜ ଥିବା ଖବର ମିଳିଥିଲା । ଏହା ପରେ ମହିଳା ଜଣ ନିଜ ସ୍ୱାମୀଙ୍କ ସହିତ ଥାନାରେ ଅଭିଯୋଗ କରିଥିଲେ ।

ପୋଲିସ ଅଭିଯୋଗ ପାଇବା ପରେ ଅନେକ ସନ୍ଧାନ କରିବା ପରେ ମୃତଦେହର ଖଣ୍ଡ ଖଣ୍ଡ ଅଂଶ ଏକ ବ୍ୟାଗରେ ଭର୍ତ୍ତି ହୋଇଥିବା ମିଳିଥିଲା । ମୃତ ନାବାଳିକାଙ୍କ ମା’ଙ୍କୁ ଘରେ ରକ୍ତ ଛିଟା ମଧ୍ୟ ମିଳିଥିଲା । ତା’ ପରେ ପୋଲିସକୁ ସୂଚନା ଦେବା ପରେ ସବୁ ସତ ସାମ୍ନାକୁ ଆସିଥିଲା । ଘଣ୍ଟା ଘଣ୍ଟା ଧରି ପୋଲିସ ଖୋଜିବା ପରେ ଅଭିଯୁକ୍ତକୁ ଗିରଫ କରିଛି ।

ତେବେ ପଶ୍ଚିମ ଜିଲ୍ଲାର ଏସପି ରମେଶ ଯାଦବ କହିଛନ୍ତି, ପଚରାଉଚରା ସମୟରେ କାୟମ ସବୁ ସତ ମାନିଥିଲା । ପ୍ରଥମେ ନାବାଳିକା ପତ୍ନୀକୁ ହତ୍ୟା କରିବା ପରେ ମୃତଦେହକୁ ଖଣ୍ଡ ଖଣ୍ଡ କରି କାଟି ୨ଟି ବ୍ୟାଗରେ ଅଲଗା ଅଲଗା ସ୍ଥାନରେ ଜଙ୍ଗଲରେ ରଖିଥିଲା । ପୋଲିସ ଜଙ୍ଗଲରୁ ଦୁଇଟି ବ୍ୟାଗ୍‌ ପାଇଥିଲା । ଗୋଟେ ବ୍ୟାଗରେ ମୁଣ୍ଡ ରହିଥିବା ବେଳେ ଅନ୍ୟ ଏକ ବ୍ୟାଗରେ ମୃତଦେହ ମିଳିଥିଲା ବୋଲି ପୋଲିସ କହିଛି ।

ନାବାଳିକା ପତ୍ନୀକୁ ମାରି ଖଣ୍ଡ ଖଣ୍ଡ କାଟିଥିଲା ସ୍ୱାମୀ । ପରେ ଗୋଟେ ବ୍ୟାଗରେ ମୁଣ୍ଡ ଆଉ ଗୋଟେରେ ଗଣ୍ଡିକୁ ଭର୍ତ୍ତି କରି ଜଙ୍ଗଲରେ ଫିଙ୍ଗିଦେଇଥିଲା ଅଭିଯୁକ୍ତ । ପୋଲିସ ଗିରଫ କରି ପଚାରିବା ପରେ ଓଗାଳିଲା ସବୁ ସତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.