ବଲିଉଡର ଚକଲେଟ ହିରୋ ଋଷି କପୁର, ୧୫୦ରୁ ଅଧିକ ସିନେମାରେ କରିଛନ୍ତି ଅଭିନୟ
ପ୍ୟାର ହୁଆ ଏକ ରାର୍ ହୁଆ ହେ….ପ୍ୟାର ସେ ଫିର କିଁଉ ଡରତା ହେ ଦିଲ୍ । ବଲିଉଡର ଏହି ଗୀତରେ ପ୍ରଥମ ଥର ପାଇଁ ଶିଶୁ କଳାକାର ଭାବେ ବାପା ରାଜ୍ କପୁର ଓ ନରଗିସଙ୍କ ସହ ନଜର ଆସିଥିଲେ ରିଶି କପୁର । ରାଜ୍ କପୁରଙ୍କ ଦ୍ୱିତୀୟ ପୁତ୍ର ଥିଲେ ରିଶି । ୩ ବର୍ଷ ବୟସରୁ ସେ ଶିଶୁ କଳାକାର ଭାବେ ଅଭିନୟ କରିଥିଲେ । ୧୯୭୩ରେ ରିଲିଜ ହୋଇଥିବା ବବି ସିନେମାରେ ପ୍ରଥମ ଥର ପାଇଁ ହିରୋ ଭୂମିକାରେ ନଜର ଆସିଥିଲେ । ୧୯୭୪ରେ ବିବି ସିନେମା ପାଇଁ ସେ ଫିଲ୍ମ ଫେୟାର ଆଓ୍ଵାର୍ଡ ପାଇଥିଲେ ।ପ୍ରାୟ ୧୫୦ଟି ସିନେମାରେ ଅଭିନୟ କରିଛନ୍ତି ରିଶି ।
କେନ୍ୟୁଜ୍(ବ୍ୟୁରୋ): ପ୍ୟାର ହୁଆ ଏକ ରାର୍ ହୁଆ ହେ….ପ୍ୟାର ସେ ଫିର କିଁଉ ଡରତା ହେ ଦିଲ୍ । ବଲିଉଡର ଏହି ଗୀତରେ ପ୍ରଥମ ଥର ପାଇଁ ଶିଶୁ କଳାକାର ଭାବେ ବାପା ରାଜ୍ କପୁର ଓ ନରଗିସଙ୍କ ସହ ନଜର ଆସିଥିଲେ ଋଷି କପୁର । କେବେ ଅଶି ଦଶକର ଚକଲେଟ ବୟ ତ କେବେ ଭିଲିଏନ ରଫଲାଲା । କେବେ ବାପା ଭୂମିକା ତ ଆଉ କେବେ ଚରିତ୍ର ଭୂମିକାରେ ନଜର ଆସିଥିଲେ ବଲିଉଡର ଚିଣ୍ଟୁ ଜି । ଏହାସହ ଡି ଡେରେ ଡନ ଭୂମିକାରେ ନଜର ଆସିଥିଲେ ଋଷି । ଆସନ୍ତୁ ଓଲଟେଇବା ବଲିଉଡର ଚିଣ୍ଟୁ ଜିଙ୍କ କିଛି ଫର୍ଦ ।
୧୯୫୨ରେ ସିନେମା ନିର୍ମାତା ରାଜ୍ କପୁର ଓ ମାଆ କ୍ରିଷ୍ଣା ରାଜ୍ କପୁରଙ୍କଠୁ ଜନ୍ମ ନେଇଥିଲେ ବଲିଉଡର ଭେଟେରାନ ଆକ୍ଟର ଋଷି କପୁର । ରାଜ୍ କପୁରଙ୍କ ଦ୍ୱିତୀୟ ପୁତ୍ର ଥିଲେ ଋଷି। ବଲିଉଡରେ ସବୁଠୁ ଅଧିକ ସଫଲତା ପାଇଥିବା ରାଜ୍ କପୁରଙ୍କ ପୁଅଙ୍କ ଭିତରେ ଋଷି ଆଗରେ ରହିଥିଲେ । ରିଶିଙ୍କୁ ନେଇ ଥିଲେ ପାଞ୍ଚଜଣ ଭାଇ ଓ ଭଉଣୀ । ବଡ଼ ଭାଇ ରଣଧୀର କପୁର, ଭଉଣୀ ରିତୁ ନନ୍ଦା ଓ ରିମା ଜେନ ଓ ସାନଭାଇ ରାଜୀବ କପୁର । ତାଙ୍କର ଡାକନାମ ଥିଲା ଚିଣ୍ଟୁ । ଯାହା ତାଙ୍କର ବଡ଼ଭାଇ ରଣଧୀର କପୁର ରଖିଥିଲେ । ରଣଧୀର ସ୍କୁଲରେ ଏକ କବିତା ପଢିଥିଲେ ଚିଣ୍ଟୁ ମିଆଁ ଓର ଉନକି ପୁଛ୍ । ଏହାପରେ ସେ ନିଷ୍ପତି ନେଇଥିଲେ ତାଙ୍କ ଭାଇର ନାମ ଚିଣ୍ଟୁ ହେବ । ଚିଣ୍ଟୁ ନା ରିଶିଙ୍କ ପରିଚୟ ପାଲଟି ଯାଇଥିଲା । ଇଣ୍ଡିଷ୍ଟ୍ରିରେ ତାଙ୍କୁ ଚିଣ୍ଟୁ ଜି ଓ ଚିଣ୍ଟୁ ଅଙ୍କଲ ଡାକୁଥିଲେ ।
ରିଶିଙ୍କ ପରିବାର ସିନେମା ତିଆରିରେ ଜଡ଼ିତ ହୋଇ ରହିଥିଲା । ପିଲାବେଳୁ ରିଶି ମଧ୍ୟ ସିନେମା ତିଆରିର ଯାଦୁ ଶିଖିଥିଲେ । ଏହାସହ ସେ ଆକ୍ଟର ପୃଥ୍ଵୀରାଜ କପୁରଙ୍କ ନାତି ଥିଲେ । ତାଙ୍କ ପରିବାରରେ ଅନେକ ସିନେ ତାରକା ରହିଥିଲେ । ପ୍ରେମ ନାଥ, ରାଜେନ୍ଦ୍ର ନାଥ ଓ ପ୍ରେମ ଚୋପ୍ରା ରହିଥିଲେ ତାଙ୍କ ପରିବାରରେ । ଏପରିକି ଫେମସ ବଲିଉଡ କଳାକାର ଶଶି କପୁର ଓ ସମି କପୁର ରହିଥିଲେ ତାଙ୍କ ପରିବାରରୁ । କହିବାକୁ ଗଲେ ପିଲାବେଳୁ ସିନେମା ସହ ଅତପ୍ରତ ଭାବେ ଜଡ଼ିତ ଥିଲେ ରିଶି ।
୩ ବର୍ଷ ବୟସରୁ ସେ ଶିଶୁ କଳାକାର ଭାବେ ଅଭିନୟ କରିଥିଲେ । ତାଙ୍କ ସହ ତାଙ୍କ ବଡ଼ଭାଇ ରଣଧୀର କପୁର ଓ ଭଉଣୀ ରିମା ମଧ୍ୟ ଅଭିନୟ କରିଥିଲେ । ପ୍ୟାର ହୁଆ ଏକ ରାର୍ ହୁଆ ଗୀତରେ ସେ ପ୍ରଥମେ ଶିଶୁ କଳାକାର ଭାବେ ନଜର ଆସିଥିଲେ । ଏହାସହ ମେରା ନାମ ଜୋକର ସିନେମାରେ ଶିଶୁ କଳାକାର ଭାବେ ଅଭିନୟ କରିଥିଲେ ରିଶି । ଯାହାକି ତାଙ୍କ ବାପାଙ୍କ ଡ୍ରିମ୍ ପ୍ରଜେକ୍ଟ ରହିଥିଲା । ୧୯୭୩ରେ ରିଲିଜ ହୋଇଥିବା ବବି ସିନେମାରେ ପ୍ରଥମ ଥର ପାଇଁ ହିରୋ ଭୂମିକାରେ ନଜର ଆସିଥିଲେ । ଏଥିରେ ହିରୋଇନ ଥିଲେ ଡିମ୍ପଲ କପାଡିଆ । ୧୯୭୪ରେ ବିବି ସିନେମା ପାଇଁ ସେ ଫିଲ୍ମ ଫେୟାର ଆଓ୍ଵାର୍ଡ ପାଇଥିଲେ । ସେହିଠୁ ତାଙ୍କ ବଲିଉଡ ଯାତ୍ରା ଆରମ୍ଭ ହୋଇଥିଲା । ଏହାପରେ ସେ ପଛକୁ ହଟି ନଥିଲେ ହିରୋଠୁ ଚରିତ୍ର ଅଭିନେତା ପର୍ଯ୍ୟନ୍ତ ତାଙ୍କର ଯାତ୍ରା ଲମ୍ବିଥିଲା ।
ପ୍ରାୟ ୧୫୦ଟି ସିନେମାରେ ଅଭିନୟ କରିଛନ୍ତି ରିଶି । ସେ ହିରୋ ଭୂମିକାରେ ଅଭିନୟ କରିଥିବା ୫୍୧ଟି ସିନେମା ମଧ୍ୟରୁ ମାତ୍ର ୧୧ଟି ସିନେମା ବକ୍ସ ଅଫିସରେ ହିଟ୍ ହୋଇଥିଲା । ବବି, ଲେଲା ମଜନୁ, ରଫୁ ଚକ୍କର, ସରଗମ, କର୍ଜ, ପ୍ରେମ୍ ରୋଗ, ନଗିନା, ଚାନ୍ଦନୀ, ହୀନୀ, ବୋଲ ରାଧା ବୋଲ ତାଙ୍କର ସବୁ ହିଟ୍ ସିନେମା । ଅମର ଅକବର ଆନନ୍ଥୋନି, ଖେଳ୍ ଖେଳ୍ ମେ, କଭି କଭି, ହମ୍ କିସି ସେ କମ୍ ନେହିଁ, ସାଗର, ଦୀଓ୍ଵାନା, ଦାମିନୀ ତାଙ୍କର ଅଭିନୟ କରିଥିବା ଚର୍ଚ୍ଚିତ ସିନେମା । ଏହାସହ ଇଣ୍ଡଷ୍ଟ୍ରିର କିଛି ପପୁଲାର ବଡ଼ କଳାକାରଙ୍କ ସହ କାମ କରିଛନ୍ତି ରିଶି । ଅମିତାବ ବଚ୍ଚନ, ବିନୋଦ ଖାନ୍ନା, ପରବିନ୍ ବାବି, ମାଧୁରୀ ଦିକ୍ଷିତ, ଶ୍ରୀ ଦେବୀ, ଜୁହି ଚାଓ୍ଵାଲା ଭଳି ଅଭିନେତ୍ରୀଙ୍କ ସହ କାମ କରିଛନ୍ତି ସେ । ଏପରିକି ଦିବ୍ୟା ଭାରତୀଙ୍କ ସହ ଅନସ୍କ୍ରିନ ରୋମାନ୍ସରେ ନଜର ଆସିଥିଲେ ।
ସ୍କ୍ରିନର ରୋମାନ୍ସଠୁ ରିଶିଙ୍କ ନିଜର ପ୍ରେମ ଜୀବନ ଆହୁରି ରଙ୍ଗୀନ ରହିଥିଲା । ଜହରିଲା ଇନଶାନର ସୁଟିଂ ସେଟରେ ନିତୁ ସିଂଙ୍କ ସହ ଭେଟ ହୋଇଥିଲା ରିଶିଙ୍କ । ରିଶି ଓ ନିତୁ ପ୍ରାୟ ୧୨ଟି ସିନେମାରେ ଏକାଠି ଅଭିନୟ କରିଛନ୍ତି । ଏହାପରେ ସେମାନେ ଡେଟିଂ କରିଥିଲେ । ୧୯୮୦ରେ ନିତୁଙ୍କୁ ବିବାହ କରିଥିଲେ ରିଶି । ତାଙ୍କର ଦୁଇଟି ସନ୍ତାନ ରିଧିମା ଓ ରଣବୀର ରଣବୀର ବି ବଲିଉଡର ଜଣେ ସଫଳ କଳାକାର ।
ନବେ ଦଶକରେ କ୍ୟାରେକ୍ଟର ରୋଲରେ ନଜର ଆସିଥିଲେ ଋଷି । ଏହାପରେ ବାପା ଭୂମିକାରେ ନଜର ଆସିଥିଲେ ସେ । ଫନା, ନମସ୍ତେ ଲଣ୍ଡନରେ ବାପା ଭୂମିକାରେ ନଜର ଆସିଥିଲେ । ଏହାପରେ ବିଭିନ୍ନ ଧରଣର ଚରିତ୍ରରେ ନଜର ଆସିଥିଲେ ଋଷି । ଦୋ ଦୁନି ଚାର, ମୁଲକ, ଷ୍ଟୁଡେଣ୍ଟ ଅଫ ଦି ଇଅର ରେ ନଜର ଆସିଥିଲେ ରିଶି । କ୍ୟାନସର ରୋଗରେ ପୀଡ଼ିତ ହେବା ପୂର୍ବରୁ ୨୦୧୮ରେ ଅମିତାବଙ୍କ ପୁଅ ଭୂମିକାର ନଜର ଆସିଥିଲେ । ଟଚ ମେନି ହାର୍ଟ ସିନେମାରେ ସେ ଏହି ଭୂମିକାରେ ନଜର ଆସିଥିଲେ ।
କ୍ୟାନସରରେ ପୀଡ଼ିତ ହେବାପରେ ନ୍ୟୁୟର୍କରେ ଯାଇ ଚିକିତ୍ସିତ ହେଉଥିଲେ ଋଷି। ୧୧ ମାସ ୧୧ଦିନର ଚିକିତ୍ସା ପରେ ମୁମ୍ବାଇ ଫେରିଥିଲେ ରିଶି । ତାଙ୍କ ଫେରିବା ବାଟକୁ ଅନେଇ ବସିଥିଲା ବଲିଉଡ । ୨୦୨୦ ଏପ୍ରିଲ ୩୦ରେ ସବୁଦିନ ପାଇଁ ନିରବି ଯାଇଥିଲେ ଋଷି ।