ଆରିଫ୍‌ଙ୍କ ବନ୍ଧୁ ସାରସକୁ ଛଡ଼ାଯିବ ନାହିଁ ଅଭୟାରଣ୍ୟ, କାନପୁର ଚିଡ଼ିଆଖାନାରେ ହିଁ ରହିବ

ଆରିଫଙ୍କ ବନ୍ଧୁ ସାରସକୁ ଅଭୟାରଣ୍ୟରେ ଛଡ଼ାଯିବ ନାହିଁ। କାନପୁର ମୁଖ୍ୟ ବନ୍ୟ ସଂରକ୍ଷକ କେ.କେ. ସିଂ ସାରସକୁ ଅଭୟାରଣ୍ୟରେ ଛଡ଼ାଯିବାର କୌଣସି ଯୋଜନା ନ ଥିବା କହିଛନ୍ତି।

ଆରିଫଙ୍କ ବନ୍ଧୁ ସାରସକୁ ଅଭୟାରଣ୍ୟରେ ଛଡ଼ାଯିବ ନାହିଁ। କାନପୁର ମୁଖ୍ୟ ବନ୍ୟ ସଂରକ୍ଷକ କେ.କେ. ସିଂ ସାରସକୁ ଅଭୟାରଣ୍ୟରେ ଛଡ଼ାଯିବାର କୌଣସି ଯୋଜନା ନ ଥିବା କହିଛନ୍ତି। ଏହା ଏକ ମାଈ ସାରସ ଏବଂ କାନପୁର ପ୍ରାଣୀ ଉଦ୍ୟାନ ଏହାକୁ ଏକ ଭାଗ୍ୟଶାଳୀ ସନ୍ଧାନ ବୋଲି କହିଛି। କାରଣ, ଦେଶର ଏହି ଭାଗରେ ମାଈ ସାରସ ସଂଖ୍ୟା ବହୁତ କମ୍ ରହିଛି।

ସିଂ କହିଛନ୍ତି ଯେ ମାର୍ଚ୍ଚ ୨୯ରେ ପ୍ରାଣୀ ଉଦ୍ୟାନକୁ ଅଣାଯିବା ପରଠାରୁ ପକ୍ଷୀଟି ଠିକ୍ ଭାବରେ ଖାଦ୍ୟ ଖାଉ ନ ଥିଲା। ଏବେ ତାକୁ ଅଣ୍ଡିରା ସାରସ ସହିତ ରଖାଯିବ। ସେମାନଙ୍କ ବ୍ୟବହାର ଉପରେ ତୀକ୍ଷ୍ଣ ନଜର ରଖାଯିବ। ଦୁଇ ସପ୍ତାହ ପରେ ସ୍ଥିର ହେବ ଯେ ଅଣ୍ଡିରାକୁ ମାଈ ସାରସ ଏନକ୍ଲୋଜରକୁ ସ୍ଥାନାନ୍ତର କରାଯିବ କି ନାହିଁ।

କହି ରଖୁଛୁ, ଗତ ବର୍ଷ ପକ୍ଷୀକୁ ରକ୍ଷା କରିଥିଲେ ଅମେଠି ଜିଲ୍ଲା ମାଣ୍ଡଖା ଗାଁର ବାସିନ୍ଦା ଆରିଫ। ପରବର୍ତ୍ତୀ ସମୟରେ ସାରସ ପକ୍ଷୀ ଓ ଆରିଫ୍‌ଙ୍କ ଅନନ୍ୟ ବନ୍ଧୁତା ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ୨୦୨୨ ଫେବୃଆରୀରେ ଆରିଫ ସାରସକୁ ତାଙ୍କ କ୍ଷେତରେ ଆହତ ଅବସ୍ଥାରେ ପାଇଥିଲେ।

ବନ ବିଭାଗ ମାର୍ଚ୍ଚ ୨୧ରେ ଆରିଫ୍‌ଙ୍କ ପାଖରେ ପହଞ୍ଚି ସାରସକୁ ସମସପୁର ପକ୍ଷୀ ଅଭୟାରଣ୍ୟ ନେଇଯାଇଥିଲା, ଯେଉଁଠାରୁ ଏହା ନିଖୋଜ ହୋଇଯାଇଥିଲା, କିନ୍ତୁ ପରେ ମିଳିଥିଲା। ମାର୍ଚ୍ଚ ୨୯ରେ ଏହି ସାରସ ପକ୍ଷୀକୁ କାନପୁର ପ୍ରାଣୀ ଉଦ୍ୟାନ ପଠାଯାଇଥିଲା ଏବଂ ବନ୍ୟଜନ୍ତୁ ଆଇନ ଉଲ୍ଲଂଘନ ନେଇ ଆରିଫଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.