ଶିଶୁବଳି ସନ୍ଦେହରେ ବାପାକୁ ପିଟିଲେ ଗାଁ ଲୋକେ, ଉଦ୍ଧାର କଲା ପୋଲିସ

କେନ୍ଦୁଝର ଜିଲ୍ଲା ବାଂଶପାଳରେ ଅଭାବନୀୟ ଘଟଣା। ଶିଶୁବଳି ସନ୍ଦେହରେ ବାପାକୁ ବାନ୍ଧଲେ ଗ୍ରାମବାସୀ । କାଞ୍ଜିପାଣି ଥାନା କରଙ୍ଗାଡିହି ଗାଁରେ ନିଜ ପୁଅକୁ ବାପା ବଳି ଦେଇଥିବା ଅଭିଯୋଗ ହୋଇଛି। ଏନେଇ ମୃତ ଶିଶୁର ବାପା, ସାବତ ମା ଓ ଜଣେ ପଡୋଶୀକୁ ଅଟକ ରଖିଥିଲେ ଗାଁ ଲୋକେ।

କେନ୍ଦୁଝର (କେନ୍ୟୁଜ): କେନ୍ଦୁଝର ଜିଲ୍ଲା ବାଂଶପାଳରେ ଅଭାବନୀୟ ଘଟଣା। ଶିଶୁବଳି ସନ୍ଦେହରେ ବାପାକୁ ବାନ୍ଧଲେ ଗ୍ରାମବାସୀ । କାଞ୍ଜିପାଣି ଥାନା କରଙ୍ଗାଡିହି ଗାଁରେ ନିଜ ପୁଅକୁ ବାପା ବଳି ଦେଇଥିବା ଅଭିଯୋଗ ହୋଇଛି। ଏନେଇ ମୃତ ଶିଶୁର ବାପା, ସାବତ ମା ଓ ଜଣେ ପଡୋଶୀକୁ ଅଟକ ରଖି ବାନ୍ଧି ପିଟାପିଟି କରୁଥିବା ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ପୋଲିସ । ବହୁ କଷ୍ଟରେ ଗ୍ରାମବାସୀଙ୍କ କବଳରୁ ୩ ଜଣଙ୍କୁ ଉଦ୍ଧାର କରିଥିଲା ପୋଲିସ । ଉଦ୍ଧାର ପରେ ୩ ଜଣଙ୍କୁ ଥାନାକୁ ଆଣି ପୋଲିସ ପଚରା ଉଚୁରା କରୁଥିବା ଜଣାପଡ଼ିଛି ।

ଗତ ୧୨ ତାରିଖରେ ଗଙ୍ଗାଧର ମହାକୁଡଙ୍କ ୮ବର୍ଷର ଶିଶୁପୁତ୍ର ଫକୀର ମହାକୁଡଙ୍କର କ୍ଷତ ବିକ୍ଷତ ମୃତଦେହ ମିଳିଥିଲା । ସେ ୪ଦିନ ଧରି ନିଖୋଜ ଥିଲେ । ଶିଶୁଟିକୁ ବାପା ବଳି ଦେଇଥିବା କହିଛନ୍ତି ଗ୍ରାମବାସୀ। ସେପଟେ ମୃତ ବାଳକର ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.