ବାଘ ଆଗରେ ମରିଯିବାର ଅଭିନୟ କଲେ ବ୍ୟକ୍ତି, କିନ୍ତୁ ଶିକାରକୁ ସାମ୍ନାରେ ପାଇ କଣ କଲା ବାଘ ଦେଖନ୍ତୁ ଭିଡିଓ

ଆପଣ ପିଲାଦିନେ ଭାଲୁ ଏବଂ ଦୁଇ ବନ୍ଧୁଙ୍କ କାହାଣୀ ଶୁଣିଥିବେ। ଭାଲୁ ଆକ୍ରମଣରୁ ରକ୍ଷା ପାଇବା ପାଇଁ ଜଣେ ସାଙ୍ଗ ଗଛ ଉପରେ ଚଢ଼ିଗଲେ ଏବଂ ଅନ୍ୟ ଜଣେ ସାଙ୍ଗ ଭୂମିରେ ଶୋଇପଡି ମରିଯିବାର ଅଭିନୟ କଲେ। ଭାଲୁ ତାଙ୍କୁ ମରିଯାଇଥିବା ଦେଖି ଛାଡି ଚାଲିଗଲା। ଠିକ୍‌ ଏହିଭଳି ଘଟିଛି ବାସ୍ତବ ଜୀବନରେ। ଏମିତି ଘଟଣା ଦେଖିବାକୁ ମିଳିଛି ମହାରାଷ୍ଟ୍ରରେ। ଜଣେ ବ୍ୟକ୍ତିଙ୍କ ପାଖକୁ ବାଘ ଆସିଲା ଏବଂ ଠିକ୍‌ ଏହି ସମୟରେ ସେ ବାଘକୁ ଦେଖି ମରିଯିବାର ଅଭିନୟ କଲେ ଆଉ ଯେତେବେଳେ ବାଘ ଛାଡି ପଳେଇଲା ସେ ନିଜ ଜୀବନ ବିକାଳେ ଦୌଡି ପଳାଇ ଆସିଲେ।


ଭିଡିଓରେ ଆପଣ ଦେଖିପାରିବେ ଯେ ବାଘଟି ଦୌଡି ଦୌଡି ଆସି ବ୍ୟକ୍ତିଙ୍କ ପାଖରେ ବସିଗଲା। କିନ୍ତୁ ସେହି ବ୍ୟକ୍ତିଙ୍କୁ ଜଣାଥିଲା ଯେ ଯଦି ସେ ହଲିଥାନ୍ତେ ତେବେ ବାଘ ବହୁତ ସହଜରେ ତାଙ୍କୁ ନିଜର ଶିକାର କରିନେବ। ଏଥିପାଇଁ ସେ ଓଲଟା ଶୋଇ ରହିଲା ଏବଂ ଆଦୌ ବି ହଲିଲେ ନାହିଁ। ଯେମିତି ବାଘ ତାଙ୍କୁ ଛାଡିକି ଦୂରକୁ ଯାଇଛି ସେ ସେଠାରୁ ଦୌଡି ପଳାଇଆସିଲେ। ଏବେ ଏହି ଭିଡିଓ ଇଣ୍ଟରନେଟରେ ଖୁବ୍‌ ଭାଇରାଲ ହେଉଛି।

ଏହି ଭିଡିଓକୁ ଇଣ୍ଡିଆନ୍‌ ଫରେଷ୍ଟ ଅଫିସର ପ୍ରବୀଣ କାସବାନ୍‌ ସେୟାର କରିଛନ୍ତି। ସେ ଏହାକୁ ସେୟାର କରି କ୍ୟାପସନରେ ଲେଖିଛନ୍ତି ‘ଆପଣ ଏହା ନିହାତି ଦେଖିବାକୁ ଚାହିଁବେ ଯେ କେମିତି ଜଣେ ବ୍ୟକ୍ତି ମରଣ ମୁହଁରୁ ଫେରିପାଇଲେ। ବାଘ ବହୁତ ସହଜରେ ମାରିପାରିଥାନ୍ତା କିନ୍ତୁ ଲୋକଙ୍କ ଅଧିକ ଭୀଡ କାରଣରୁ ଡରିକି ପଳେଇଲା। ଟ୍ଵିଟର ଆକାଉଣ୍ଟରେ ସେୟାର କରାଯିବା ପରେ ୨୮ ହଜାରରୁ ଅଧିକ ଲୋକ ଦେଖିସାରିଲେଣି। ଏବେ ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.