‘ଯୁଗାଡ’ ବିଗାଡି ଦେଲା ଜୀବନ, ନିଜ ବୁଦ୍ଧି ଖଟାଇ ଏମିତି କରୁଥିବା ଚାଷୀ ଏବେ ଡାକ୍ତରଖାନାରେ

କୌଣସି ସମସ୍ୟାର ସମାଧାନ ଏଭଳି ଅଦରକାରୀ ଜିନିଷ ଦ୍ୱାରା କରାଯାଇଥାଏ, ଯାହାକୁ ଯୁଗାଡ କୁହାଯାଏ। ଭାରତରେ ଯୁଗାଡ ଟେକ୍ନୋଲୋଜି ଆଗରେ ରହିଛି। ଯୁଗାଡ ଟେକ୍ନୋଲୋଜି ଯେତିକି ଶସ୍ତା ଏବଂ ଲାଭକାରୀ ସେତିକି ଭୟଙ୍କର ମଧ୍ୟ। ଏହା କେବେ କେବେ ଜୀବନ ଉପରେ ମଧ୍ୟ ପ୍ରଭାବ ପକାଇଥାଏ। ଅନେକ ସମୟରେ କ୍ଷେତରେ ବ୍ୟବହାର କରାଯାଉଥିବା ଗାଡି ଯୋଗୁ ମଧ୍ୟ ଘଟଣା ସ୍ଥଳରେ ଜୀବନ ଚାଲିଯିବାର ଖବର ସାମ୍ନାକୁ ଆସିଛି। ବର୍ତ୍ତମାନ ପୁଣିଥରେ ଅଦରକାରୀ ବସ୍ତୁରେ ତିଆରି ହୋଇଥିବା ଟେକ୍ନୋଲୋଜି ସାମ୍ନାକୁ ଆସିଛି। ଯେଉଁ କାରଣରୁ ଜଣେ କୃଷକଙ୍କ ଜୀବନ ବିପଦରେ। ରିପୋର୍ଟ ଅନୁଯାୟୀ ବର୍ତ୍ତମାନ ଆହତ ହୋଇଥିବା କୃଷକଙ୍କର ଚିକିତ୍ସା ଜାରି ରହିଛି।

ସୂଚନା ମୁତାବକ ରତଲାମର ରାଓ୍ଵଟୀ ଅଞ୍ଚଳର ଗାଁ ଦେଓ୍ଵଲାର କୃଷକ ରାକେଶ ଗାମଡଙ୍କର ଗୁରୁତର ଅବସ୍ଥାରେ ଜିଲ୍ଲା ହସ୍ପିଟାଲ୍‌ରେ ଚିକିତ୍ସା ଜାରି ରହିଛି। ଆହତ କୃଷକ ଜଣକ କ୍ଷେତରେ ଯୁଗାଡ ଟେକ୍ନୋଲୋଜି ସାହାଯ୍ୟରେ ୩ ଫେସ୍‌ ମଟରକୁ ସିଙ୍ଗଲ୍‌ ଫେସ ଷ୍ଟାର୍ଟର ସାହାଯ୍ୟରେ ଷ୍ଟାର୍ଟ କରୁଥିବା ସମୟରେ କଂଡେନସର ବ୍ଲାଷ୍ଟ ହୋଇଯାଇଥିଲା। ଫଳରେ ଘଟଣା ସ୍ଥଳରେ ରାକେଶଙ୍କର ହାତର ଆଙ୍ଗୁଳି ସବୁ ଉଡିଯିବା ସହ ମୁହଁ ଏବଂ ଛାତିରେ ଗଭୀର ଆଘାତ ଲାଗିଛି।

ଯୁଗାଡ ଟେକ୍ନୋଲୋଜି ଆମ ଜୀବନରେ ଅନେକ ଛୋଟ ବଡ ସମସ୍ୟାର ସମାଧାନ କରିଥାଏ ହେଲେ ଅଳ୍ପ ବିଦ୍ୟା ଭୟଙ୍କରୀ ଭଳି ବିଛା ମନ୍ତ୍ର ନଜାଣି ସାପ ଗାତରେ ହାତ ମାରିବା ଦ୍ୱାରା କେବେ କେବେ ଏଭଳି ଫଳ ମଧ୍ୟ ଭୋଗିବାକୁ ପଡୁଛି ।

Leave A Reply

Your email address will not be published.