ଚିଡ଼ିଆଖାନାରେ ସାଣ୍ଟା ପଶୁମାନଙ୍କୁ ଦେଲା କ୍ରିସମାସ ଗିଫ୍ଟ, ଦେଖନ୍ତୁ ଭିଡିଓ

ଖ୍ରୀଷ୍ଟିଆନ ମାନଙ୍କର ସବୁଠାରୁ ବଡ଼ ପର୍ବ କ୍ରିସମାସ ସାରା ବିଶ୍ଵରେ ଡିସେମ୍ବର 25 ତାରିଖରେ ପାଳନ କରାଯାଏ । ଏହା ଏକ ହସ ଖୁସିର ପର୍ବ ଯେଉଁଦିନ ସାରା ବିଶ୍ଵର ଲୋକେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଜନ୍ମଦିବସକୁ ବହୁତ ଧୂମଧାମର ସହ ପାଳନ କରିଥାନ୍ତି ଏବଂ ସମସ୍ତଙ୍କୁ ଖୁସିରେ ରଖିବା ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଥାନ୍ତି । କ୍ରିସମାସ ସମୟରେ ଲୋକମାନେ ନିଜ ବନ୍ଧୁବାନ୍ଧଵ ଓ ପ୍ରିୟଜନ ମାନଙ୍କୁ ଉପହାର ଦେଇଥାନ୍ତି ।

video courtesy’max code’

ଏହି ଖୁସିର ପର୍ବ କେବଳ ମଣିଷମାନଙ୍କ ସହ ନୁହେଁ ବରଂ ପଶୁ ମାନଙ୍କ ସହ ମଧ୍ୟ ମନାଯାଉଥିବା ଦେଖିବାକୁ ମିଳିଛି ଲଣ୍ଡନର ଚିଡ଼ିଆଖାନାରେ । ଏଠାରେ କ୍ରିସମାସ ପୂର୍ବରୁ ପଶୁମାନଙ୍କୁ ଉପହାର ଦିଆଯାଉଥିବା ଦେଖିବାକୁ ମିଳିଛି । ତେବେ ଚିଡ଼ିଆଖାନାରେ ଥିବା ଏହି ପଶୁ ମାନଙ୍କ ପାଇଁ ସାଣ୍ଟା ପୂର୍ବରୁ ହିଁ ଉପହାର ପଠେଇ ଦେଇଛି ।

ସୂଚନା ଅନୁଯାୟୀ କିଛି ପଶୁମାନଙ୍କୁ କପଡା ଭିତରେ ଲୁଚାଇ ସେମାନଙ୍କ ଉପହାର ଦିଆଯାଇଥିବା ବେଳେ ମାଙ୍କଡ଼ମାନଙ୍କୁ ଚଢିବା ପାଇଁ ଏକ ନୂଆ ଫ୍ରେମ ଦିଆଯାଇଛି । ଏହାସହିତ ସେମାନଙ୍କୁ ଏକ ସ୍ୱତନ୍ତ୍ର ଗଛ ମଧ୍ୟ ଉପହାର ଦିଆଯାଇଛି । ବାଘକୁ ଏକ ଗିଫ୍ଟ ବାକ୍ସରେ ପ୍ୟାକ କରି ଟର୍କୀ ୱିଙ୍ଗସ ଗିଫ୍ଟ କରାଯାଇଛି ଓ ରିଙ୍ଗଟେଲ୍ଡ ଲୋମର୍ସ ମାନଙ୍କୁ ମଧ୍ୟ ଉପହାର ଦିଆଯାଇଛି । ପଶୁ ମାନଙ୍କ ପାଇଁ ଏହି ସବୁ ପୁରସ୍କାରର ବ୍ୟବସ୍ଥା କରିଥିବା ଏଞ୍ଜେଲା ରିୟାନଙ୍କ କହିବା ଅନୁଯାୟୀ ଏହି ପର୍ବ ଅନ୍ୟକୁ ଉପହାର ଦେବାର ହୋଇଥାଏ ଏବଂ ଚିଡ଼ିଆଖାନାରେ ଆମେ ସର୍ବଦା ପଶୁମାନଙ୍କ ସହ କ୍ରିସମାସ ପାଳନ କରିଥାଉ ।

Leave A Reply

Your email address will not be published.