ଲାଜସରମ ଭୁଲି ଷ୍ଟେସନ ଉପରେ ପରିସ୍ରା କରିବାକୁ ଲାଗିଲେ ବ୍ୟକ୍ତି, ଆଉ ସମ୍ଭାଳିପାରିଲିନି କରିଦେଲି ଆଉ…

ଦିଲ୍ଲୀର ସମସ୍ତ ମେଟ୍ରୋ ଷ୍ଟେସନ ପରିସରକୁ ସଫା ସୁତରା ରଖିବା ପାଇଁ ବିଭିନ୍ନ ପ୍ରକାରର ପଦକ୍ଷେପ ଗ୍ରହଣ କରାଯାଉଛି। ଆଉ ଏପରି ସ୍ଥଳକୁ ଅପରିଷ୍କାର ରଖିବା ଏବଂ ଛେପ ପକାଇଲେ ଜରିମାନା ଲାଗିଥାଏ। ଏଠିକାର ନିୟମ ବିଷୟରେ ପ୍ରତି ମୁହୂର୍ତ୍ତରେ ମାଇକ ଜରିଆରେ ଘୋଷଣା ହେଉଥାଏ । ଯାତ୍ରୀମାନଙ୍କୁ ଏହା ବିଷୟରେ ବାରମ୍ବାର ସୂଚନା ଦିଆଯାଇଥାଏ । ହେଲେ ଜଣେ ବ୍ୟକ୍ତି ଏସବୁ ଜାଣିବା ପରେ ମଧ୍ୟ ଏମିତି ଲଜ୍ୟାଜନକ କାଣ୍ଡ କରିଛନ୍ତି, ଯାହାକୁ ଆପଣ ଦେଖିଲେ ମଧ୍ୟ ଲଜ୍ୟା ଅନୁଭବ କରିବେ।

ଦିଲ୍ଲୀ ମେଟ୍ରୋ ରେଳଧାରଣା ଉପରେ ଜଣେ ବ୍ୟକ୍ତି ପରିସ୍ରା କରୁଥିବାର ଭିଡିଓ ଭାଇରଲ ହେବାରେ ଲାଗିଥିଲା। ଯାତ୍ରୀ ଜଣକ ପରିସ୍ରା କରୁଥିବା ବେଳେ ଏହାର ଭିଡିଓ ସେଠାରେ ଥିବା ଅନ୍ୟ ଜଣେ ଯାତ୍ରୀ ନିଜ ମୋବାଇଲରେ ରେକର୍ଡିଂ କରିଥିଲେ । ଭିଡିଓଟି ଟ୍ୱିଟରରେ ସେୟାର କରାଯାଇଥିଲା । ଭିଡିଓଟି ଦେଖିବା ପରେ ୟୁଜର୍ସ ଏହି ବ୍ୟକ୍ତିଙ୍କ ବିରୋଧରେ ବିଭିନ୍ନ କମେଣ୍ଟସ କରିଥିବା ଦେଖାଯାଇଛି । ଭିଡିଓଟି ମାଲବୀୟ ନଗର ଷ୍ଟେସନର ବୋଲି ଜଣାପଡିଛି ।

ମେଟ୍ରୋ ରେଳଧାରଣା ଉପରେ ଯାତ୍ରୀ ଜଣକ କାହିଁକି ପରିସ୍ରା କରୁଛନ୍ତି, ଏନେଇ ତାଙ୍କୁ ପଚାରିବାରୁ ଉତ୍ତରରେ ସେ କହିଥିଲେ, ‘ଅସମ୍ଭାଳ ହୋଇଗଲା’ । ଭିଡିଓଟି ସଞ୍ଜୀବ ବବର ନାମକ ଜଣେ ୟୁଜର୍ସ ଆକାଉଣ୍ଟରୁ ସେୟାର କରିଥିବା ଜଣାପଡ଼ିଛି । ଭିଡିଓଟିକୁ ସେୟାର କରିବା ସହ ସଞ୍ଜୀବ ଲେଖିଛନ୍ତି, ଦିଲ୍ଲୀ ମେଟ୍ରୋ ରେଲୱେ ଷ୍ଟେସନରେ ଏଭଳି ଘଟଣା ପ୍ରଥମ ।

ଏହି ଭାଇରାଲ ଭିଡିଓ ଦେଖିବା ପରେ ଲୋକେ ଭିନ୍ନ ଭିନ୍ନ କମେଣ୍ଟସ କରୁଛନ୍ତି। ଏହି ବ୍ୟକ୍ତିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବା ଉଚିତ୍ ବୋଲି ଅଧିକାଂଶ ଲୋକ କହିଛନ୍ତି ।

ତେବେ ଏହାକୁ ନେଇ ଦିଲ୍ଲୀ ମେଟ୍ରୋର ଏକ ବରିଷ୍ଠ ଅଧିକାରୀ କହିଛନ୍ତି, ଯାତ୍ରୀଙ୍କୁ ଷ୍ଟେସନ ପରିସର ସଫା ଏବଂ ସ୍ୱଚ୍ଛା ରଖିବାରେ ସହାୟତା କରନ୍ତୁ। ଯାତ୍ରୀଙ୍କ ଉପଯୋଗ ପାଇଁ ଷ୍ଟେସନରେ ଶୌଚାଳୟ ରହିଛି। ଯଦି ଏମିତି କିଛି ଗତିବିଧି କୌଣସି ଯାତ୍ରୀ ଦେଖନ୍ତି, ତେବେ ପାଖରେ ଡିଏମଆରସି ଅଧିକାରୀଙ୍କୁ ତୁରନ୍ତ ସୂଚନା ଦେଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.