ବୟସ୍କ ସେଲରେ ମନୀଷ ସିସୋଦିଆ: ପ୍ରଥମ ରାତିରେ ଖାଇଲେ ରୁଟି, ଆଳୁ ମଟର ତରକାରୀ, ବିଳମ୍ବିତ ରାତି ବହୁତ ବିବ୍ରତ ଥିଲେ

ତିହାର ଜେଲର ବୟସ୍କ ସେଲରେ ମନୀଷ ସିସୋଦିଆ । ଜେଲ ନମ୍ବର ୧ ଏବଂ ୱାର୍ଡ ନମ୍ବର ୯ ରେ ତାଙ୍କୁ ରଖାଯାଇଛି । ଗତକାଲି ରାତିରେ ସେ ବହୁତ ବିବ୍ରତ ଥିଲେ । ଅଧିକାଂଶ ସମୟ ଚୁପ୍‌ଚାପ୍ ବସି ରହିଥିଲେ । ବିଳମ୍ବିତ ରାତି ପର୍ଯ୍ୟନ୍ତ ସେ ଶୋଇନଥିଲେ ।

ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ମଦ ନୀତି ଘୋଟଲା ମାମଲାରେ ଗତକାଲି ଠାରୁ ତିହାର ଜେଲରେ ରହିଛନ୍ତି। ମାର୍ଚ୍ଚ ୨୦ପର୍ଯ୍ୟନ୍ତ ନ୍ୟାୟିକ ହେପାଜତରେ ରହିଛନ୍ତି ସିସୋଦିଆ। ଜେଲ ନମ୍ବର ୧ ଏବଂ ୱାର୍ଡ ନମ୍ବର ୯ ରେ ତାଙ୍କୁ ରଖାଯାଇଛି । ତେବେ ଜେଲ କର୍ତ୍ତୃପକ୍ଷଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ସିସୋଦିଆ ବୟସ୍କ ସେଲରେ ରଖାଯାଇଛି । ଗତକାଲି ରାତିରେ ସେ ବହୁତ ବିବ୍ରତ ଥିଲେ । ଅଧିକାଂଶ ସମୟ ଚୁପ୍‌ଚାପ୍ ବସି ରହିଥିଲେ । ବିଳମ୍ବିତ ରାତି ପର୍ଯ୍ୟନ୍ତ ସେ ଶୋଇନଥିଲେ । ଆଜି ସକାଳେ ସେ ଜେଲ ନିୟମ ଅନୁଯାୟୀ ଉଠିବା ସହ ଅନ୍ୟାନ୍ୟ କାର୍ଯ୍ୟ କରିଥିଲେ ।

ସିସୋଦିଆ ୨୪ ଘଣ୍ଟା ସିସିଟିଭି ତଦାରଖରେ ରହିବେ । ମନୀଷ ସିସୋଦିଆଙ୍କୁ ରଖାଯାଇଥିବା ଲକଅପରେ କୌଣସି ଭିଭିଆଇପି ସୁବିଧା ଯୋଗାଇ ଦିଆଯାଇନଥିଲା । ମନୀଷ ସିସୋଦିଆଙ୍କ ସେଲରେ କୌଣସି ଅନ୍ୟ କଏଦୀ ନାହାନ୍ତି । ଆଗକୁ ତାଙ୍କ ସହିତ ଜଣେ କଏଦୀକୁ ରଖାଯିବ ବୋଲି ଖବର ମିଳିଛି ।

ଜେଲ୍ ଅଧିକାରୀ କହିଛନ୍ତି ଯେ, ରାତି ପ୍ରାୟ ୬.୩୦-୭.୩୦, ସିସୋଦିଆଙ୍କୁ ରାତ୍ରି ଭୋଜନ ପାଇଁ ନିଆଯାଇଥିଲା, ଯେଉଁଠାରେ ସେ ରୁଟି, ଭାତ, ଡାଲି ଏବଂ ଏକ ଆଳୁ-ମଟର ତରକାରୀ ଖାଇଥିଲେ । ଜେଲକୁ ଆସିବାବେଳେ ସେ କୌଣସି ଜିନିଷ ଆଣିନଥିଲେ।

ସୂଚନାଯୋଗ୍ୟ, ଦିଲ୍ଲୀର ଅବକାରୀ ଦୁର୍ନୀତି ମାମଲାରେ ଫେବୃଆରୀ ୨୬ରେ ସିସୋଦିଆଙ୍କୁ ଗିରଫ କରିଥିଲା ସିବିଆଇ । ଗିରଫ ହେବା ଦିନରୁ ସେ ସିବିଆଇ ହେପାଜତରେ ଥିଲେ। ସିସୋଦିଆଙ୍କୁ ସୋମବାର ରାଉଜ୍ ଆଭେନ୍ୟୁ କୋର୍ଟରେ ହାଜର କରି ତାଙ୍କୁ ନ୍ୟାୟିକ ହେପାଜତକୁ ପଠାଇବାକୁ ଦାବି କରିଥିଲା ସିବିଆଇ । ତେବେ ମନୀଷ ସିସୋଦିଆଙ୍କ ଓକିଲ ନ୍ୟାୟିକ ହେପାଜତକୁ ଯିବା ସମୟରେ ଚଷମା, ଡାଏରୀ, ପେନ ଏବଂ ଗୀତା ନେବା ପାଇଁ କୋର୍ଟଙ୍କୁ ଅନୁମତି ମାଗିଥିଲେ । ଆଉ କୋର୍ଟ ତାଙ୍କ ଅନୁମତିକୁ ଗ୍ରହଣ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.