Below header

ଆଜିଠୁ ହରିଆଣାରେ ନୂଆ ସରକାର, ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ମନୋହର ଲାଲ ଖଟ୍ଟର

ନୂଆଦିଲ୍ଲୀ (କେନ୍ୟୁଜ୍) : ଲଗାତାର ଦ୍ୱିତୀୟ ଥର ଭାବେ ହରିଆଣାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ମନୋହର ଲାଲ ଖଟ୍ଟର। ତାଙ୍କ ସହ ଜେଜେପିର ଦୁଷ୍ୟନ୍ତ ଚୌତାଲା ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଅପରାହ୍‌ଣ ୨ଟା ୧୫ ମିନିଟରେ ରାଜଭବନ ପରିସରରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ ।

ନୂଆ ସରକାରରେ ଅନେକ ନୂଆ ଚେହେରା ଦେଖିବାକୁ ମିଳିବ ବୋଲି ଜଣାପଡ଼ିଛି। ଗତକାଲି ଉଭୟ ରାଜ୍ୟପାଳ ସତ୍ୟଦେଓ ନାରାୟଣ ଆର‌୍ୟ୍ୟାଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଜଣାଇଥିଲେ। ରାଜ୍ୟପାଳ ପ୍ରସ୍ତାବ ଗ୍ରହଣ କରି ସରକରା ଗଠନ ପାଇଁ ଆମନ୍ତ୍ରଣ କରିଥିଲେ । ହରିଆଣାରେ ସରକାର ଗଠନ ପାଇଁ ୪୬ଟି ଆସନର ଆବଶ୍ୟକତା ଥିବା ବେଳେ ବିଜେପି ପାଖରେ ରହିଛି ୪୦ ଆସନ । ଜେଜେପି ୧୦ଟି ଆସନ ପାଇଛି।

ଦୁଇ ଦଳର ସଦସ୍ୟ ସଂଖ୍ୟା ମିଶିଲେ ମ୍ୟାଜିକ୍‌ ସଂଖ୍ୟା ଟପି ଯାଉଛି । ଅନ୍ୟପଟେ ସ୍ୱାଧୀନ ବିଧାୟକମାନେ ମଧ୍ୟ ସମର୍ଥନ କରିଥିବା ବିଜେପି କହିଛି। ଗତକାଲି ବରିଷ୍ଠ ନେତା ରବିଶଙ୍କର ପ୍ରସାଦଙ୍କ ଅଧ୍ୟକ୍ଷତାରେ ବସିଥିବା ବିଜେପିର ବିଧାୟକ ଦଳ ବୈଠକରେ ଖଟ୍ଟରଙ୍କୁ ବିଧାୟକ ଦଳ ନେତା ଭାବେ ମନୋନୀତ କରାଯାଇଥିଲା। ଏହା ସହ ସ୍ୱାଧୀନ ବିଧାୟକ ଗୋପାଳ କାଣ୍ଡାଙ୍କ ସମର୍ଥନ ମଧ୍ୟ ଗ୍ରହଣ ନକରିବାକୁ ବୈଠକରେ ସ୍ଥିର ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.