ପରିବାର ସହ ଦୀପାବଳି ପାଳିଲେ ସାରା ଅଲ୍ଲୀଖାନ୍‌, ଦେଖନ୍ତୁ ଭାଇରାଲ ଫଟୋ

ଦୀପାବଳି ପାଇଁ ସାରାଦେଶ ଉତ୍ସବ ମୁଖରିତ ହୋଇପଡ଼ିଛି। ଗାଁଠୁ ସହର ଯାଏଁ ସବୁଆଡ଼ ଆଲୋକରେ ସଜ୍ଜିତ ହୋଇଛି। କେବଳ ସାଧାରଣ ଲୋକେ ନୁହେଁ ଫିଲ୍ମ ଆକ୍ଟରମାନେ ମଧ୍ୟ ନିଜ ଅନ୍ଦାଜରେ ଆଲୋକର ପର୍ବ ପାଳୁଥିବା ଦେଖିବାକୁ ମିଳିଛି। ସେଲିବ୍ରିଟିମାନେ ଦୀପାବଳି ଅବସରରେ ପାର୍ଟି, ମଜାମସ୍ତି କରୁଥିବା ନଜର ଆସିଛି। ପଟୌଦି ଖାନ୍‌ଦାନ୍‌ ଦୀପାବଳି ଅବସରରେ ଏକାଠି ହୋଇ ଦୀପାବଳି ପାଳନ କରୁଥିବା ଫଟୋ ଭାଇରାଲ ହୋଇଛି। ଏହି ଫଟୋରେ ତୈମୁର ସମେତ ସାରା ଅଲ୍ଲୀ ଖାନ୍‌ଙ୍କୁ ମଧ୍ୟ ଦେଖିବାକୁ ମିଳିଛି।

 

View this post on Instagram

 

दीपावली की हार्दिक शुभकामनाएँ 🙏🏻🎉🕯🎊💫💥🌈🍭🧿💙

A post shared by Sara Ali Khan (@saraalikhan95) on

ସାରା ଅଲ୍ଲୀ ଖାନ୍‌ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ କେତେକ ଫଟୋ ସେୟାର କରିଛନ୍ତି। ଫଟୋରେ ସାରାଙ୍କ ସହ ସୈଫ ଅଲ୍ଲୀଖାନ୍‌, କରୀନା କପୁର, ଇବ୍ରାହିମ୍‌ ଅଲ୍ଲୀ ଖାନ୍‌ ଏବଂ ତୈମୁର ଅଲ୍ଲୀଖାନ୍‌ଙ୍କୁ ଦେଖିବାକୁ ମିଳିଛି। ଗୋଟିଏ ଫଟୋରେ ପୂରା ପଟୌଦି ପରିବାର ନଜର ଆସିଛନ୍ତି।

ଏହାସହ ପଢ଼ନ୍ତୁ: ଦୀପାବଳିରେ ବଚ୍ଚନ ପରିବାର ଆୟୋଜନ କରୁଛି ଗ୍ରାଣ୍ଡ ପାର୍ଟି, ଜାଣନ୍ତୁ ଅତିଥି ତାଲିକାରେ କିଏ ଅଛନ୍ତି କିଏ ନାହାନ୍ତି

ଫଟୋରେ ସାରା ସ୍କାଏ ବ୍ଲୁ କଲରର ସୁଟ ପିନ୍ଧିଛନ୍ତି। ସେହିପରି କରୀନା କପୁର ମଧ୍ୟ ଗୋଲ୍ଡେନ୍‌ କଲରର ସାଲଓ୍ଵାରରେ ନଜର ଆସିଛନ୍ତି। ଦୁହେଁ ଖୁବ୍‌ ସୁନ୍ଦର ଲାଗୁଛନ୍ତି। ଫଟୋ ସେୟାର କରି ସାରା ଫ୍ୟାନ୍‌ଙ୍କୁ ଦୀପାବଳି ପାଇଁ ଶୁଭକାମନା ଜଣାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.