ଫ୍ରେଞ୍ଚ ଓପନ ବ୍ୟାଡ଼ମିଣ୍ଟନ: ସାତ୍ତ୍ଵିକ ସାଇରାଜ ଓ ଚିରାଗ ଯୋଡି ଫାଇନାଲରେ

ଭାରତର ଷ୍ଟାର ବ୍ୟାଡ଼ମିନ୍ଟନ ଖେଳାଳି ସାତ୍ତ୍ଵିକସାଇରାଜ ରେଙ୍କୀରେଡ୍ଡି ଓ ଚିରାଗ ସେଟ୍ଟୀଙ୍କ ଯୋଡି ଫ୍ରେଞ୍ଚ ଓପନ ଫାଇନାଲ ରାଉଣ୍ଡରେ ପହଞ୍ଚି ଯାଇଛନ୍ତି । ଶନିବାର ଖେଳା ଯାଇଥିବା ସେମିଫାଇନଲ ରାଉଣ୍ଡରେ ଏହି ଯୋଡି ଜାପାନର ହିରୋଇକି ଏଣ୍ଡୋ ଓ ୟୁଟା ବତାଂବେଙ୍କ ଯୋଡିକୁ ୨୧-୧୧ ଓ ୨୫-୨୩ ସେଟରେ ପରାସ୍ତ କରିଛନ୍ତି । ଏହି ବିଜୟ ସହ ଚିରାଗ ଓ ସାତ୍ତ୍ଵିକ ଭାରତର ବିଜୟ ଆଶାକୁ ଅଧିକ ଉଜ୍ଜୀବିତ କରିବା ସହ ଭାରତ ପାଇଁ ପଦକ ମଧ୍ୟ ପକ୍କା କରିଛନ୍ତି । ବିଶ୍ୱ ସ୍ତରରେ ଏହି ଯୋଡିଙ୍କ ସ୍ଥାନ ୧୧ ନମ୍ବରରେ ଅଛି । ସୂଚନା ଯୋଗ୍ୟ ଯେ ପୂର୍ବରୁ ଏହି ଯୋଡି ଜାପାନ ଯୋଡିଙ୍କ ବିପକ୍ଷ ୨ଟି ମ୍ୟାଚ ଗୁଡିକରେ ପରାଜିତ ହୋଇଥିଲେ । ଜାପାନର ଏହି ଯୋଡିଙ୍କ ବିପକ୍ଷରେ ରେକର୍ଡ ଖରାପ ଥିଲେ ମଧ୍ୟ ସାତ୍ତ୍ଵିକ ସାଇରାଜ ଓ ଚିରାଗଙ୍କ ଯୋଡି ସେମି ଫାଇନାଲ ରାଉଣ୍ଡରେ ଭଲ ପଦର୍ଶନ କରି ଫାଇନାଲ ରାଉଣ୍ଡରେ ପହଞ୍ଚି ପାରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.