ଶରଦ ପାଓ୍ଵାରଙ୍କୁ ନେଇ ସେୟାର କରିଥିଲେ ଆପତ୍ତିଜନକ ପୋଷ୍ଟ, ମରାଠି ଅଭିନେତ୍ରୀ କେତକୀ ଚିତାଲେ ଗିରଫ, ୩ ଦିନ ପୋଲିସ ହେପାଜତରେ

ମୁମ୍ବାଇ : ମହାରାଷ୍ଟ୍ର ସରକାରରେ ମୁଖ୍ୟ ସହଯୋଗୀ ତଥା ଏନ୍‌ସିପି ନେତା ଶରଦ ପାଓ୍ଵାରଙ୍କ ସମ୍ପର୍କରେ ଫେସବୁକ୍‌ରେ ଆପତ୍ତିଜନକ ତଥ୍ୟ ଦେଇ ମରାଠି ଅଭିନେତ୍ରୀ କେତକୀ ଚିତାଲି ଗିରଫ ହୋଇଛନ୍ତି । କେତକୀଙ୍କ ପୋଲିସ ୩ ଦିନ ପାଇଁ ରିମାଣ୍ଡରେ ନେଇଛନ୍ତି ।

ମିଳିଥିବା ଖବର ଅନୁଯାୟୀ,ମରାଠି ଫିଲ୍ମ ଓ ଟେଲିଭିଜନ ଅଭିନେତ୍ରୀ କେତକୀଙ୍କୁ ନଭି ମୁମ୍ବାଇର ଥାଣେ ପୋଲିସ ଗିରଫ କରିଛି । ଅନ୍ୟ ଜଣେ ୨୩ ବର୍ଷ ବୟସର ଫାର୍ମାସୀ ଛାତ୍ରକୁ ମଧ୍ୟ ନାସିକ ପୁଲିସ ଗିରଫ କରିଛି । କୁହାଯାଏ ଉଭୟ ମିଶି କରି ଶରଦ ପାଓ୍ଵାରଙ୍କ ବିଷୟରେ ଫେସବୁକରେ ଆପତ୍ତିଜନକ ତଥ୍ୟ ଦେଇଥିଲେ । ଚେତାଲି ଅନ୍ୟ କାହାର ପୋଷ୍ଟକୁ ସେୟାର କରିଥିଲେ । ଏହି ପୋଷ୍ଟରେ ଶରଦ ପାଓ୍ଵାରଙ୍କ ନାମ ଲେଖାଯାଇନଥିଲା, କେବଳ ସାଙ୍ଗିଆ ପାଓ୍ଵାର ଓ ବୟସ ୮୦ ବୋଲି ଲେଖାଯାଇଥିଲା । ଶରଦ ପାଓ୍ଵାରଙ୍କ ବୟସ ଏବେ ୮୧ ବର୍ଷ ।

ଏହି ପୋଷ୍ଟରେ ଲେଖାଯାଇଥିଲା ‘‘ନରକ ତୁମକୁ ଅପେକ୍ଷା କରୁଛି, ତୁମେ ବ୍ରାହ୍ମଣଙ୍କୁ ଘୃଣା କରୁଛ ।’’  ଏହାକୁ ନେଇ ଏନସିପି, କଂଗ୍ରେସ ଓ ଶିବସେନା ଦଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା । କେତକୀଙ୍କ ବିରୋଧରେ ଠାଣେ ଥାନାରେ ମଇ ୧୪ ରେ ଅଭିଯୋଗ ପରେ ପୋଲିସ ଆଜି କେତକୀଙ୍କୁ ଗିରଫ କରିଛି । ଉତ୍ତର ମହାରାଷ୍ଟ୍ର ଘୁଲେ ଠାରେ ମଧ୍ୟ ଏନସିପି ପକ୍ଷରୁ କେତକୀଙ୍କ ବିରୋଧରେ ଆଉ ଏକ ମାମଲ ଦାୟର ହୋଇଛି ।

ଏହି ଟ୍ଵିଟରେ ଲେଖାଯାଇଥିଲା ‘‘ବାରାମତି ର ଗାନ୍ଧିଙ୍କ ପାଇଁ ବାରାମତିର ନାଥୁରାମ ଗଡସେ ସୃଷ୍ଟି ହେବାର ସମୟ ଆସିଯାଇଛି ।’’ ପୁଣେ ଜିଲ୍ଲା ବାରାମତିରେ ଶରଦ ପାଓ୍ଵାରଙ୍କ ଘର । ଏନସିପିର ବହୁ ନେତା ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି । ତେବେ ଶରଦ ପାଓ୍ଵାର ଏ ସମ୍ପର୍କରେ କିଛି ଜାଣି ନଥିବା କହିଛନ୍ତି । ଅଭିନେତ୍ରୀ କଣ ଲେଖିଛନ୍ତି ନ ପଢ଼ିଲେ କହି ପାରିବି ନାହିଁ ବୋଲି ଏନସିପି ନେତା ଶରଦ ପାଓ୍ଵାର କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.