Below header

ପତ୍ନୀଙ୍କୁ ସହିଦ ଡିଏସପି ହୁମାୟନ ଭଟ୍ଟଙ୍କ ଶେଷ କଲ୍: ଯଦି ମୁଁ ମରିଯାଏ, ଦୟାକରି ଆମ ଝିଅର ଯତ୍ନ ନେବ

ଗତ ବୁଧବାର  ଜମ୍ମୁ-କଶ୍ମୀରର ଅନନ୍ତନାଗ ଠାରେ ଘଟିଥିବା ଏନକାଉଣ୍ଟରରେ ଡିଏସପି ହୁମାୟୁନ ଭଟ ସହିଦ ହୋଇଥିଲେ । ସାହସୀ ପୁଅ ସହିଦ ହୁମାୟୁନ ଭଟ ଗତ ବର୍ଷ ବିବାହ କରିଥିବାବେଳେ ତାଙ୍କର ମାତ୍ର ୨ମାସର ଝିଅଟିଏ । ଶତ୍ରୁ ଗୁଳିରେ ଆହତ ହେବା ପରେ ହୁମାୟନ ଭଟ୍ଟ ଏକ ଭିଡିଓ କଲ କରିଥିଲେ । ତାଙ୍କ ନିରୀହ ଝିଅର ଝଲକ ଟିକେ ପାଇବା ପାଇଁ ଏହା ଥିଲା ତାଙ୍କର ଶେଷ ପ୍ରୟାସ ।

ହାଲୋ ଶୁଣ…ମୋ ଶରୀରରେ ଗୁଳି ବାଜିଛି । ପ୍ରବଳ ରକ୍ତ ବୋହୁଛି । ମୁଁ ଆଉ ବଞ୍ଚିନପାରେ । ଯଦି ମୁଁ ମରିଯାଏ, ଦୟାକରି ଆମ ଝିଅର ଯତ୍ନ ନେବ । ଏମିତି କିଛି ଶେଷଥର ପାଇଁ ଭିଡିଓ କଲ୍ କରି ନିଜ ପତ୍ନୀଙ୍କୁ କହିଥିଲେ ସହିଦ ଡିଏସପି ହୁମାୟୁନ ଭଟ୍ଟ । ତାପରେ ସବୁ କିଛି ହୋଇଯାଇଥିଲା ଅନ୍ଧକାର ।

ଗତ ବୁଧବାର  ଜମ୍ମୁ-କଶ୍ମୀରର ଅନନ୍ତନାଗ ଠାରେ ଘଟିଥିବା ଏନକାଉଣ୍ଟରରେ ଡିଏସପି ହୁମାୟୁନ ଭଟ ସହିଦ ହୋଇଥିଲେ । ସାହସୀ ପୁଅ ସହିଦ ହୁମାୟୁନ ଭଟ ଗତ ବର୍ଷ ବିବାହ କରିଥିବାବେଳେ ତାଙ୍କର ମାତ୍ର ୨ମାସର ଝିଅଟିଏ । ଶତ୍ରୁ ଗୁଳିରେ ଆହତ ହେବା ପରେ ହୁମାୟନ ଭଟ୍ଟ ଏକ ଭିଡିଓ କଲ କରିଥିଲେ । ତାଙ୍କ ନିରୀହ ଝିଅର ଝଲକ ଟିକେ ପାଇବା ପାଇଁ ଏହା ଥିଲା ତାଙ୍କର ଶେଷ ପ୍ରୟାସ ।

କିନ୍ତୁ ଏଥର ତାଙ୍କ ପ୍ରୟାସ ଏତେ କଷ୍ଟସାଧ୍ୟ ଥିଲା ଯେ ଯାହା ଭାଷାରେ ବର୍ଣ୍ଣନା କରିବା ସହଜ ନୁହେଁ । ଶହୀଦ ହେବାର କିଛି ମୁହୂର୍ତ୍ତ ପୂର୍ବରୁ ସେ ତାଙ୍କର ସମସ୍ତ ସାହସ ଏକଜୁଟ୍ କରିଥିଲେ । ଏହାଥିଲା ଗୋଟେ ବାପାର ଶେଷ ପ୍ରୟାସ, ଯିଏ ତା ହୃଦୟର ସ୍ପନ୍ଦନକୁ ଥରେ ଦେଖିବାକୁ ଚାହୁଁଥିଲା । ସୂଚନା ଅନୁଯାୟୀ, ଟିଆରଏଫର ପାକିସ୍ତାନ ସମର୍ଥିତ ଆତଙ୍କବାଦୀଙ୍କ ଗୁଳିରେ ଆହତ ହେବା ପରେ ଡିଏସପି ହୁମାୟୁନ ଭଟଙ୍କର ବହୁତ ରକ୍ତ ସ୍ରାବ ହୋଇଥିଲା । ଏହା ପରେ ସେ ତାଙ୍କ ପତ୍ନୀଙ୍କୁ ଏକ ଭିଡିଓ କଲ କରିଥିଲେ ।

ତାଙ୍କର ପ୍ରଥମ ବିବାହ ବାର୍ଷିକୀର ଦୁଇ ଦିନ ପୂର୍ବରୁ ହୁମାୟୁନ ଭଟ ତାଙ୍କ ପତ୍ନୀଙ୍କୁ ଭିଡିଓ କଲ୍ କରି କହିଥିଲେ ଯେ ମୁଁ ବଞ୍ଚି ପାରିବି ନାହିଁ । ପତ୍ନୀ ଫାତିମାଙ୍କୁ ସେ ଅନୁରୋଧ କରି କହିହିଥିଲେ ଯେ ଯଦି ମୁଁ ମରିଯାଏ, ଦୟାକରି ଆମ ଝିଅର ଯତ୍ନ ନେବ । ଏପଟେ ସୂଚନା ମିଳିଛି ଯେ, ତାଙ୍କ ପତ୍ନୀଙ୍କୁ ଭିଡିଓ କଲ କରିବା ପୂର୍ବରୁ ତାଙ୍କ ପିତାଙ୍କୁ ମଧ୍ୟ କଲ୍ କହିଥିଲେ । ତାଙ୍କ ପିତା ଅବସରପ୍ରରପ୍ରାପ୍ତ ଡିଜି ଗୁଲାମ ହାସନ ଭଟଙ୍କୁ ସେ କହିଥିଲେ ଯେ ସେ ଆହତ ହୋଇଛନ୍ତି କିନ୍ତୁ ତାଙ୍କ ଅବସ୍ଥା ଭଲ ଅଛି ବୋଲି ।

ଡିଜିପିଙ୍କ ସୂଚନା ଅନୁଯାୟୀ, ବିଶେଷ ସୂଚନା ପାଇବା ପରେ ତୁରନ୍ତ ଆତଙ୍କବାଦୀ ଲୁଚି ରହିଥିବା ସ୍ଥାନରେ ଏକ ଅପରେସନ୍ କରାଯାଇଥିଲା । ଆତଙ୍କବାଦୀଙ୍କ ସର୍ଚ୍ଚ ଅପରେସନକୁ ଆଗେଇ ନେଉଥିବା ତିନି ଜଣ ଅଧିକାରୀଙ୍କ ମଧ୍ୟରୁ ଡିଏସପି ଭଟ ଅନ୍ୟତମ ଥିଲେ। ତେବେ ସର୍ଚ୍ଚ ଅପରେସନ ଚାଲିଥିବା ସମୟରେ ହଠାତ୍ ଆତଙ୍କବାଦୀମାନେ ଗୁଳି ଚଳାଇଥିଲେ । ଏହି ସମୟରେ ଡିଏସପି ହୁମାୟୁନ ଭଟଙ୍କ ସହିତ କର୍ଣ୍ଣେଲ ମନପ୍ରୀତ ଏବଂ ମେଜର ଆଶିଷଙ୍କୁ ମଧ୍ୟ ଗୁଳି ଲାଗିଥିଲା । ଏହି କାରଣରୁ ସମସ୍ତ ତିନି ସାହସୀ ପୁଅ ଆହତ ହୋଇଥିଲେ ।

ତେବେ ଘଞ୍ଚ ଜଙ୍ଗଲ ହେତୁ ହେଲିକପ୍ଟର ଯୋଗେ ଉଦ୍ଧାରକାରୀ ଦଳକୁ ସେମାନଙ୍କ ନିକଟରେ ପହଞ୍ଚିବାକୁ ସମୟ ଲାଗିଥିଲା । ତେବେ ଉଦ୍ଧାର ପରେ ଚିକିତ୍ସା ପାଇଁ ସମସ୍ତଙ୍କୁ ବିମାନରେ ଅଣାଯାଇଥିଲା । କିନ୍ତୁ ଚିକିତ୍ସା ସମୟରେ ଜୀବନ ବଞ୍ଚାଯାଇ ପାରିନଥିଲା । ଯାହାଫଳରେ ଏହି ତିନି ବୀର ପୁତ୍ର ଦେଶ ପାଇଁ ସହୀଦ ହୋଇଯାଇଛନ୍ତି । ଡିଜିପି ଦିଲବାଗ ସିଂ କହିଛନ୍ତି ଯେ ସେ ଏନଏସପି ସାଇଟରୁ ଡିଏସପି ହୁମାୟୁନ ଭଟଙ୍କ ପିତାଙ୍କ ସହ କଥା ହୋଇ ତାଙ୍କୁ କହିଥିଲି ଯେ କିଭଳି ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି ଏବଂ କଭଳି ଭାବେ ସେମାନଙ୍କୁ ଉଦ୍ଧାର କରାଯାଉଛି ।

ତାଙ୍କ ପିତା ଗୁଲାମ ହାସନ ଭଟ୍ଟ ମୂଳତ ପୁଲୱାମା ଜିଲ୍ଲାର ବାସିନ୍ଦା। ବର୍ତ୍ତମାନ ଏହି ପରିବାର ବୁଦ୍ଧଗ୍ରାମର ହୁମହାମା ଅଞ୍ଚଳରେ ଏକ କଲୋନୀରେ ରହୁଛନ୍ତି । ହୁମାୟନ ଭଟ୍ଟ ଗତ ତିନି ବର୍ଷ ଧରି ଜାମ୍ମୁ କାଶ୍ମୀର ପୋଲିସରେ ଡିଏସପି ଭାବରେ କାର୍ଯ୍ୟ କରୁଥିଲେ । ହୁମାୟୁନଙ୍କ ପତ୍ନୀ ଜଣେ ପ୍ରଫେସର । ତେବେ ହୁମାୟୁନଙ୍କ ଯିବା ପରେ ଏହି ପରିବାର ସମ୍ପୂର୍ଣ୍ଣ ଭାବେ ଭାଙ୍ଗିପଡିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.