ଦିଲ୍ଲୀରେ ଜୋତା କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ; ଜିଅନ୍ତା ଜଳିଗଲେ ୨ କର୍ମଚାରୀ, ୨୦ରୁ ଅଧିକ ଆହତ

ଦିଲ୍ଲୀର ନରେଲା ଇଣ୍ଡଷ୍ଟ୍ରିଆଲ୍‌ ଅଞ୍ଚଳରେ ଥିବା ଏକ ପ୍ଲାଷ୍ଟିକ୍‌ କମ୍ପାନୀରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି। ଘଟଣାର ସୂଚନା ମିଳିବା କ୍ଷଣି ୧୦ ଅଗ୍ନିଶମ ଗାଡ଼ି ସେଠାରେ ପହଞ୍ଚିଛନ୍ତି। ଦିଲ୍ଲୀ ଦମକଳ ସେବା ଅଧିକାରୀଙ୍କ ମୁତାବକ, ନିଅାଁ ସଂସ୍ପର୍ଶରେ ଆସି ୨ କର୍ମଚାରୀ ଜୀବନ୍ତ ଜଳି ଯାଇଛନ୍ତି। ଏ ପର୍ଯ୍ୟନ୍ତ ୩ ଲୋକଙ୍କୁ ଉଦ୍ଧାର କରାଯାଇଥିବା ବେଳେ କିଛି ଲୋକ ଏବେ ବି ସେଠାରେ ଫସି ରହିଥିବା ଆଶଙ୍କା କରାଯାଉଛି। ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ଦିଲ୍ଲୀ ପୋଲିସ ସୂଚନା ମୁତାବକ, ନରେଲା ଔଦ୍ଦ୍ୟୋଗିକ ଅଞ୍ଚଳରେ ଥିବା ଏକ ଫୁଟ୍‌େଓ୍ଵୟାର କାରଖାନାରେ ଏହି ଅଗ୍ନିକାଣ୍ଡ ଘଟିଛି। ଘଟଣାରେ କିଛି ଲୋକ ଆହତ ହୋଇଥିବା ସୂଚନା ରହିଛି। ସେମାନଙ୍କୁ ଚିକିତ୍ସା ନିମନ୍ତେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସମସ୍ତ ପୀଡ଼ିତଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ଥିବା ସହ ସେମାନଙ୍କୁ ଚିହ୍ନଟ କାର୍ଯ୍ୟ ଜାରି ରହିଛି।

ସୂଚନା ମୁତାବକ, ନରେଲା ଅଞ୍ଚଳରେ ସକାଳ ୯ଟା ୩୫ରେ କାରଖାନାରେ ନିଅାଁ ଲାଗିଥିଲା। ବିଲ୍ଡିଂର ପ୍ରଥମ ଏବଂ ଦ୍ୱିତୀୟ ମହଲାରେ ନିଅାଁ ଲାଗିଥିଲା। ତେବେ ଅଗ୍ନିକାଣ୍ଡର କାରଣ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଦିଲ୍ଲୀ ଆଉଟର-ନର୍ଥର ଡିସିପି କହିଛନ୍ତି କି, ଏହି ଅଗ୍ନିକାଣ୍ଡରେ ୨୦ ଜଣ ଲୋକଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୧୮ ଜଣ ଲୋକ ଗୁରୁତର ଆହତ ହୋଇଛନ୍ତି। ୨ ଜଣଙ୍କର ଏଥିରେ ମୃତ୍ୟୁ ଘଟିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.