ହାଇଦ୍ରାବାଦର ଏକ ଆପାର୍ଟମେଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ, ୯ ମୃତ

ହାଇଦ୍ରାବାଦର ନାମପଲ୍ଲୀ ବଜାରରେ ଏକ ଆପାର୍ଟମେଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ । ଘଟଣାରେ ୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ରହିଛନ୍ତି । ଅନ୍ୟମାନଙ୍କୁ ଉଦ୍ଧାର କରାଯାଇଛି । ଦମକଳ ବାହିନର ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରୁଛି ।

ହାଇଦ୍ରାବାଦର ଏକ ଆପାର୍ଟମେଣ୍ଟରେ ନିଆଁ ଲାଗିବା ଯୋଗୁଁ ୯ ଜଣଙ୍କର ମୃତ୍ୟୁ ହୋଇଛି । ଘଟଣାରେ ୩ ଜଣ ଆହତ ହୋଇଥିବା ଖବର ମିଳିଛି । ଘଟଣା ସ୍ଥଳରେ ପୋଲିସ ଏବଂ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହିତ ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।

ଖବର ମୁତାବକ, ହାଇଦ୍ରାବାଦର ନାମପଲ୍ଲୀ ଅଞ୍ଚଳ ସ୍ଥିତ ଏକ ୪ ମହଲା ଆପାର୍ଟମେଣ୍ଟ ତଳେ କାର ରିପାରିଂ ଗାରେଜରେ ହଠାତ୍‌ ନିଆଁ ଲାଗିଯାଇଥିଲା । ନିଆଁ ତୁରନ୍ତ ବିଲିଡିଂର ସବୁ ମହଲାକୁ ଲାଗିଯାଇଥିଲା । ତେଣୁ ସେଥିରେ ଥିବା ଲୋକେ ତୁରନ୍ତ ବାହାରି ପାରିନଥିଲେ । ନିଆଁ ଫସିଥିବା ୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ରହିଛନ୍ତି । ସେମାନଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି ।

ଘଟଣା ସ୍ଥଳରେ ୩ଟି ଅଗ୍ନିଶମ ଗାଡି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଜାରି ରଖିଛି । ନିଆଁ ଏତେ ଜୋରରେ ଲାଗିଥିଲା ଯେ, ତୁରନ୍ତ ସ୍ଥାନୀୟ ଅଞ୍ଚଳ ଧୂଆଁମୟ ହୋଇଯାଇଥିଲା । ତେବେ ବିଲିଡିଂ ନିକଟରେ ଥିବା ଅନ୍ୟ ବିଲିଡିଂ କିମ୍ବା କୌଣସି ପ୍ରକାରର କ୍ଷତି ହୋଇଥିବା ସୂଚନା ମିଳିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.