ଆମେରିକା ସେନାର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ୫ ଯବାନଙ୍କ ମୃତ୍ୟୁ

ତାଲିମ ଅଭ୍ୟାସ ବେଳେ ଆମେରିକା ସେନାର ଏକ ହେଲିକପ୍ଟର ଭୂମଧ୍ୟସାଗରରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଆମେରିକୀୟ ଅଧିକାରୀମାନେ ରବିବାର ଏହି ସୂଚନା ଦେଇଛନ୍ତି। ଏହି ଦୁର୍ଘଟଣାରେ ୫ ଜଣ ଆମେରିକୀୟ ଯବାନଙ୍କ ମୃତ୍ୟୁ ଘଟିଛି। ତେବେ ଦୁର୍ଘଟଣା କେଉଁ ଜାଗାରେ ହୋଇଛି, ସେ ସମ୍ପର୍କରେ ଅଧିକାରୀମାନେ ନିଶ୍ଚିତ କରିନାହାନ୍ତି।

କହି ରଖୁଛୁ, ଇସ୍ରାଏଲ-ହାମାସ ଯୁଦ୍ଧକୁ କ୍ଷେତ୍ରୀୟ ସଂଘର୍ଷରେ ପରିଣତ ନ କରିବା ପାଇଁ ଆମେରିକା ଭୂମଧ୍ୟସାଗରରେ ଏକ ଯୁଦ୍ଧ ଜାହାଜ ନିୟୋଜିତ କରିଛି।

ଆମେରିକାର ୟୁରୋପୀୟ କମାଣ୍ଡ (EUCOM) ନଭେମ୍ବର ୧୦ରେ ହୋଇଥିବା ଏହି ଦୁର୍ଘଟଣା ସମ୍ପର୍କରେ ଏକ ବିବୃତ୍ତି ଜାରି କରିଛି। EUCOM କହିଛି ଯେ ୫ ଜଣଙ୍କୁ ନେଇ ଯାଉଥିବା ଏକ ଆମେରିକୀୟ ସେନା ହେଲିକପ୍ଟର ଏୟାର ଫୁଏଲ୍‌ ଭରିବା ମିଶନରେ ସାମିଲ ଥିଲା। ଆର୍ମି ଟ୍ରେନିଂ ସମୟରେ ଏହା ଭୂମଧ୍ୟସାଗରରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦେଶର ରାଷ୍ଟ୍ରପତି ଜୋ ବାଇଡେନ୍‌ ମୃତକମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ଆମେରିକାର ତିନିଜଣ ଅଧିକାରୀ ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି ଯେ ଶହୀଦ ହୋଇଥିବା ସୈନିକମାନେ MH-60 ବ୍ଲାକ୍ ହକ୍ ହେଲିକପ୍ଟରର କ୍ରୁ ସଦସ୍ୟ ଥିଲେ। ସେମାନେ ଶୁକ୍ରବାର ବିଳମ୍ବିତ ରାତିରେ ଫୁଏଲ୍‌ ଭରିବା ପାଇଁ ଏକ ଟ୍ରେନିଂ ମିଶନରେ ଥିଲେ। ହେଲିକପ୍ଟରଟି ସାଇପ୍ରସ୍‌ ତଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

You might also like