ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଦିନ ବନ୍ଦ ରହିବ ସମସ୍ତ ମାଂସ ଦୋକାନ, ମୁସଲମାନ ବିକ୍ରେତା ସଂଘର ନିଷ୍ପତ୍ତି

ଅଯୋଧ୍ୟାରେ ଜାନୁୟାରୀ ୨୨ରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ହେବ । ଏହାକୁ ନେଇ ରାଜଧାନୀ ଲକ୍ଷ୍ନୌରେ ଆମିଷ ବିକ୍ରି ଉପରେ ବଡ଼ ନିଷ୍ପତ୍ତି ନିଆଯାଇଛି । ଏହି ଦିନ ସହରରେ ସମସ୍ତ ମାଂସ ଦୋକାନ ବନ୍ଦ ରହିବ ।

ଅଯୋଧ୍ୟାରେ ଜାନୁୟାରୀ ୨୨ରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ହେବ । ଏହାକୁ ନେଇ ରାଜଧାନୀ ଲକ୍ଷ୍ନୌରେ ଆମିଷ ବିକ୍ରି ଉପରେ ବଡ଼ ନିଷ୍ପତ୍ତି ନିଆଯାଇଛି । ଏହି ଦିନ ସହରରେ ସମସ୍ତ ମାଂସ ଦୋକାନ ବନ୍ଦ ରହିବ । ଅଯୋଧ୍ୟାରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହ ପାଇଁ ମୁସଲମାନ ମାଂସ ବିକ୍ରେତା ସଂଘ ଏହି ନିଷ୍ପତ୍ତି ନେଇଛି ।

ଏହି ପ୍ରସଙ୍ଗରେ ଲକ୍ଷ୍ନୌ ସଂସ୍ଥା ଅଲ୍‌ ଇଣ୍ଡିଆ ଜମିୟତୁଲ କୁରୈସୀ ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକଙ୍କୁ ଏକ ପତ୍ର ଲେଖିଛି । ଅଯୋଧ୍ୟାର ରାମ ମନ୍ଦିରରେ ଶ୍ରୀରାମଙ୍କ ପବିତ୍ରତା ପ୍ରତି ସଦ୍‌ଭାବନା ବଜାୟ ରଖି ସର୍ବସମ୍ମତିରେ ଏହି ନିଷ୍ପତ୍ତି ନିଆଯାଇଛି । ଏଥିପାଇଁ ୨୨ ତାରିଖରେ ଲକ୍ଷ୍ନୌର ବିଲୋଚପୁରା, ସଦର କେଣ୍ଟ, ଫତେହଗଞ୍ଜ, ଲାଟୁଶ ରୋଡ୍‌ର ସମସ୍ତ ମାଂସ ବ୍ୟବସାୟୀ ନିଜର କାରବାର ବନ୍ଦ ରଖିବେ ।

କହି ରଖୁଛୁ, ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ପାଇଁ ଭଗବାନ ରାମଙ୍କର ୫୧ ଇଞ୍ଚ୍‌ ବିଶିଷ୍ଟ କୃଷ୍ଣ ଶିଳାର ମୂର୍ତ୍ତି ଚୟନ କରାଯାଇଛି । ମନ୍ଦିର ଗର୍ଭଗୃହ ଭିତରେ କମଳ ଆକାରରେ ତିଆରି ମଞ୍ଚ ଉପରେ ଭଗବାନଙ୍କୁ ବିରାଜମାନ କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.