Below header

ଶୀତ ଦିନ ଯାତ୍ରା ସମୟରେ ଏପରି କରନ୍ତୁ ନିଜ ତ୍ୱଚାର ସୁରକ୍ଷା

ଘରେ ଯଦିଓ ସହଜରେ ନିଜ ତ୍ୱଚାର ଧ୍ୟାନ ରଖା ଯାଇପାରିବ କିନ୍ତୁ କୌଣସି ଯାତ୍ରା କରୁଥିବା ସମୟରେ ମଧ୍ୟ ଆପଣ ନିଜ ତ୍ୱଚାର ଯତ୍ନ ନେବା କିଛିଟା କଠିନ ହୋଇଥାଏ । ଏହି ସମୟରେ ହୁଏତ ଆପଣଙ୍କ ପାଖରେ ପୁରା ସ୍କିନ କେୟାର ପ୍ରଡକ୍ଟ ନଥାଇ ପାରେ ବା ଆପଣଙ୍କ ପାଖରେ ନିଜ ତ୍ୱଚାର ଯତ୍ନ ନେବାକୁ ଯଥେଷ୍ଟ ସମୟ ନଥାଇପାରେ ।

ଶୀତ ଧୀରେ ଧୀରେ ଆରମ୍ଭ ହେଇଗଲାଣି । ଏହି ସମୟରେ ହିଁ ଆପଣଙ୍କ ତ୍ୱଚା କିଛି ବିଶେଷ ଯତ୍ନ ଆବଶ୍ୟକ କରିଥାଏ । ଘରେ ଯଦିଓ ସହଜରେ ନିଜ ତ୍ୱଚାର ଧ୍ୟାନ ରଖା ଯାଇପାରିବ କିନ୍ତୁ କୌଣସି ଯାତ୍ରା କରୁଥିବା ସମୟରେ ମଧ୍ୟ ଆପଣ ନିଜ ତ୍ୱଚାର ଯତ୍ନ ନେବା କିଛିଟା କଠିନ ହୋଇଥାଏ । ଏହି ସମୟରେ ହୁଏତ ଆପଣଙ୍କ ପାଖରେ ପୁରା ସ୍କିନ କେୟାର ପ୍ରଡକ୍ଟ ନଥାଇ ପାରେ ବା ଆପଣଙ୍କ ପାଖରେ ନିଜ ତ୍ୱଚାର ଯତ୍ନ ନେବାକୁ ଯଥେଷ୍ଟ ସମୟ ନଥାଇପାରେ । କିନ୍ତୁ ଏହି ସମୟରେ କିଛି ବେଶିକ ଟିପ୍ସ ନିଶ୍ଚିତ ରୂପେ ଆପଣାନ୍ତୁ । ଆସନ୍ତୁ ଜାଣିବା କିଛି ବେଶିକ ଟିପ୍ସ ଗୁଡିକ ବିଷୟରେ ଯାହା ଯାତ୍ରା ସମୟରେ ମଧ୍ୟ ଆପଣଙ୍କ ତ୍ୱଚାକୁ ସୁସ୍ଥ ରଖିପାରିବ ।

୧. ସାଧାରଣତଃ ଯାତ୍ରା ସମୟରେ ତ୍ୱଚା ଉପରେ ବହୁ ଧୂଳିମଳି ଜମି ଯାଇଥାଏ । ତେଣୁ ଏହି ସମୟରେ ନିଜ ମୁହଁକୁ ଭଲ ଭାବେ ଦିନକୁ ଦୁଇ ଥର ନିଜ ସ୍କିନକୁ ଏକ ଭଲ ଭାବେ ଧୁଅନ୍ତୁ । ସ୍କିନରେ ଜମି ଥିବା ଧୂଳି, ମାଟି, ପ୍ରଦୂଷଣକୁ ହଟେଇବା ପାଇଁ ଏହି ନିୟମ ପାଳନ କରିବା ନିହାତି ଦରକାର ।

୨.ଆଜିକାଲି ପ୍ରାୟ ପ୍ରତି ବ୍ରାଣ୍ଡର ପ୍ରଡକ୍ଟରେ ଟ୍ରାବେଳ ସାଇଜର ପ୍ୟାକ ଉପଲଵଧ ହେଉଛି । ଯଦି ଆପଣ ବେଶୀ ଜିନିଷ ନିଜ ସହ ନେବାକୁ ଚାହୁଁ ନାହାନ୍ତି ତେବେ ଟ୍ରବେଳ ସାଇଜ ପ୍ୟାକକୁ ନିଜ ସହ ଅବଶ୍ୟ ନେଇ ପାରିବେ ।

୩. ଆପଣ ଯୁଆଡେ ବି ଯାନ୍ତୁ ନିଜ ସହ ଏକ ଭଲ ବ୍ରାଣ୍ଡର ମଶ୍ଚୁରାଇଜର ନେଇ ଯାଆନ୍ତୁ । ହାତ ଧୋଇବା, ଚେହେରା ଧୋଇବା ବା ଗାଧେଇବା ପରେ ଚେହେରାକୁ ମଶ୍ଚୁରାଇଜ କରିବାକୁ ଆଦୌ ଭୂଲନ୍ତୁନି । ନଚେତ ଆପଣଙ୍କ ତ୍ୱଚା ତାର ପ୍ରାକୃତିକ ଉଜ୍ଜ୍ୱଳତା ହରାଇବ । ରାତିରେ ଶୋଇବା ପୂର୍ବରୁ ମଧ୍ୟ ନିଜ ହାତ, ପାଦ ଓ ମୁହଁରେ ମଶ୍ଚୁରାଇଜର ବା ବଡ଼ି ଲୋସନ ନିଶ୍ଚିତ ଲଗାନ୍ତୁ ।

୪. ଆଉ ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଆପଣ ଯେଉଁଠିକି ବି ଯାଆନ୍ତୁ ସନ ସ୍କ୍ରିନ ଲଗାଇବାକୁ ଭୁଲିବେନି । ବହୁ ଜଣ ଶୀତ ଦିନେ ସନ ସ୍କ୍ରିନ ଲଗାଇବାକୁ ସେତେଟା ଗୁରୁତ୍ୱ ଦେଇନଥାନ୍ତି । କିନ୍ତୁ ପ୍ରକୃତରେ ଏହି ଋତୁରେ ହିଁ ସୂର୍ଯ୍ୟଙ୍କ କୁପ୍ରଭାବ ସ୍କିନ ଉପରେ ଅଧିକ ପଡିଥାଏ । ତେଣୁ ଏହି ସମୟରେ ଏହାର ଉପଯୁକ୍ତ ବ୍ୟବହାର ନକଲେ ସ୍କିନରେ ବ୍ଲାକ ସ୍ପଟ , ଡାର୍କ ସ୍ପଟ ଓ ସନ ବର୍ଣ ହେବାର ସମ୍ଭାବନା ବଢିଯାଏ । ଯଦି ଆପଣଙ୍କ ତ୍ୱଚା ଅଧିକ ସେନସିଟିଭ ହୋଇଥାଏ ତେବେ ଏହି ସମସ୍ୟା ଦେଖାଯିବାର ସମ୍ଭାବନା ଅଧିକ ଥାଏ ।

୫. ଆଉ ମନେ ରଖନ୍ତୁ ଶୀତରୁ ରକ୍ଷା ପାଇବା ପାଇଁ ଅଧିକ ଗରମ ପାଣିରେ ଜମା ବି ଗାଧେଇବେ ନାହିଁ । କାରଣ ଅଧିକ ଗରମ ପାଣି ତ୍ୱଚାରୁ ତାର ପ୍ରାକୃତିକ କୋମଳତାକୁ ନଷ୍ଟ କରିଦେଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.