ଦୀର୍ଘ ୧୦ ମାସ ଅପେକ୍ଷାର ହେଲା ଅନ୍ତ, ଦେଶରେ ଆରମ୍ଭ ହେଲା କୋଭିଡ ଟିକାକରଣ

 ନୂଆଦିଲ୍ଲୀ(କେ ନ୍ୟୁଜ): ଦେଶରେ ଆରମ୍ଭ ହେଲା କୋଭିଡ ଟିକାକରଣ । ଟିକାକରଣ ଅଭିଯାନର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ କହିଛନ୍ତି, ବିଶ୍ୱର ସବୁଠୁ ବଡ଼ ଟିକାକରଣ ଅଭିଯାନ ଆରମ୍ଭ ହୋଇଛି । ଖୁବ୍‌ କମ୍‌ ସମୟରେ ଆସିଛି ଟିକା। ମୋଦିଙ୍କ ଅନୁଯାୟୀ ଆଜିର ଦିନକୁ ଦୀର୍ଘ ଦଶ ମାସ ହେବ ଅପେକ୍ଷା କରି ରହିଥିଲେ ଦେଶବାସୀ । ଆଉ ବର୍ଷେରୁ କମ ସମୟ ଭିତରେ ଦୁଇ ଦୁଇଟି ଦେଶୀ ଟୀକା ଲଂଚ ହେବା ଦେଶ ପାଇଁ ଗର୍ବର ବିଷୟ । ପ୍ରଥମେ ସ୍ୱାସ୍ଥ୍ୟକର୍ମୀ ଓ ଫ୍ରଣ୍ଟ ଲାଇନ୍‌ କରୋନା ଯୋଦ୍ଧାଙ୍କୁ ଟିକା ଦିଆଯିବ । ସମସ୍ତଙ୍କ ପାଇଁ ଦୁଇଟି ଡୋଜ୍‌ ନେବା ଜରୁରୀ ।

ବିଦେଶୀ ଟିକା ତୁଳନାରେ ସ୍ୱଦେଶୀ ଟିକା କମ ଟଙ୍କାରେ ପାଇ ପାରିବେ ସାଧାରଣ ଲୋକେ । ବିଦେଶୀ ଟିକା ମହଙ୍ଗା ଓ ସଂରକ୍ଷଣ ପାଇଁ ମାଇନସ୍‌ ୭୦ ଡିଗ୍ରୀ ଆବଶ୍ୟକ । ହେଲେ ସ୍ୱଦେଶୀ ଟିକା ସଂରକ୍ଷଣ ଓ ଟ୍ରାନ୍ସପୋର୍ଟିଂ ପାଇଁ ଭରତୀୟ ଜଳବାୟୁ ଅନୂକୁଳ ରହିଛି । ମୋଦି କହିଛନ୍ତି କରୋନା ଲଢେଇରେ ଟିକାର ନିର୍ଣ୍ଣାୟକ ବିଜୟ ଦେବ । କରୋନା ମହାମାରୀ ଭାରତକୁ ଆତ୍ମନିର୍ଭର କରାଇଛି ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.