ଭବିଷ୍ୟବାଣୀ : ଗ୍ରୀଷ୍ମ ପୂର୍ବରୁ ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ମେଲାନିଆ ଦେବେ ଛାଡ଼ପତ୍ର, ଅନ୍ୟ ସହ ଯୋଡ଼ିବେ ସମ୍ପର୍କ

ଓ୍ଵାଶିଂଟନ :  ଆମେରିକାର ବିଦାୟୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ପତ୍ନୀ ମେଲାନିଆଙ୍କ ବୈବାହିକ ସମ୍ପର୍କକୁ ନେଇ ଉଠିଛି ଝଡ଼ । ଆମେରିକାର କେବଳ ଗଣମାଧ୍ୟମ ପୃଷ୍ଟାରେ ନୁହେଁ ଭବିଷ୍ୟବାଣୀ ମଧ୍ୟ କରାଯାଇଛି ଏନେଇ । ଚଳିତବର୍ଷ ଗ୍ରୀଷ୍ମ ମାସ ପୂର୍ବରୁ ପତ୍ନୀ ମେଲାନିଆ ଟ୍ରମ୍ପଙ୍କୁ ଛାଡ଼ପତ୍ର ଦେବେ ବୋଲି ଏକ େଓ୍ଵବସାଇଟ୍‌ ର ପ୍ୟାନେଲ୍‌ ଦାବି କରିଛି । ସାଇକିକ୍‌ ଓ୍ଵାର୍ଲ୍ଡ ଡଟ୍‌ କମ୍‌ ଅନୁଯାୟୀ ଆଗାମୀ ଗ୍ରୀଷ୍ମ ମାସ ମଧ୍ୟରେ ମେଲାନିଆ ପତି ଟ୍ରମ୍ପଙ୍କୁ ଛାଡ଼ପତ୍ର ଦେବେ । ଏହି େଓ୍ଵବସାଇଟ୍‌ ମେଲାନିଆଙ୍କ ଛାଡ଼ପତ୍ର ସମ୍ପର୍କରେ କହିଥିବା ବେଳେ ଅନ୍ୟ ଜଣେ ନ୍ୟୁମୋରଲିଜିଷ୍ଟ୍‍ ମଧ୍ୟ ମେଲାନିଆଙ୍କ ଛାଡ଼ପତ୍ର ସମ୍ପର୍କରେ ଭବିଷ୍ୟବାଣୀ କରିଛନ୍ତି ।

Melania_Trump

ଏହି େଓ୍ଵବସାଇଟ୍‌ କହିଛି ଯେ ମେଲାନିଆ ଆଉ ଜଣେ ଶିଳ୍ପପତିଙ୍କୁ ଡେଟିଂ କରୁଛନ୍ତି । ବର୍ଷ ଶେଷ ହେବା ପୂର୍ବରୁ ସେମାନେ ଏ ସମ୍ପର୍କରେ ସର୍ବସାଧାରଣରେ ଘୋଷଣା କରିବେ । ତେବେ ଟ୍ରମ୍ପ ରାଷ୍ଟ୍ରପତି ପଦ ଛାଡ଼ିବା ପରେ ଦୁଇମାସ ନିରବ ରହିବେ । ତା’ପରେ ବିଶ୍ୱର ଏକ ଅଦ୍ୱିତୀୟ ଶକ୍ତି ଭାବେ ଦେଖାଦେବେ, ଯାହାକି ସେ ଥିବା ରାଷ୍ଟ୍ରପତି ଠାରୁ ମଧ୍ୟ ଅଧିକ ପ୍ରଭାବଶାଳୀ ହେବ ବୋଲି ଏହି ଭବିଷ୍ୟବାଣୀରେ କୁହାଯାଇଛି ।

ଟ୍ରମ୍ପ ଏହି ସମୟରେ ଲେଖାଲେଖି କରିବା ସହ ହ୍ଵାଇଟ୍‌ ହାଉସର ବହୁ ଭିତିରି କଥା ସମ୍ପର୍କରେ ପ୍ରକାଶ କରିବେ । ଯାହାକି ତାଙ୍କୁ ବିବାଦୀୟ କରିବା ସହ ରାଜନୈତିକ ଓ ବ୍ୟବସାୟୀକ ଦୁନିଆରେ ହଇଚଇ ସୃଷ୍ଟି କରିବ ବୋଲି ଏହି େଓ୍ଵବସାଇଟ୍‌ ର ପ୍ୟାନେଲ୍‌ ପ୍ରକାଶ କରିଛି ।

Donald_and_Melania_Trump

ଟ୍ରମ୍ପଙ୍କ ଘରୋଇ ମାମଲାରେ ଆଉ ଜଣେ ମନସ୍ତତ୍ତ୍ୱବିତ୍‌ ଓ ନ୍ୟୁମରଲୋଜିଷ୍ଟ ମଧ୍ୟ ଏହି ସମାନ କଥା ପ୍ରକାଶ କରିଛନ୍ତି । ସରାହ ୟପି ନାମକ ଏହି ନ୍ୟୁରୋଲଜିଷ୍ଟ କୁହନ୍ତି ଯେ ୨୦୨୧ ମାର୍ଚ୍ଚରୁ ମଇ ମାସ ମଧ୍ୟରେ ଟ୍ରମ୍ପଙ୍କ ଘରୋଇ ଜୀବନରେ ପରିବର୍ତ୍ତନ ଘଟିବ । ଟ୍ରମ୍ପଙ୍କର ଅଲଗା ବେଡ୍‌ ହେବା ସହ ତାଙ୍କର ପାରିବାରିକ ଓ ବିବାହ ଜୀବନରେ ପରିବର୍ତ୍ତନ ଘଟିବ । ତେବେ ମେଲାନିଆ ଯେ ପର୍ଯ୍ୟନ୍ତ ଅଫିସରୁ ନ ବାହାରିଛନ୍ତି ସେ ଛାଡ଼ପତ୍ର ଦେବା ପାଇଁ ତାଙ୍କର ପ୍ରତି ମିନିଟ୍‌କୁ ଗଣୁଛନ୍ତି ବୋଲି ଏହି ରିପୋର୍ଟ ପ୍ରକାଶ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.