Below header

ବିବାହ ପରେ ଶ୍ବଶୁର ଘର ଯାଉଥିଲେ କନ୍ୟା, ପ୍ରେମିକ ଗାଡି ଅଟକାଇ ମଝି ରାସ୍ତାରେ କରିଦେଲା କିଛି ଏମିତି

ରାଜସ୍ଥାନ : ସିକର ଜିଲ୍ଲାରେ ଏକ ଆଶ୍ଚର୍ଯ୍ୟ କରିଦେଲା ଭ୍ରଳି ଘଟଣା ସାମ୍ନାକୁ ଆସିଛି। ବିବାହ ପରେ ଶ୍ବଶୁର ଘରକୁ ଯାଉଥିବା କନ୍ୟାକୁ ଅପହରଣ କରାଯାଇଛି। ଏହି ଅପହରଣ କରିଥିବା ଯୁବକ ହେଉଛନ୍ତି ଯୁବତୀଙ୍କର ପ୍ରେମିକ। ସେ ବିବାହ ପରେ ନିଜ ଶ୍ବଶୁର ଘରକୁ ଯାଉଥିବାବେଳେ ବାଟରେ ତାଙ୍କ ପ୍ରେମିକ ଏବଂ ତାର କିଛି ସାଙ୍ଗ ଦୁଇଟି ବାଇକରେ ଆସି ଯୁବତୀଙ୍କୁ ଅପହରଣ କରିନେଇଛନ୍ତି। ଏହି ଘଟଣା ପରେ ଶ୍ବଶୁର ଘର ଲୋକ ଏବଂ କନ୍ୟାର ପରିବାର ଉଭୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

ଯୁବତୀ ଏବଂ ତାଙ୍କର ବଡ ଭଉଣୀଙ୍କର ଏକା ସାଙ୍ଗରେ ବିବାହ ହୋଇଥିଲା। ଦୁଇ ଭଉଣୀଙ୍କ ବିବାହ ଗୋଟିଏ ଘରେ ମଧ୍ୟ ହୋଇଥିଲା। ଯେତେବେଳେ ବିବାହ ପରେ ଯୁବତୀ ଜଣଙ୍କ କାରରେ ବସି ଶ୍ବଶୁର ଘରକୁ ଯାଉଥିଲେ ସେତେବେଳେ ରାସ୍ତା ମଝିରେ ଅଟକାଇ ବନ୍ଧୁକ ଦେଖାଇ ଯୁବତୀଙ୍କୂ ଅପହରଣ କରିନେଲେ।

ପୋଲିସ ଅଫିସର ସୂଚନା ଦେଇଛନ୍ତି ଯେ ଏହି ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କରାଯାଇଛି। ଅବଶ୍ୟ ଏପର୍ଯ୍ୟନ୍ତ ମୁଖ୍ୟ ଅଭିଯୁକ୍ତ ଧରାପଡିନାହିଁ। ଘଟଣା ପରେ ଅଭିଯୁକ୍ତ ଫେରାର ଅଛି ଏହା ସହିତ ଯୁବତୀଙ୍କର ମଧ୍ୟ କୌଣସି ପତ୍ତା ମିଳୁନାହିଁ। ଦୁହିଁଙ୍କୁ ଏବେ ଖୋଜା ଚାଲିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.