Below header

ମେୟରଙ୍କୁ ଗାଡ଼ିରେ ବାନ୍ଧି ରାସ୍ତାରେ ଘୋଷାଡ଼ି ଘୋଷାଡ଼ି ନେଲେ ଦୁବୃର୍ତ୍ତ, ଭିଡିଓ ଭାଇରାଲ

ରାଗର ବଶବର୍ତ୍ତୀ ହେବା ପରେ ମଣିଷ କେତେ ଯେ କ୍ରୁର ହୋଇପାରେ ତାହାର ପୁଣିଥରେ ଏକ ନଗ୍ନ ଚିତ୍ର ଦେଖିବାକୁ ମିଳିଛି। ନିଜର କାମନା ଚରିତାର୍ଥ ନହେବାରୁ ଜଣେ ମେୟରଙ୍କୁ ଟ୍ରକରେ ବାନ୍ଧି ରାସ୍ତାରେ ଘୋଷାଡ଼ି ଘୋଷାଡ଼ି ନେଉଥିବା ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି।

ଦକ୍ଷିଣ ମେକ୍ସିକୋରେ କୃଷକମାନେ ଗାଁରେ ମେୟରଙ୍କୁ ଜବରଦସ୍ତି କାର୍ଯ୍ୟାଳୟରୁ ବିତାଡ଼ିତ କରି ଏକ ପିକ୍‌ଅପ୍‌ ଟ୍ରକରେ ବାନ୍ଧି ରାସ୍ତାରେ ଘୋଷାଡ଼ି ଘୋଷାଡ଼ି ନେଉଥିବା ଘଟଣା ସାମ୍ନାକୁ ଆସିଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମେୟରଙ୍କୁ ଉଦ୍ଧାର କରିବା ସହ ୧୧ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସମର୍ଥ ହୋଇଛି। ତେବେ ଘଟଣାର ସମ୍ପୃକ୍ତ ଭିଡିଓ ଏକ ସିସିଟିଭି କ୍ୟାମେରାରେ କଏଦ ହୋଇଛି।

ଦେଖନ୍ତୁ ଭିଡିଓ:

ଭିଡିଓରେ ଦେଖାଯାଇଛି ଯେ ଏକ ଟ୍ରକ ପଛପଟେ ମେୟରଙ୍କ ହାତ ବାନ୍ଧି ତାଙ୍କୁ ରାସ୍ତାରେ ଅତି ଅମାନବୀୟ ଭାବେ ଘୋଷାଡ଼ି ଘୋଷାଡ଼ି ନିଆଯାଉଛି। ଏହି ରାସ୍ତା ଲାସ ମାର୍ଗାରିଟାସର ଏକ ଅଂଶ।

ଏହାସହ ପଢ଼ନ୍ତୁ: ବିରାଟ କୋହଲି ପ୍ରକୃତରେ ଜଣେ କ୍ରିକେଟର୍‌ ନୁହେଁ, ଦେଖନ୍ତୁ ତାଙ୍କ ଅସଲ ରୂପ

ସୂଚନାନୁଯାୟୀ, ପୂର୍ବରୁ ମଧ୍ୟ ଥରେ କୃଷକମାନେ ସମ୍ପୃକ୍ତ ମେୟରଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ମେକ୍ସିକୋର ଡ୍ରଗ୍‌ ବେପାରୀଙ୍କୁ ଅପରାଧିକ ଯୋଜନାରେ ସାହାଯ୍ୟ ନ କଲେ ସେମାନେ ସ୍ଥାନୀୟ ନେତା ଓ ମେୟରଙ୍କୁ ସବୁବେଳେ ଟାର୍ଗେଟରେ ରଖି ଏଭଳି ଆକ୍ରମଣ କରୁଥିବା ଅଭିଯୋଗ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.