ରାସ୍ତାରେ କୁକୁରଙ୍କୁ ବୁଲାଉଥିଲେ ଏହି ବ୍ୟକ୍ତି, ହଠାତ୍ ଘଟିଲା ଏମିତି କିଛି, ଦେଖନ୍ତୁ ଭିଡିଓ

ସୋସିଆଲ୍ ମିଡିଆରେ ଏକ ଭିଡିଓ ଖୁବ୍ ଭାଇରାଲ୍ ହେଉଛି। ଏଥିରେ ଦେଖିବାକୁ ମିଳୁଛି, ଜଣେ ବ୍ୟକ୍ତି ନିଜ କୁକୁରଙ୍କୁ ରାସ୍ତାରେ ବୁଲାଉଥିବା ବେଳେ ହଠାତ୍ ତାଙ୍କ ଉପରେ ବିଜୁଳି ପଡ଼ିଥିଲା। ଯଦି ତାଙ୍କୁ ଠିକ୍ ସମୟରେ ମେଡିକାଲ ସୁବିଧା ମିଳି ନ ଥାଆନ୍ତା, ତା’ ହେଲେ ତାଙ୍କ ଜୀବନ ଚାଲିଯାଇଥାଆନ୍ତା। ବିଜୁଳି ସଂସ୍ପର୍ଶରେ ଆସିଥିବା ଏହି ବ୍ୟକ୍ତି ଜଣକ ହେଉଛନ୍ତି, ଆଲେକ୍ସ କୋରିସ୍‌। ଅକ୍ଟୋବର ୩ରେ ଆଲେକ୍ସ ଟେକ୍ସାସ୍‌ର ଷ୍ଟୁବନର୍ ଏୟାରଲାଇନ୍ ପଶୁ ଚିକିତ୍ସାଳୟ ପାଖରେ ଥିଲେ। ସେ ନିଜର କୁକୁରଙ୍କ ସହ ବାହାରେ ବୁଲୁଥିଲେ। ହଠାତ୍ ସେହି ସମୟରେ ବିଜୁଳି ସଂସ୍ପର୍ଶରେ ଆସିଯାଇଥିଲେ। ଘଡ଼ିଘଡ଼ି ତାଙ୍କ ପାଦ ଉପରେ ଖସିଥିଲା।

light2

ଏହି ପୂରା ଘଟଣା ଏକ ସର୍ଭିଲାନ୍ସ କ୍ୟାମେରାରେ କଏଦ ହୋଇଛି। ଏଥିରେ ଦେଖାଯାଉଛି କି, ଆଲେକ୍ସଙ୍କ ପାଦ ଉପରେ ହଠାତ୍ ବିଜୁଳି ଖସିଥିଲା। ଫଳରେ ସେ ତଳେ ପଡ଼ିଯାଇଥିଲେ ଏବଂ ୩ଟି କୁକୁର ମଧ୍ୟ ଡରିଯାଇ ଘଟଣାସ୍ଥଳରୁ ପଳାଇଥିଲେ। ଏହାପରେ ଜଣେ ବ୍ୟକ୍ତି ସେଠାକୁ ଆସିଥିଲେ। ପରେ ପରେ ଆଉ କିଛି ଲୋକ ମଧ୍ୟ ପହଞ୍ଚି ଆଲେକ୍ସଙ୍କୁ ମେଡିକାଲ ସୁବିଧା ପ୍ରଦାନ କରିଥିଲେ।

ଏହାସହ ପଢ଼ନ୍ତୁ: ଦୁଇ ନିରୀହ ପିଲାଙ୍କୁ ଧରି ବିଲ୍ଡିଂରୁ କୁଦିପଡ଼ିଲେ ହତାଶ ସ୍ୱାମୀ, ଜୀବନ ହାରିବା ପୂର୍ବରୁ ପତ୍ନୀଙ୍କୁ ପଠାଇଥିଲେ ଏହି…

ଏକ ଗଣମାଧ୍ୟମର ରିପୋର୍ଟ ମୁତାବକ, ଆଲେକ୍ସ ଏବେ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ସୌଭାଗ୍ୟବଶତଃ ସେ ଦୁର୍ଘଟଣାରୁ ବର୍ତ୍ତିଯାଇଛନ୍ତି। ସେପଟେ ଘଟଣା ପରେ ତାଙ୍କ କୁକୁରମାନଙ୍କୁ ନିକଟସ୍ଥ ଏକ ଜଙ୍ଗଲରୁ ଉଦ୍ଧାର କରାଯାଇଥିଲା। ଏହି ଭିଡିଓକୁ ଦେଖି ଲୋକେ ଚକିତ ହୋଇଯାଉଛନ୍ତି।

video courtesy: inside edition

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.