ମୋଦିଙ୍କୁ ଭେଟିଲେ ମାଇକ୍ରୋସଫ୍ଟ କୋ ଫାଉଣ୍ଡର ବିଲ୍‌ ଗେଟସ୍‌, କିଛି ସମୟ ଧରି ହେଲା ଆଲୋଚନା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ ମାଇକ୍ରୋସଫ୍ଟ କୋ ଫାଉଣ୍ଡର ବିଲ୍‌ ଗେଟସ୍‌ । ଦିଲ୍ଲୀରେ ମୋଦିଙ୍କୁ ଭେଟିଛନ୍ତି ବିଲ୍‌ ଗେଟସ୍‌ । ଦୁଇ ଜଣଙ୍କ ମଧ୍ୟରେ କିଛି ସମୟ ଧରି ଆଲୋଚନା ହୋଇଥିଲା । ଏହା ପୂର୍ବରୁ ବିଲ୍‌ ଗେଟସ୍‌, ନୀତି ଆୟୋଗ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଗତ ସେପ୍‌ଟେମ୍ବର ମାସରେ ଦେଶରେ ସ୍ୱଚ୍ଛତା ଅଭିଯାନର ସଫଳ ପରିଚାଳନା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ବିଲ୍‌ ଆଣ୍ଡ ମେଲିଣ୍ଡା ଗେଟସ୍‌ ଫାଉଣ୍ଡେସନ୍‌ ପକ୍ଷରୁ ଗ୍ଲୋବାଲ ଗୋଲ୍‌କିପର ଆଓ୍ଵାର୍ଡ ପ୍ରଦାନ କରାଯାଇଥିଲା ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.