Below header

ମିଡ୍‌-ଡେ ତାଜା ଖବର

୧-ସିରିଜ୍‌ ବୋମା ବିସ୍ଫୋରଣ ଘଟଣା ପରେ ଶ୍ରୀଲଙ୍କା ପୋଲିସ୍‌ ଆଇଜି ପି. ଜୟସୁନ୍ଦର ନିଜ ପଦବିରୁ ଇସ୍ତଫା ଦେଇଛନ୍ତି । ସେପଟେ ଅଷ୍ଟ୍ରେଲିଆ ଚେତାଇ ଦେଇଛି ଯେ ଶ୍ରୀଲଙ୍କାରେ ଆହୁରି ବୋମା ବିସ୍ଫୋରଣ ହେବାର ଶତପ୍ରତିଶତ ଆଶଙ୍କା ରହିଛି ।

୨-ବାରାଣସୀ ଲୋକସଭା ଆସନରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରାର୍ଥିପତ୍ର ଦାଖଲ କଲେ ।

୩-ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଏପ୍ରିଲ ୩୦ ତାରିଖ ସୁଦ୍ଧା ତାମିଲନାଡୁ ଉପକୂଳ ଛୁଇଁବ ବାତ୍ୟା ‘ଫାନି’ ।

୪-ମହିଳାମାନଙ୍କ ସୁରକ୍ଷା ପାଇଁ ଆନ୍ଧ୍ର ପ୍ରଦେଶର ବିଶାଖାପାଟଣାରେ ଆରମ୍ଭ ହେଲା ‘ସ୍ତ୍ରୀ ଶକ୍ତି’ । ମହିଳା ପୋଲିସ୍‌କୁ ନେଇ ଏହି ସ୍ୱତନ୍ତ୍ର ଟିମ୍‌ ଗଠିତ ହୋଇଛି ।

୫-ଇଂଲଣ୍ଡରେ ହେବାକୁ ଥିବା ଆଇସିସି ବିଶ୍ୱ କପ୍‌ ପାଇଁ ଆଇସିସି ମ୍ୟାଚ୍‌ ପରିଚାଳନା କରିବାକୁ ଥିବା ଅଫିସିଆଲମାନଙ୍କ ନାମ ଘୋଷଣା କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.