କ୍ୟାମ୍ପେନର ଶେଷ ଦୁଇ ଦିନ କେନ୍ଦ୍ରାପଡ଼ାରେ ଶକ୍ତି ପ୍ରଦର୍ଶନ କରୁଛି ବିଜେଡି, ବିଭିନ୍ନ ସ୍ଥାନରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍‌ ମାଗୁଛନ୍ତି ନବୀନ

କେନ୍ୟୁଜ୍: ମୁଖ୍ୟମନ୍ତ୍ରୀଙ୍କ ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲା ଗସ୍ତ । ପ୍ରଥମ ଏରସମାରେ ଆୟୋଜିତ ସାଧାରଣ ସଭାରେ ଯୋଗଦେଇଥିଲେ ନବୀନ । ଦଳୀୟ ସଭାରେ କେନ୍ଦ୍ର ଉପରେ ବର୍ଷିଥିଲେ ମୁଖ୍ୟମନ୍ତ୍ରୀ । ନବୀନ କହିଛନ୍ତି, ନିର୍ବାଚନ ଆସିଲେ ବିଜେପି ନେତାଙ୍କ ଓଡ଼ିଶା କଥା ମନେପଡ଼େ । ପ୍ରାକୃତିକ ବିପର୍ଯ୍ୟୟ ବେଳେ କେନ୍ଦ୍ରୀୟ ନେତା ଆସିଲେନି । କାଳିଆ ଯୋଜନାରେ ୪୦ ଲକ୍ଷ ଚାଷୀ ଉପକାର ପାଇଲେଣି । ବିଜେପି କାଳିଆ ଯୋଜନାକୁ ବନ୍ଦ କରିବାକୁ ଚକ୍ରାନ୍ତ କରୁଛି । ମୁଁ ଥିବା ଯାଏ କାଳିଆକୁ କେହି ବନ୍ଦ କରିପାରିବେନି । ସରକାର ଗଠନର ପ୍ରଥମ ଦିନରେ ମିଳିବ ବାକି ଥିବା ଦୁଇଟି କିସ୍ତିର ୧୦ ହଜାର ଟଙ୍କା ମିଳିବ ବୋଲି ନବୀନ ପୁଣି ସ୍ୱଷ୍ଟ କରିଛନ୍ତି ।

naveen cmଏହା ପରେ ନବୀନ କେନ୍ଦ୍ରାପଡ଼ା ଗସ୍ତରେ ଯାଇଛନ୍ତି । ମହାକାଳପଡାରେ ବିଶାଳ ରୋଡ ସୋ କରୁଛନ୍ତି ମୁଖ୍ୟମନ୍ତ୍ରୀ। ହରିଆବାଙ୍କଛକରୁ ମୁଖ୍ୟମନ୍ତ୍ରୀଙ୍କ ରୋଡ ସୋ’ ଆରମ୍ଭ ହୋଇଛି। କ୍ୟାମ୍ପେନର ଶେଷ ଦୁଇ ଦିନ କେନ୍ଦ୍ରାପଡ଼ାରେ ଶକ୍ତି ପ୍ରଦର୍ଶନ କରୁଛି ବିଜେଡି । ବିଭିନ୍ନ ସ୍ଥାନରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍‌ ମାଗୁଛନ୍ତି ନବୀନ । ସାରା ଦିନ ମହାକାଳପଡ଼ା ଓ ପାଟକୁରା ନିର୍ବାଚନ ମଣ୍ଡଳୀରେ ରୋଡ୍‌ ସୋରେ ଭୋଟରଙ୍କ ସମର୍ଥନ ଯୋଗାଡ଼ କରବେ । ବିଶାଳ ରୋଡ୍‌ ସୋ ସହ ବିଭିନ୍ନ ଛକରେ ଲୋକଙ୍କୁ ଉଦବୋଧନ ଦେବେ ନବୀନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.