ବାଲେଶ୍ୱର ସଭାରେ ବିଳମ୍ବରେ ଯୋଗଦେବେ ରାହୁଲ ଗାନ୍ଧି, ବିମାନରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଫେରିଗଲେ ଦିଲ୍ଲୀ

କେନ୍ୟୁଜ୍: ବିଳମ୍ବରେ ବାଲେଶ୍ୱର ସାଧାରଣ ସଭାରେ ଯୋଗଦେବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ରାହୁଲଙ୍କ ବିମାନରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ତାଙ୍କ ଗସ୍ତ ବିଳମ୍ବ ହେବ । ଆଜି ପ୍ରଥମେ ରହୁଲ ଗାନ୍ଧି ବିହାର ସଭାରେ ଯୋଗଦେଇଥିଲେ । ବିହାର ଆସୁଥିବା ବେଳେ ପାଟନାରେ ତାଙ୍କ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖିବାକୁ ମିଳିଥିଲା । ଫଳରେ ରାହୁଲ ଦିଲ୍ଲୀ ଫେରି ଯାଇଛନ୍ତି ।

tweetଏନେଇ ରାହୁଲ ଗାନ୍ଧି ନିଜେ ଟ୍ଵିଟ୍‌ କରି ସୂଚନା ଦେଇଛନ୍ତି । ଆଜି ଓଡ଼ିଶାର ବାଲେଶ୍ୱର ସମେତ, ବିହାର ଓ ମହାରାଷ୍ଟ୍ରରେ ହେବାକୁ ଥିବା ସାଧାରଣ ସଭାରେ ରାହୁଲ ଗାନ୍ଧି ଯୋଗଦେବାର କାର୍ଯ୍ୟକ୍ରମ ଥିଲା ।

Leave A Reply

Your email address will not be published.