ଝାଡ଼ଖଣ୍ଡ: ଧନବାଦରେ ବେଆଇନ ଖନନ ବେଳେ ଧସିଲା କୋଇଲା ଖଣି, ୩ ମୃତ; ଅନେକ ଲୋକ ଫସିରହିଥିବା ଆଶଙ୍କା

ଝାଡ଼ଖଣ୍ଡର ଭୌରା କୋଲିୟରୀ ଅଞ୍ଚଳରେ ଶୁକ୍ରବାର ବେଆଇନ ଖଣି ଖନନ ସମୟରେ କୋଇଲା ଧସି ୩ ଜଣଙ୍କର ମୃତ୍ୟୁ ଘଟିଛି। ଏହା ସହିତ ଆହୁରି ଅନେକ ଲୋକ ଏଥିରେ ଫସି ରହିଥିବା ଆଶଙ୍କା କରାଯାଉଛି।

ଝାଡ଼ଖଣ୍ଡର ଭୌରା କୋଲିୟରୀ ଅଞ୍ଚଳରେ ଶୁକ୍ରବାର ବେଆଇନ ଖଣି ଖନନ ସମୟରେ କୋଇଲା ଧସି ୩ ଜଣଙ୍କର ମୃତ୍ୟୁ ଘଟିଛି। ଏହା ସହିତ ଆହୁରି ଅନେକ ଲୋକ ଏଥିରେ ଫସି ରହିଥିବା ଆଶଙ୍କା କରାଯାଉଛି। ଜଣେ ଅଧିକାରୀ ଏହି ସୂଚନା ଦେଇ କହିଛନ୍ତି ଯେ ଏହି ଘଟଣା ଜିଲ୍ଲାଠାରୁ ପ୍ରାୟ ୨୧ କିଲୋମିଟର ଦୂର ଭାରତ କୋକିଂ କୋଲ୍‌ ଲିମିଟେଡ୍ (ବିସିସିଆଇ)ର ଭୌରା କୋଲିୟରୀ ଅଞ୍ଚଳରେ ଘଟିଛି।

ସ୍ଥାନୀୟ ଡିଏସପି କହିଛନ୍ତି, ଉଦ୍ଧାରକାରୀମାନେ ସମସ୍ତ ପୀଡ଼ିତଙ୍କୁ ଉଦ୍ଧାର କରିବା ପରେ ହିଁ ଘଟଣାରେ ପ୍ରାଣ ହରାଇଥିବା ଏବଂ ଫସି ରହିଥିବା ଲୋକଙ୍କ ପ୍ରକୃତ ସଂଖ୍ୟା ଜଣାପଡିବ। ଅନ୍ୟପକ୍ଷରେ ଘଟଣାସ୍ଥଳରେ ଉପସ୍ଥିତ ଲୋକମାନେ କହିଛନ୍ତି, ଯେତେବେଳେ ଖଣି ଧସିଥିଲା, ସେହି ସମୟରେ ଅନେକ ସ୍ଥାନୀୟ ଗ୍ରାମବାସୀ ବେଆଇନ ଖଣି କାରବାରରେ ଲିପ୍ତ ଥିଲେ।

ଲୋକଙ୍କ ସହାୟତାରେ ୩ ଜଣଙ୍କୁ ମାଟି ତଳୁ ବାହାର କରି ଡାକ୍ତରଖାନା ନିଆଯାଇଥିଲା, ହେଲେ ଡାକ୍ତରମାନେ ସେମାନଙ୍କୁ ମୃତ ଘୋଷଣା କରିଥିଲେ। ସ୍ଥାନୀୟ ଥାନା ଅଧିକାରୀଙ୍କ ଅନୁସାରେ, ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଚାଲିଛି।

ମିଳିଥିବା ସୂଚନା ମୁତାବକ, ମୃତକଙ୍କ ମଧ୍ୟରେ ଜଣେ ମହିଳା, ଜଣେ ପୁରୁଷ ଏବଂ ନାବାଳିକା ଅନ୍ତର୍ଭୁକ୍ତ ଅଛନ୍ତି। ଆହତମାନଙ୍କୁ ଉଦ୍ଧାର ପରେ ସ୍ଥାନୀୟ ନର୍ସିଂହୋମରେ ଭର୍ତ୍ତି କରାଯାଇଛି। ବିସିସିଏଲ୍‌ କୋଇଲା କମ୍ପାନୀ ଦ୍ୱାରା ପକ୍‌ଲେନ ମେସିନ ସାହାଯ୍ୟରେ ମାଟି ହଟାଯିବା କାମ ଦ୍ରୁତ ଗତିରେ ଚାଲିଛି। ଆହୁରି ଅନେକ ଲୋକ ମାଟି ତଳେ ପୋତି ହୋଇ ରହିଥିବା ଆଶଙ୍କା କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.