୨୧ ବର୍ଷ ନହେଲା ଯାଏ ମଦ ପିଇ ପାରିବ ନାହିଁ, ନହେଲେ ଜରିମାନା

ହରିୟାଣା ବିଧାନସଭାରେ ବୁଧବାର ଦିନ ଏକ ଖୁବ୍‌ ଗୁରୁତ୍ୱପୂର୍ଣ୍ଣ ବିଲ୍‌ ପାସ୍‌ ହୋଇଯାଇଛି । ଏହି ଅବକାରୀ ବିଲ୍‌କୁ ନେଇ ଏବେ ସବୁଠାରେ ଚର୍ଚ୍ଚା । ଏଣିକି ରାଜ୍ୟରେ କମ୍‌ ବୟସର ପିଲାଙ୍କୁ ମଦ ପିଇବା ଉପରେ କଡ଼ା କଟକଣା ଜାରି କରିଛନ୍ତି । ୨୧ବର୍ଷ ବୟସ ନହେଲା ଯାଏ କୌଣସି ବ୍ୟକ୍ତି ମଦ ପିଇବାକୁ ଯୋଗ୍ୟ ହେବେ ନାହିଁ । ଯଦି ଏହା କରୁଥିବେ ତେବେ ଅପରାଧ ହେବ ଆଉ ଜରିମାନା ଗଣିବେ । ସେହିପରି ୨୧ବର୍ଷରୁ କମ ବୟସର ବ୍ୟକ୍ତିଙ୍କୁ ମଦ କିମ୍ବା ଯେକୌଣସି ମାଦକ ଦ୍ରବ୍ୟ ବିକ୍ରୟ କଲେ ବିକୁଥିବା ଲୋକ ଉପରେ ଲାଗିବ ୫୦ ହଜାର ଟଙ୍କାର ଜରିମାନା ।

କୁହାଯାଉଛି କି ଚଣ୍ଡିଗଡ ହରିୟାଣାରେ ମଦ ବିକ୍ରୟ ଏବଂ ପିଇବା ପାଇଁ ସର୍ବନିମ୍ନ ବୟସ କୁଆଡ଼େ ୨୫ ବର୍ଷ ଥିଲା । ଯାହାକୁ ଏବେ ୨୧ବର୍ଷକୁ ହ୍ରାସ କରାଯାଇଛି । ବର୍ତ୍ତମାନ ୨୧ବର୍ଷରୁ ଅଧିକ ବ୍ୟକ୍ତି ମଦ ବିକ୍ରୟ ପାଇଁ ଲାଇସେନ୍ସ ପାଇ ପାରିବେ । ବୁଧବାର ହରିୟାଣା ବିଧାନସଭାରେ ହରିୟାଣା ଏକ୍ସାଇଜ ବିଲ ପାସ୍‌ ହୋଇଛି । ଯାହା ଫଳରେ ୨୧ ବର୍ଷରୁ ହିଁ ଆଲକହଲ ନେବାର ରାସ୍ତା ଫିଟି ଯାଇଛି ।
ତେବେ ଏହି ସଂଶୋଧନକୁ କଂଗ୍ରେସ ବିଧାୟକ କିରଣ ଚୌଧୁରୀ କିନ୍ତୁ ବିରୋଧ କରିଛନ୍ତି । ଏହା ଯୁବକଙ୍କୁ ମଦ୍ୟପାନ ପ୍ରତି ଆକର୍ଷିତ କରିବ ବୋଲି ସେ କହିଛନ୍ତି । ଏହା ଭୁଲ ନିଷ୍ପତ୍ତି । ସରକାର ଏହି ବିଲ ପ୍ରତ୍ୟାହାର କରିବା ଉଚିତ ବୋଲି ସେ ଦାବି କରିଛନ୍ତି। ବିରୋଧ ସତ୍ତ୍ୱେ ସରକାର ଏହି ବିଲ ପାସ୍‌ କରିଛନ୍ତି ।

ଆଇନର ଧାରା ୨୭ ଅନୁଯାୟୀ ମଦ କିମ୍ବା ମଦ ଉତ୍ପାଦନ, ହୋଲସେଲ ଏବଂ ଖୁଚୁରା ବିକ୍ରୟ ପାଇଁ ପୂର୍ବରୁ ୨୫ ବର୍ଷରୁ କମ ବ୍ୟକ୍ତିଙ୍କୁ ରାଜ୍ୟ ସରକାର ଲାଇସେନ୍ସ ପ୍ରଦାନ କରିନଥିଲେ । ତଥାପି ଏବେ ସର୍ବନିମ୍ନ ବୟସ ସୀମାକୁ ୨୧ ବର୍ଷକୁ ହ୍ରାସ କରାଯାଇଛି । ଯଦି ଆପଣ ୨୧ ବର୍ଷରୁ କମ ବ୍ୟକ୍ତିଙ୍କୁ ମଦ ବିକ୍ରି କରନ୍ତି ତେବେ ଆପଣଙ୍କୁ ଜୋରିମନା ଦେବାକୁ ପଡିବ । ଆଇନର ଧାରା ୨୯ ଅନୁଯାୟୀ ବର୍ତ୍ତମାନ ୨୧ ବର୍ଷର ବ୍ୟକ୍ତି ମଦ କିମ୍ବା ଡ୍ରଗ୍ସ ବିକ୍ରି କରି ପାରିବେ । ଧାରା ୩୦ ଅନୁଯାୟୀ ଯେଉଁମାନଙ୍କର ଅତି କମରେ ୨୧ ବର୍ଷ କିମ୍ବା ତଦୁର୍ଦ୍ଧ, ସେମାନେ ବର୍ତ୍ତମାନ ମଦ କିମ୍ବା ଡ୍ରଗ୍ସ ବିକ୍ରୟ କରିବାର ଲାଇସେନ୍ସ ପାଇଥିବା ବ୍ୟକ୍ତିଙ୍କ ଦ୍ୱାରା ନିୟୋଜିତ ହୋଇପାରିବେ । ଧାରା ୬୨ ଅନୁଯାୟୀ ୨୧ ବର୍ଷରୁ କମ ବ୍ୟକ୍ତିଙ୍କୁ ମଦ କିମ୍ବା ଡ୍ରଗ୍ସ ବିକ୍ରୟ କରିବା ପାଇଁ ୫୦ ହଜାର ଟଙ୍କା ଜରିମାନା ଦେବାକୁ ପଡିବ ।

ଏହି ପରିପ୍ରେକ୍ଷୀରେ ହରିୟାଣା ସରକାରଙ୍କ ତରଫରୁ କୁହାଯାଇଛି ଯେ ୨୦୨୧ –୨୨ ବର୍ଷ ପାଇଁ ଅବକାରୀ ନୀତି ପ୍ରସ୍ତୁତ କରୁଥିବା ବେଳେ ଏହି ବୟସ ସୀମା ପଚିଶି ବର୍ଷରୁ ୨୦ବର୍ଷକୁ ହ୍ରାସ କରାଯାଇପାରେ । ଅନେକ ରାଜ୍ୟ କମ ବୟସ ସୀମା ସ୍ଥିର କରିଛନ୍ତି । ରାଜଧାନୀ ଦିଲ୍ଲୀରେ ମଧ୍ୟ ଏହି ବୟସ ସୀମାକୁ ୨୧ ବର୍ଷକୁ କମାଇ ଦିଆଯାଇଛି । ଏହା ଫଳରେ ସାମାଜିକ ଅର୍ଥନୈତିକ ସ୍ଥିତିରେ ଅନେକ ପରିବର୍ତ୍ତନ ଆସିଛି । ଲୋକମାନେ ବର୍ତ୍ତମାନ ଅଧିକ ଶିକ୍ଷିତ । ତେଣୁ ମଦ୍ୟପାନ ସମୟରେ ସେମାନେ ଯୁକ୍ତିଯୁକ୍ତ ନିଷ୍ପତ୍ତି ନେଇପାରନ୍ତି ।

ଅବଶ୍ୟ ଆମ ଦେଶରେ ମଦ କିଣିବାର ବୟସ ସର୍ବନିମ୍ନ ୧୮ ବର୍ଷ ଓ ମଦ ପିଇବାର ଆଇନଗତ ବୟସ ୨୧ ବର୍ଷ ରହିଛି । ଇଏ ହେଉଛି ଜାତୀୟ ନିୟମ । ତଥାପି ବିଭିନ୍ନ ରାଜ୍ୟରେ କିଛି କିଛି ଅଲଗା ଆଇନ୍‌ କରାଯାଇଛି । ଯେମିତି କି ବିହାର ରାଜ୍ୟରେ ସମ୍ପୂର୍ଣ୍ଣ ଭାବେ ମଦକୁ ବ୍ୟାନ୍‌ କରାଯାଇଛି । ଏଠାରେ ବାରମ୍ବାର ମଦମୃତ୍ୟୁ ଘଟଣା ଘଟିବା ପରେ ଏଭଳି କଠୋର ପଦକ୍ଷେପ ନେଇଛନ୍ତି ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ଅବଶ୍ୟ ଆମ ରାଜ୍ୟ ଓଡ଼ିଶାରେ ଜାତୀୟ ନିୟମକୁ ଅନୁସରଣ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.