କର୍ଣ୍ଣାଟକର ପୂର୍ବତନ ମନ୍ତ୍ରୀ ଜି. ଜନାର୍ଦ୍ଦନ ରେଡ୍ଡି ଗିରଫ

କର୍ଣ୍ଣାଟକ : ମାଇନିଂ ବାରୁନ ତଥା କର୍ଣ୍ଣାଟକର ପୂର୍ବତନ ମନ୍ତ୍ରୀ ଜି. ଜନାର୍ଦ୍ଦନ ରେଡ୍ଡି ଗିରଫ। ଆମ୍ବିଡାଣ୍ଟ ଗ୍ରୁପ୍‌ ଲାଞ୍ଚ ମାମଲାରେ ଗିରଫ ହୋଇଛନ୍ତି ଜନାର୍ଦ୍ଦନ। ବେଙ୍ଗାଲୁରୁରେ ସେଣ୍ଟ୍ରାଲ କାଇମ ବ୍ରାଞ୍ଚର ମାରାଥାନା ଜେରା ପରେ ଜନାର୍ଦ୍ଦନଙ୍କୁ ଗିରଫ କରାଯାଇଛି। ତଦନ୍ତକାରୀ ଟିମ୍‌ ତରଫରୁ କୁହାଯାଇଛି, ବିଳିଷ୍ଠ ପ୍ରମାଣ ଆଧାରରେ ତାଙ୍କୁ ଗିରଫ କରାଯାଇଛି। ଜନର୍ଦ୍ଦାନଙ୍କ ସହ ତାଙ୍କ ସହଯୋଗୀ ଅଲୀ ଖାନଙ୍କୁ ଗିରଫ କରିଛି ସିସିବି। କର୍ଣ୍ଣାଟକରେ ବିଜେପିର ବିଏସ୍‌ ୟେଦିୟୁରପ୍ପାଙ୍କ ସରକାର ଥିବା ସମୟରେ ମନ୍ତ୍ରୀ ଥିଲେ ଜନାର୍ଦ୍ଦନ ରେଡ୍ଡି। ଦୁର୍ନୀତି ମାମଲାରେ ତିନି ବର୍ଷ ଜେଲ୍‌ରେ ରହିବା ପରେ ଜାମିନରେ ଥିଲେ ଜନାର୍ଦ୍ଦନ।

ଏବେ ଚିଟ୍‌ ଫଣ୍ଡ ମାମଲାରେ ଫସିଲେ। ଚିଟ୍‌ ଫଣ୍ଡ ଠକେଇରେ ଅମ୍ବିଡାଣ୍ଟ ମାର୍କେଟିଂ ପ୍ରାଇଭେଟ୍‌ ଲିମିଟେଡ୍‌ର ସୟଦ ଅହମ୍ମଦ ଫରିଦ, ଇଡି ଜାଲରେ ଫସିଥିଲେ। ତାଙ୍କୁ ସେଥିରୁ ମୁକୁଳାଇବାକୁ ଜନାର୍ଦ୍ଦନ ରେଡ୍ଡି ଓ ତାଙ୍କ ସହଯୋଗୀ ୨୦ କୋଟି ଟଙ୍କାର ଲାଞ୍ଚ ନେଇଥିବା ଅଭିଯୋଗ ରହିଛି।

Leave A Reply

Your email address will not be published.