ଯାଜପୁର : ଗାଁ ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ନାବାଳିକା

ଯାଜପୁର : ଗାଁ ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଜଣ ନାବାଳିକା । ଯାଜପୁର କୁଆଖିଆ ଥାନା କୁରକୁରା ଗାଁରେ ଏହି ଦୁଃଖଦ ଘଟଣା ଘଟିଛି । ମୃତକମାନେ ହେଲେ ଗାଁର ବିପିନ ସ୍ୱାଇଁଙ୍କ ଝିଅ ରୋଶନୀ ଓ ହୃଷିକେଶ ସ୍ୱାଇଁଙ୍କ ଝିଅ ସଙ୍ଗୀତା । ଆଜି ସକାଳେ ଗାଁ ଅଙ୍ଗନବାଡି ନିକଟ ପୋଖରୀରେ ଏମାନେ ବୁଡି ଯାଇଥିଲେ । ଗାଁଲୋକ ଉଦ୍ଧାର କରି ମଧୁବନ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ ।

Leave A Reply

Your email address will not be published.