ଓଡ଼ିଶା ଆସୁଛନ୍ତି ଦେଶର ସବୁଠୁ ବଡ଼ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ

ଭୁବନେଶ୍ବର (କେନ୍ୟୁଜ୍) : ଓଡ଼ିଶା ଆସୁଛନ୍ତି ଦେଶର ସବୁଠାରୁ ବଡ଼ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ । ଶିଳ୍ପପତି ମୁକେଶ ଅମ୍ବାନୀ ଆଜି ଭୁବନେଶ୍ବରରେ ହେବାକୁ ଥିବା ମେକ ଇନ୍ ଓଡ଼ିଶା କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଓଡ଼ିଶା ଆସୁଛନ୍ତି । ଏହାକୁ ନେଇ ରାଜ୍ୟ ସରକାରଙ୍କ ସମେତ ଏଠାକାର ଶଳ୍ପପତି ମଧ୍ୟ ଖୁବ୍ ଉତ୍ସାହିତ । ଯଦି ଓଡ଼ିଶାରେ ସେ କିଛି ପୁଞ୍ଜି ନିବେଶ କରନ୍ତି ତେବେ ରାଜ୍ୟ ପାଇଁ ଅର୍ଥନୈତିକ ଦୃଷ୍ଟିରୁ ଲାଭଦାୟକ ହେବ ।

ତେବେ ମେକ ଇନ୍ ଓଡ଼ିଶାରେ ସେ ଖାଲି ଭାଷଣ ଦେବେ ନାଁ ନିଜର କିଛି ଯୋଜନା ଘୋଷଣା କରିବେ ଏବେ ତାକୁ ନେଇ କଳ୍ପା ଜଳ୍ପନା ଚାଲିଛି ।

ପୁରୀ ଯିବେ, ଶ୍ରୀଜୀଉଙ୍କୁ ନିମନ୍ତ୍ରଣ ପତ୍ର ଦେବେ

ଅବଶ୍ୟ ଭୁବନେଶ୍ବର ଗସ୍ତକୁ ଖାଲିରେ ଯିବାକୁ ଦେଉ ନାହାନ୍ତି ମୁକେଶ । ଏହି ଅବସରରେ ସେ ପୁରୀ ଯାଇ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବା ସହ ଝଅ ବାହାଘର ପାଇଁ ଶ୍ରୀଜୀଉଙ୍କୁ ନିମନ୍ତ୍ରଣ ପତ୍ର ଦେବେ ବୋଲି ଜଣାପଡ଼ିଛି । ଆସନ୍ତା ଡିସେମ୍ବର ୧୨ ତାରିଖରେ ହେବ ତାଙ୍କ ଝିଅ ଇଶା ଅମ୍ବାନୀଙ୍କ ବାହାଘର ।

 

Leave A Reply

Your email address will not be published.