ସ୍ମାର୍ଟଫୋନ୍ କିଣିବାକୁ ଭାବୁଛନ୍ତି କି ? ତେବେ ନଭେମ୍ବରରେ ଭାରତରେ ଲଞ୍ଚ ହେବାକୁ ଯାଉଛି ଏହି ଦମଦାର ଫୋନ୍

ନୂଆଦିଲ୍ଲୀ : ଭାରତରେ ଗତ ମାସରେ ଫେଷ୍ଟିଭାଲ ସିଜନ ଚାଲୁଥିବା ନେଇ ବିଭିନ୍ନ ସ୍ମାର୍ଟଫୋନ୍ କମ୍ପାନି ମାର୍କେଟରେ ଲଞ୍ଚ କରିଛନ୍ତି ଭିନ୍ନ ଭିନ୍ନ ଫିଚର ଥିବା ସ୍ମାର୍ଟଫୋନ୍। ଖାଲି ତାହା ନୁହଁ ଏନେଇ ବିଭିନ୍ନ ଆର୍କଷଣୀୟ ସେଲ ଏବଂ ଅଫରରେ ମଧ୍ୟ ସେହି ସ୍ମାର୍ଟଫୋନ ଗୁଡ଼ିକର ବିକ୍ରି କରୁଛନ୍ତି। ଭାରତୀୟ ଗ୍ରାହକଙ୍କ ମଧ୍ୟରେ ନିଜର ଲୋକପ୍ରିୟତା ବଜାୟ ରଖିବା ପାଇଁ ହୁଓ୍ବାଇ ,ରେଡ଼ମି, ନୋକିଆ ଏବଂ ସାମସଙ୍ଗ ଅନେକ ନୂଆ ସ୍ମାର୍ଟଫୋନ୍ ଚଳିତ ମାସ ଲଞ୍ଚ କରିବାକୁ ଯାଉଛି। ଏପରି କୁହାଯାଉଛି କି, ଏହି ସ୍ମାର୍ଟଫୋନର ସ୍ପେସିଫିକେସନ୍ ଗ୍ରାହକଙ୍କୁ ଅଧିକ ଆକର୍ଷିତ କରିବ। ଆସନ୍ତୁ ଜାଣନ୍ତୁ କେଉଁ ସ୍ମାର୍ଟଫୋନ ହେଉଛି ଲଞ୍ଚ ।

ସାମସଙ୍ଗ ଗାଲାକ୍ସି ଏ୯

ସାମସଙ୍ଗ ଏହାର ପ୍ରଥମ ସ୍ମାର୍ଟଫୋନ୍ ଲଞ୍ଚ କରିବାକୁ ଯାଉଛି ଯାହାା କ୍ବାଡ୍ରୋ କ୍ଯାମେରା । ଗାଲାକ୍ସି ଏ୯ (୨୦୧୮) କ୍ଯାମେରା ସେଣ୍ଟ୍ରିକ୍ ସ୍ମାର୍ଟଫୋନ୍। ଫୋନରେ f/1.7 ଅପେଚର ସହ ୨୪ ମେଗାପିକ୍ସଲ, ୮ ମେଗାପିକ୍ସଲ ଅଲଟ୍ରା ବାଇଣ୍ଡ ସେନ୍ସର, ୧୦ ମେଗାପକ୍ସଲ ଟେଲିଫୋଟୋ ଲେନ୍ସ ଏବଂ f/2.2 ଆପେଚର ସହ ୫ମେଗାପିକ୍ସଲ ଡେଥ୍ ସେନ୍ସର ରହିଛି। ଭାରତରେ ଏହି ସ୍ମାର୍ଟଫୋନର ମୂଲ୍ଯ ୩୫,୦୦୦ଟଙ୍କା ରହିଥିବା ବେଳେ ଏହା ନଭେମ୍ବରରେ ଲଞ୍ଚ କରିବା ନେଇ ଖବର ରହିଛି।

samsung

ନୋକିଆ ୭:୧

ଏହି ସ୍ମାର୍ଟଫୋନ୍ କ୍ବାଲକର୍ମ ସ୍ନାପଡ଼୍ରାଗନ୍ ୬୩୬ ଚିପସେଟ ପ୍ରୋସେସରରେ କାମ କରିଥାଏ। ଏଥିରେ ଆଣ୍ଡ୍ରୋଏଡ ଓରିଓ ୮.୧ ଅପେରେଟିଂ ସିଷ୍ଟମ ରହିଛି ଯାହାକୁ ପରେ ୯.୦ରେ ଅପଡେଟ କରିପାରିବେ। ଏହାର ଡିସପ୍ଳେ ୫,୮୪ ଇଞ୍ଚ ଫୁଲ ଏଚଡ଼ି ରହିଛି। ଏଥିସହ ସ୍ମାର୍ଟଫୋନରେ ୧୨ ଏବଂ୫ ମେଗାପିକ୍ସଲ ଡୁଆଲ କ୍ଯାମେରା ରହିଛି।

huwai

ହୂୱାଇ ମେଟ୍ ୨୦ ପ୍ରୋ

ହୁୱାଇର ନୂଆ ଫ୍ଳାଗସିପ୍ ସ୍ମାର୍ଟଫୋନ୍ ହୁଓ୍ବାଇ ମେଟ୍ ୨୦ ଏବଂ ମେଟ ୨୦ ପ୍ରୋର ଏହି ମାସରେ ଗ୍ଲୋବାଲି ଲଞ୍ଚ ହେବାକୁ ଯାଉଛି। ଏନେଇ ସପିଂ ସାଇଟ ଆମାଜନରେ ଟିଜର ମଧ୍ୟ ରିଲିଜ୍ ହୋଇସାରିଛି। କମ୍ପାନି ତରଫରୁ ଏହା ନଭେମ୍ବରର ଲଞ୍ଚ କରିବା ନେଇ ସୂଚନା ରହିଛି। ମେଟ ୨୦ ଏବଂ ମେଟ ୨୦ ପ୍ରୋର ଟ୍ରିପଲ ରିୟର କ୍ଯାମେରା ରହିଛି। ଏଥିସହ ଏହାର ରାମ୍ ୮ ଜିବି ପର୍ଯ୍ଯନ୍ତ ରହିଛି। ଭାରତରେ ଏହାର ମୂଲ୍ଯ ୬୦ ହଜାର ପର୍ଯ୍ଯନ୍ତ ରହିପାରେ ବୋଲି ଅନ୍ଦାଜା ଲଗାଯାଉଛି।

nokia

ରେଡ଼ମି ନୋଟ ୬ ପ୍ରୋ

ଭାରତରେ ବହୁ ଲୋକପ୍ରିୟତା ହାସଲ କରିଥିବା ସ୍ମାର୍ଟଫୋନ୍ କମ୍ପାନି ସାଓମି ତାହାର ନୂଆ ସ୍ମାର୍ଟଫୋନ୍ ରେଡ଼ମି ନୋଟ ୬ ପ୍ରୋ ଲଞ୍ଚ କରିବାକୁ ଯାଉଛି। ଏହାର ଡିସପ୍ଳେ ୬.୨୬ ଇଞ୍ଚ ରହିଥିବା ବେଳେ ଏହାକୁ ୪/୬୪ ଜିବି ଷ୍ଟୋରେଜରେ ଉପଲବ୍ଧ କରାଯିବ। ଏହାର ଫ୍ରଣ୍ଟ କ୍ଯାମେରା ୨୦ ଏବଂ ୨ ମେଗାପିକ୍ସଲ ରହିଥିବା ବେଳେ ରିୟର କ୍ଯାମେରା ୧୨ ଏବଂ ୫ ମେଗାପିକ୍ସଲ ରହିଛି।

Redmi_Note_6

Leave A Reply

Your email address will not be published.