ବିଜେପିକୁ ମାତ୍‌ ଦେବାକୁ ଏକଜୁଟ ହେଉଛନ୍ତି ବିରୋଧୀ, ଆସନ୍ତା ୨୨ରେ ଅଣ ବିଜେପି ଦଳ ଗୁଡ଼ିକର ବୈଠକ

ନୂଆଦିଲ୍ଲୀ : ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ବିଜେପିକୁ ମାତ୍ ଦେବାକୁ ଏକଜୁଟ ହେଉଛନ୍ତି ବିରୋଧୀ । ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ମହାମେଣ୍ଟ ପାଇଁ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍. ଚନ୍ଦ୍ରବାବୁ ନାଇଡୁ ବିରୋଧୀ ନେତାଙ୍କୁ ଭେଟୁଛନ୍ତି । ଏନେଇ ଆସନ୍ତା ୨୨ ତାରିଖରେ ଦିଲ୍ଲୀରେ ଅଣବିଜେପି ଦଳ ଗୁଡ଼ିକର ବୈଠକ ହେବ ।

chandra babuଏଥିରେ ମହାମେଣ୍ଟ ଗଠନ ନେଇ ରଣନୀତି ଚୂଡାନ୍ତ ହୋଇପାରେ । ଗତକାଲି ଚନ୍ଦ୍ରବାବୁ ନାଇଡୁ ବରିଷ୍ଠ କଗ୍ରେସ ନେତା ଅଶୋକ ଗେହଲଟଙ୍କୁ ଭେଟିଥିଲେ । କିଛି ଦିନ ତଳେ ସେ ରାହୁଲ ଗାନ୍ଧିଙ୍କୁ ଭେଟିଥିଲେ । ମମତା ବାନାର୍ଜୀ ଓ ଅଖିଳେଶ ଯାଦବଙ୍କୁ ମଧ୍ୟ ଭେଟିଥିଲେ ।

Leave A Reply

Your email address will not be published.