ଆଜି ବଦଳିବ ରାଜସ୍ଥାନ ମନ୍ତ୍ରିମଣ୍ଡଳ, ରାଜଭବନରେ ହେବ ଶପଥ ଗ୍ରହଣ ଉତ୍ସବ

କେନ୍ୟୁଜ୍(ବ୍ୟୁରୋ):  ଆଜି ରାଜସ୍ଥାନ ନୂଆ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ । ରାଜଭବନରେ ଅନୁଷ୍ଠିତ ହେବ ଶପଥ ଗ୍ରହଣ ଉତ୍ସବ । ଶପଥ ଗ୍ରହଣ ଉତ୍ସବ ପୂର୍ବରୁ ପିସିସି ବୈଠକ ବସିବା କାର୍ଯକ୍ରମ ରହିଛି । କ୍ୟାବିନେଟ୍‌ ସଂପ୍ରସାରଣ ପୂର୍ବରୁ ସମସ୍ତ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି । ସମସ୍ତ ମନ୍ତ୍ରୀଙ୍କ ଇସ୍ତଫା ପତ୍ର ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ । କ୍ୟାବିନେଟ୍‌ ସଂପ୍ରସାରଣ ପୂର୍ବରୁ ଦିଲ୍ଲୀ ନେତୃତ୍ୱଙ୍କ ସହ ଏକାଧିକ ଥର ଆଲୋଚନା କରିଥିଲେ ସଚିନ୍‌ ପାଇଲଟ୍‌ ଓ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ।

ସୂଚନା ମୁତାବକ ପାଇଲଟ୍‌ଙ୍କ ଅଧଡଜନେ ଅନୁଗତଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିପାରେ । କଂଗ୍ରେସରେ ସାମିଲ ହୋଇଥିବା କିଛି ପୂରୁଣା ବିଏସପି ବିଧାୟକଙ୍କୁ ମଧ୍ୟ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିପାରେ । ରାଜସ୍ଥାନ ମନ୍ତ୍ରିମଣ୍ଡଳରେ ୨୧ ଜଣ ସଦସ୍ୟ ଥିଲେ । ଆଉ ୯ ଜଣଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇପାରିବ । ୩ ଜଣ ମନ୍ତ୍ରୀଙ୍କୁ ସାଂଗଠନିକ ଦାୟିତ୍ୱ ଦିଆଯାଇଥିବାରୁ ସେମାନଙ୍କୁ ଆଉ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳି ନପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.