ବାପା ମା’ଙ୍କୁ କୁରାଢୀରେ ହାଣିଲା ନାବାଳିକା ଝିଅ, କହିଲା ହତ୍ୟା କରିବାର କାରଣ

ପୁରୁଷ ବନ୍ଧୁ ସହିତ ଫୋନରେ କଥା ହେଉଥିବାରୁ ନାବାଳିକା ଝିଅକୁ ଚାପୁଡା ମାରିଥିଲେ ବାପା । ଆଉ ଏହାର ପ୍ରତିଶୋଧ ନେବା ପାଇଁ ବାପା ଓ ମାଙ୍କୁ କୁରାଢୀରେ ହାଣି ହତ୍ୟା କଲା ନାବାଳିକା ଝିଅ । ପୋଲିସ ନାବାଳିକା ଝିଅକୁ ଗିରଫ କରିଛି । ଉତ୍ତରପ୍ରଦେଶର ବୁଲେନ୍ଦସହରରେ ଏମିତି ଘଟଣା ଘଟିଛି ।

ବାପାଙ୍କ ରାଗକୁ ସହିପାରିଲାନି ନାବାଳିକା ଝିଅ । ତେଣୁ କେମିତି ହତ୍ୟା କରିବ ତାହାକୁ ନେଇ ପ୍ରସ୍ତୁତ କଲା ପ୍ଲାନ । ବାପା ମା’ଙ୍କୁ କ୍ଷୀରରେ ନିଦ ବଟିକା ଦେଇ ଶୋଇଥିବା ବେଳେ କୁରାଢୀରେ ହାଣିଲା ଝିଅ । ଉତ୍ତରପ୍ରଦେଶର ଜନପଦ ବୁଲେନ୍ଦସହରରେ ଏଭଳି ଚାଞ୍ଚଲ୍ୟକର ଘଟଣା ଦେଖିବାକୁ ମିଳିଛି । ପୋଲିସ ନାବାଳିକାକୁ ଗିରଫ କରିଛି । ନାବାଳିକାକୁ ପୋଲିସ କୋର୍ଟରେ ହାଜର କରିବା ପରେ ନ୍ୟାୟିକ ହେପାଜତକୁ ପଠାଇଛି ।

ସୂଚନା ମୁତାବକ, ଝିଅ ଜଣକ କୌଣସି ପୁଅ ସହିତ ଫୋନରେ କଥା ହୁଅନ୍ତି । ଏହାକୁ ନେଇ ବାପା ମା ଅନେକ ଥର ବାରଣ କରିଛନ୍ତି। ଝିଅ ନ ମାରିବାରୁ ବାପା ମଧ୍ୟ ଝିଅକୁ ମାରପିଟ୍‌ କରିଛନ୍ତି । ତେଣୁ ବାପା ମା’ଙ୍କୁ ରାସ୍ତାରୁ ହଟାଇବା ପାଇଁ ନାବାଳିକା ଝିଅ ଯୋଜନା କରିଛି । ଝିଅ ରାଗରେ ବାପା ମା’ଙ୍କୁ ମାରିବା ପାଇଁ ରାତିରେ ସବୁ ଖାଇ ସାରିବା ପରେ କ୍ଷୀରରେ ନିଶା ବଟିକା ମିଶାଇ ଦେଇଥିଲା। ସେମାନେ ଶୋଇଥିବା ବେଳେ ନାବାଳିକା ଝିଅ କୁରାଢୀରେ ବାପା ଏବଂ ମା ମୁଣ୍ଡକୁ ହାଣିଥିଲା । ଆଉ ଘଟଣା ସ୍ଥଳରେ ବାପା ମାଙ୍କର ମୃତ୍ୟୁହୋଇଛି ।

ଏହି ଘଟଣାର ଖୁଲାସା ବୁଲେନ୍ଦସହରର ଏସଏସପି କରିଛନ୍ତି । ପୋଲିସ କହିବା ମୁତାବକ, ଝିଅ ଜଣକ ଏହା ପୂର୍ବରୁ ଅନେକ ଥର ବାପା ମାଙ୍କୁ ମାରିବାକୁ ଯୋଜନା କରିଥିଲା । କିନ୍ତୁ ସଫଳ ହୋଇନଥିଲା । ଗତକାଲି ରାତିରେ ସୁଯୋଗ ପାଇବାରୁ ନାବାଳିକ ଜଣକ ଏଭଳି କାଣ୍ଡ ରଚିଥିଲା । ନାବାଳିକାକୁ ପୋଲିସ ଗିରଫ କରିବା ପରେ ସବୁ ସତ କହିଛି ଅଭିଯୁକ୍ତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.