ଦ୍ୱାଦଶ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କଲେ କ୍ଲାସମେଟ୍‌, ଘରକୁ ଡାକି ଲୁଟିଲେ ଇଜ୍ଜତ

ସାଙ୍ଗ ଲୁଟିଲା ସାଙ୍ଗର ଇଜ୍ଜତ। କଦର୍ଯ୍ୟ କାମନାକୁ ଚରିତାର୍ଥ କରିବା ପାଇଁ ବିଶ୍ୱାସ ଭାଙ୍ଗିବାକୁ ବି ପଛାଇଲାନି ବନ୍ଧୁ। କେବଳ ଇଜ୍ଜତ ଲୁଟିଲାନି ତ ଘଟଣା ବେଳର ଭିଡିଓକୁ ଚାରିଆଡ଼େ ଭାଇରାଲ କରିବାକୁ ମଧ୍ୟ ଦେଲା ଧମକ। ଏଭଳି ଏକ ଘୃଣ୍ୟ ଘଟଣା ଘଟିଛି ଉତ୍ତର ପ୍ରଦେଶର ସହାଜାହାନପୁରରେ। ଏଠାରେ ଜଣେ ୧୭ ବର୍ଷୀୟା ଛାତ୍ରୀଙ୍କୁ ତା’ କଲେଜର କେତେକ ସାଙ୍ଗ ଧମକ ଦେଇ ଦୁଷ୍କର୍ମ କରିଛନ୍ତି। ଏନେଇ ଛାତ୍ରୀଙ୍କ ମା’ ଥାନାରେ ଅଭିଯୋଗ କରିବା ପରେ ଘଟଣା ସାମ୍ନାକୁ ଆସିଛି।

ପୀଡ଼ିତା ପ୍ରିୟା(ଛଦ୍ମନାମ)ଙ୍କ କହିବାନୁସାରେ ତାଙ୍କର ଜଣେ ସାଙ୍ଗ ପାଖରେ ତାଙ୍କର କିଛି ଫଟୋ ଥିଲା। ସୋମବାର ଦିନ ସେ ତାଙ୍କର ଜଣେ ବାନ୍ଧବୀଙ୍କ ପାଖକୁ ଯାଇଥିଲେ। ଏହି ସମୟରେ କିଛି ଯୁବକ ବାଇକ୍‌ରେ ଆସି ତାଙ୍କୁ ରୋକିଥିଲେ। କାହିଁକି ରୋକୁଛ ପଚାରିବାରୁ ସେ ଉକ୍ତ ଫଟୋକୁ ନେଇ ବ୍ଲାକମେଲ କରିଥିଲେ ଓ ତାଙ୍କ ସହ ଯିବାକୁ କହିଥିଲେ। ପ୍ରିୟା ମନା କରିବାରୁ ସାଙ୍ଗରେ ନଗଲେ ଉକ୍ତ ଫଟୋକୁ ଭାଇରାଲ କରିବାକୁ ଧମକ ଦେଇଥିଲେ।

rape2

ବାଧ୍ୟ ହୋଇ ପ୍ରିୟା ତାଙ୍କ ସହ ଯାଇଥିଲେ। ସେମାନେ ପ୍ରିୟାଙ୍କୁ ପାଖ କଲୋନୀର ଏକ ନିର୍ଜନ ଘରକୁ ନେଇଯାଇଥିଲେ। ସେଠାରେ ପ୍ରିୟାଙ୍କ କଲେଜର ସାଙ୍ଗ ପୂର୍ବରୁ ଉପସ୍ଥିତ ଥିଲେ। ସମସ୍ତେ ମିଶି ପ୍ରଥମେ ପ୍ରିୟାଙ୍କର ସମସ୍ତ ପୋଷାକ ଓହ୍ଲାଇ ଦୁଷ୍କର୍ମ କରିଥିଲେ। ପରେ ପ୍ରିୟାଙ୍କୁ ସେହି ଅବସ୍ଥାରେ ସେଠାରେ ଛାଡ଼ି ଚାଲିଯାଇଥିଲେ।

ପ୍ରିୟା ଘରକୁ ଫେରି ମା’ଙ୍କୁ ସବୁ କଥା କହିବା ପରେ ତାଙ୍କ ମା’ ଏନେଇ ପୋଲିସରେ ଅଭିଯୋଗ କରିଛନ୍ତି। ଅଭିଯୋଗ କ୍ରମେ ପୋଲିସ ଉକ୍ତ ଯୁବକଙ୍କ ନାଁରେ ଗଣଦୁଷ୍କର୍ମ ମାମଲା ରୁଜୁ କରିଛି। ଏବେ ପୋଲିସ ଉକ୍ତ ଯୁବକଙ୍କୁ ଖୋଜୁଥିବା ଜଣାଯାଇଛି। ତେବେ ଜଣେ ସାଙ୍ଗ ଏଭଳି କରିଥିବାରୁ ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.