Below header

ହରିୟାଣା : ରାଷ୍ଟ୍ରପତି ସମ୍ମାନରେ ସମ୍ମାନିତ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ

ହରିୟାଣା(କେନ୍ଯୁଜ୍) : ହରିୟାଣାର ରେଓ୍ଵାଡିରେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ । ପାଖାପାଖି ୧୨ ଜଣ ଲୋକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଛାତ୍ରୀ ଜଣଙ୍କ ଗାଁ ନିକଟରେ କୋଚିଂ ସେଣ୍ଟରରୁ ଯାଉଥିବା ବେଳେ ଏକ କାର୍‌ରେ କିଛି ଦୁର୍ବୃତ୍ତ ଆସି ଅପହରଣ କରି ନେଇଥିଲେ । ଏହା ପରେ ଗାଁ ନିକଟ ଏକ ପଡ଼ିଆକୁ ନେଇ ଦୁଷ୍କର୍ମ କରିଥିଲେ । ଏକ ବସ୍‌ଷ୍ଟାଣ୍ଡରୁ ପୀଡ଼ିତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ଦୁଷ୍କର୍ମ କରିଥିବା ଅଭିଯୁକ୍ତମାନେ ସେହି ଗାଁର ବୋଲି ପୋଲିସ କହିଛି ।

 

girl misbehave

ପୀଡ଼ିତା ଛାତ୍ରୀ ଜଣଙ୍କ ସିବିଏସ୍‌ଇ ଟପ୍ପର ଥିଲେ । ଏଥିପାଇଁ ୨୦୧୬, ୨୬ ଜାନୁଆରୀରେ ରାଷ୍ଟ୍ରପତି ସମ୍ମାନରେ ସମ୍ମାନିତ ହୋଇଥିଲେ । ପୀଡ଼ିତାଙ୍କ ପରିବାର ରେଓ୍ଵାଡି ଥାନାରେ ମାମଲା ରୁଜୁ କରିଛନ୍ତି । କିନ୍ତୁ ରେଓ୍ଵାଡି ପୋଲିସ, ମାମଲା ତାଙ୍କ ଅଞ୍ଚଳର ନୁହଁ ବୋଲି କହି ମହେନ୍ଦ୍ରଗଡ଼ ଥାନାକୁ ପଠାଇ ଦେଇଥିବାବେଳ ମହେନ୍ଦ୍ରଗଡ଼ ପୋଲିସ ଏହା ତାଙ୍କ ଅଞ୍ଚଳର ନୁହଁ ବୋଲି କହି ରେଓ୍ଵାଡିକୁ ପୁନଶ୍ଚ ପଠାଇ ଦେଇଥିଲା । ଏବେ ରେଓ୍ଵାଡି ପୋଲିସ ଘଟଣାର ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.