ଘରେ ସଦାସର୍ବଦା ଲକ୍ଷ୍ମୀଙ୍କ କୃପା ପାଇବାକୁ ଚାହୁଁଛନ୍ତି, ତେବେ ଶୁକ୍ରବାର ଦିନ କରନ୍ତୁ ଏହି ୭ଟି ଉପାୟ

ଧନ ଉପାର୍ଜନ କରିବା ପାଇଁ ଆମେ ଅନେକ କିଛି ଉପାୟ ଆପଣେଇ ଥାଉ। ଆପଣ ଧନ ଉପାର୍ଜନ କରିବା ପାଇଁ ଚାହୁଁଛନ୍ତି ତେବେ ସର୍ବଦା ସ୍ବାଭିମାନର ସହ କରନ୍ତୁ, ଧନ ସବୁବେଳେ ଆପଣଙ୍କ ସାଥିରେ ରହିଥିବ। କିନ୍ତୁ ଯଦି ଆପଣ ଭୁଲ୍ ଉପାୟରେ ଧନ ଉପାର୍ଜନ କରିଥିବେ ତେବେ ସେହି ଧନ ବେଶି ସମୟ ଆପଣଙ୍କ ପାଖରେ ରହେ ନାହିଁ। ଶାସ୍ତ୍ରରେ ମଧ୍ୟ ଏହି ବିଷୟରେ କୁହାଯାଇଛିଯେ ଧନ ପ୍ରାପ୍ତି କରିବାକୁ ଚାହୁଁଛନ୍ତି ତେବେ ଠିକ୍ ମାର୍ଗକୁ ଆପଣାନ୍ତୁ, ଯାମିତି ପର ମୁହୁର୍ତ୍ତରେ ଆପଣଙ୍କୁ କିଛତ କଷ୍ଟ ନହେଉ। ଯଦି ଆପଣ ଚାହୁଁଛନ୍ତି ଆପଣଙ୍କ ଘରେ କେବେବି ଧନ କମି ନଯାଉ ତେବେ ମାତା ଲକ୍ଷ୍ମୀଙ୍କର ଉଚିତ ପୂଜା ବିଦ୍ଧି ଆପଣାନ୍ତୁ।

ଶୁକ୍ରଙ୍କ ପ୍ରଭାବରୁ ଆପଣଙ୍କୁ ନାନାଦି ରୋଗର ସାମନା କରିବାକୁ ପଡିଥାଏ। ଯାହାଦ୍ବାରା ଆପଣ ସୁଖ ଶାନ୍ତିରେ ରହିପାରନ୍ତି ନାହିଁ। ଏଥିପାଇଁ ଆପଣ ନୂଆ ନୂଆ ଉପାୟ ବାଛଥାନ୍ତି ଆପଣଙ୍କ ଗ୍ରହ ଶାନ୍ତିରେ ରହିବା ପାଇଁ। ମାତା ଲକ୍ଷ୍ମୀଙ୍କର କୃପା ପାଇବା ପାଇଁ ଆମେ ବହୁତ କିଛି କରିଥାଉ, ଯାହାଦ୍ବାରା ମାତା ଲକ୍ଷ୍ମୀ ସଦାସର୍ବଦା ଆମ ଉପରେ ପ୍ରସନ୍ନ ରହିଥାନ୍ତି।

laxmiଆପଣ ବି ଯଦି ମାତା ଲକ୍ଷ୍ମୀଙ୍କର କୃପା ପାଇବାକୁ ଚାହୁଁଛନ୍ତି ତେବେ ଏହାପାଇଁ ଲକ୍ଷ୍ମୀଙ୍କର ପୂଜା ବିଦ୍ଧି ବିଧାନର ସହିତ କରିବା ପରେ ଏହି ଉପାୟ ନିଶ୍ଚିନ୍ତ ଆପଣାନ୍ତୁ। ଏହାଦ୍ବାରା ଆପଣଙ୍କର ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ। ଏହା ସହିତ ମାତା ଲକ୍ଷ୍ମୀ ଘରେ ଅଖଣ୍ଡ ବାସ କରିଥାନ୍ତି।

cowସବୁ ଶୁକ୍ରବାର ଦିନ ଗାଈଙ୍କୁ ତାଜା ରୁଟି ଖାଇବାକୁ ଦିଅନ୍ତୁ। ଏହିଭଳି କରିବା ଦ୍ବାରା ମାତାଙ୍କର କୃପା ଆପଣଙ୍କ ଉପରେ ସର୍ବଦା ରହିଥିବ।

ଶୁକ୍ରବାର ଦିନ ସେହି ଯାଗାକୁ ଯାଆନ୍ତୁ, ଯେଉଁ ଯାଗାରେ ମୟୁର ନୃତ୍ୟ କରୁଥାନ୍ତି। ସେହି ଯାଗାର ମାଟିକୁ ଆଣି ଏକ ଲାଲ ରଙ୍ଗର କପଡାରେ ବାନ୍ଧି ପବିତ୍ର ସ୍ଥାନରେ ରଖି ଦିଅନ୍ତୁ ଏବଂ ସବୁ ଦିନ ପୂଜା କରନ୍ତୁ।

lakhmiଘରର ପରିଷ୍କାର ପରିଚ୍ଛନତା ଉପରେ ନିହାତି ଧ୍ୟାନ ଦିଅନ୍ତୁ। ଏହା ଦ୍ବାରା ମାତା ଲକ୍ଷ୍ମୀ ନିଶ୍ଚୟ ପ୍ରସନ୍ନ ହୁଅନ୍ତି। ଏହା ସହିତ ଧ୍ୟାନ ରଖନ୍ତୁ ଯେ କେବେବି ମଧ୍ୟ ସଂଧ୍ୟା ସମୟରେ ଝାଡୁ ମାରନ୍ତୁ ନାହିଁ, ଏହାଦ୍ବାରା ଘରର ଲକ୍ଷ୍ମୀ ବାହାରକୁ ଚାଲିଯାନ୍ତି।

ଘରକୁ ଏମିତି ଏକ ବୃକ୍ଷର ଡାଳ ଆଣନ୍ତୁ ଯେଉଁଥିରେ ବାଦୁଡି ବସୁଥିବେ ଏବଂ ତାହାକୁ ଏମିତି ଯାଗାରେ ରଖନ୍ତୁ ଯେମିତି କେହି ଦେଖି ପାରିବେ ନାହିଁ।

ଏହା ସହ ପଢ଼ନ୍ତୁ : ମଙ୍ଗଳବାର ଭୁଲରେ କରନ୍ତୁ ନାହିଁ ଏହି ୮ କାମ : କମ୍ ହୋଇଯିବ ଆୟୁଷ

ମାତା ଲକ୍ଷ୍ମୀଙ୍କର ବିଦ୍ଧି ବିଧାନ ସହିତ ପୂଜା କରିବା ପରେ ଦକ୍ଷିଣାବର୍ତ୍ତ ଶଙ୍ଖରେ ଚାଉଳର ଦାନା ଏବଂ ଲାଲ ଗୋଲାପର ପାଖୁଡା ପକାନ୍ତୁ। ଏଥିରୁ ଧନ ଲାଭର ଯୋଗ ସୃଷ୍ଟି ହୋଇଥାଏ।

maa laxmiଶୁକ୍ରବାର ଦିନ ଗରୀବ ଲୋକଙ୍କୁ ଧଳା ରଙ୍ଗର ଜିନିଷ ଯଥା ଅଟା, ଚାଉଳ ଏବଂ ଧଳା ରଙ୍ଗର କପଡା ଦାନ କରନ୍ତୁ। ଏଥିରୁ ମାତାଙ୍କର କୃପା ଆପଣଙ୍କ ଉପରେ ସର୍ବଦା ରହିଥାଏ।

ଶୁକ୍ରବାର ଦିନ ୧୧ଟି ଛୋଟ ଆକାରର ନଡିଆ ନେଇ ଏକ ହଳଦିଆ କପଡାରେ ରୋଷେଇ ଘରର ପୂର୍ବସ୍ଥିତ କୋଣରେ ବାନ୍ଧି ଦିଅନ୍ତୁ। ଏପରି କରିବା ଦ୍ବାରା ଆପଣଙ୍କ ଘରେ କେବେବି ଅନ୍ନ ଧନର ଅଭାବ ଦେଖା ଯାଇ ନଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.