Below header

ବାପାଙ୍କୁ ମିଳିଲାନି ଟିକେଟ, ନିର୍ବାଚନ ଲଢିବାକୁ ମଇଦାନକୁ ଓହ୍ଲାଇଲେ ମିସ୍ ଇଣ୍ଡିଆ ରନର ଅପ୍ ଦୀକ୍ଷା ସିଂହ

ବାପାଙ୍କୁ ନିର୍ବାଚନ ଲଢିବା ପାଇଁ ମିଳିଲାନି ଟିକେଟ। ତେଣୁ ନିର୍ବାଚନ ମଇଦାନକୁ ଓହ୍ଲାଇବା ପାଇଁ ଅଣ୍ଟା ଭିଡିଲା ଝିଅ। ୨୦୧୫ରେ ଫେମିନା ମିସ୍ ଇଣ୍ଡିଆ ରନର ଅପ୍ ଦୀକ୍ଷା ସିଂହ ଏବେ ରାଜନୀତିରେ ପାଦ ଦେବାକୁ ଯାଉଛନ୍ତି। ଦୀକ୍ଷା ସିଂହ ଉତ୍ତର ପ୍ରଦେଶର ଜୌନପୁର ଜିଲ୍ଲାର ବକ୍ସା ବିକାଶଖଣ୍ଡର ଓ୍ଵାର୍ଡ ନମ୍ଵର ୨୬ରୁ ଜିଲ୍ଲା ପଞ୍ଚାୟତ ସଦସ୍ୟ ଭାବେ ନିର୍ବାଚନ ଲଢିବେ। ଦୀକ୍ଷା ସିଂହ ନିର୍ବାଚନ ମଇଦାନକୁ ଓହ୍ଲାଇବାର କାରଣ ତାଙ୍କ ପିତା ଜିତେନ୍ଦ୍ର ସିଂହଙ୍କ ସିଟ୍ ମହିଳାଙ୍କ ପାଇଁ ସଂରକ୍ଷିତ ହୋଇ ଯାଇଛି। ଆଉ ଏଥିପାଇଁ ଦୀକ୍ଷା ଗାଁ ଗାଁ ବୁଲି ପ୍ରଚାର କରିବାରେ ଲାଗିପଡିଛନ୍ତି।

ଦୀକ୍ଷା ସିଂହ ନିର୍ବାଚନ ଲଢିବା ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏହି ଆସନରୁ ଦୀକ୍ଷା ସିଂହଙ୍କ ପିତା ଜିତେନ୍ଦ୍ର ସିଂହ ଦୀର୍ଘ ଦିନ ଧରି ପଞ୍ଚାୟତ ସଦସ୍ୟ ପଦରେ ଲଢିବା ପାଇଁ ପ୍ରସ୍ତୁତି କରି ଆସୁଥିଲେ। ଏକ ବର୍ଷରୁ ଅଧିକ ସମୟ ଧରି ସେ ନିଜ ଅଞ୍ଚଳ ବୁଲିବା ସହ ନିଜର ପ୍ରଚାର କରିଥିଲେ। ହେଲେ ଠିକ୍ ସମୟରେ ଏହି ସିଟ୍ ମହିଳାଙ୍କ ପାଇଁ ସଂରକ୍ଷିତ ହୋଇଗଲା।

diskhya
photo credit: India Today

ଏହା ପରେ ଜିତେନ୍ଦ୍ର ସିଂହଙ୍କ ଝିଅ ଦୀକ୍ଷା ସିଂହ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ଦୀକ୍ଷା ସିଂହଙ୍କ ମୁକାବିଲା ବିଜେପିର ବରିଷ୍ଠ ନେତା ସ୍ଵର୍ଗତ ରାମଚନ୍ଦ୍ର ସିଂହଙ୍କ ବୋହୂ ଶାଲିନୀ ସିଂହଙ୍କ ସହ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.