ଜଳୁଛି ଉତ୍ତର ଶିମିଳିପାଳର ୧୦ଟି ପଏଣ୍ଟ: ନିଆଁ ଲିଭାଇବା ପାଇଁ ବନବିଭାଗ ଓ ଅଗ୍ନିଶମ ବିଭାଗର ଉଦ୍ଯମ ଜାରି

କରଞ୍ଜିଆ: ଏସିଆର ଦ୍ବିତୀୟ ଜୈବମଣ୍ଡଳ ଶିମିଳିପାଳ ଏବେ ବି ବିପଦରେ । ପୁଣି ଥରେ ଜଳୁଛି ଶିମିଳିପାଳ । ଉତ୍ତର କାର୍ଯ୍ୟଳୟ ତରଫରୁ ମିଳିଥିବା ସେଟେଲାଇଟ ରିପୋର୍ଟ ଅନୁସାରେ ଉତ୍ତର ଶିମିଳିପାଳରେ ୧୦ଟି ପଏଣ୍ଟରେ ନିଆଁ ଲାଗିଛି । କେନ୍ଦୁମୁଣ୍ଡି, ଚହଳା ରେଞ୍ଜରେ ନିଆଁ ଲାଗିଥିବା ସୂଚନା ମିଳିଛି ।

ନିଆଁ ଲିଭେଇବା ପାଇଁ ଅଗ୍ନିଶମ ବିଭାଗ , ବନବିଭାଗ, ଓଡ୍ରାଫ ଟିମ ନିୟୋଜିତ ଅଛିନ୍ତି । କିଛି ସ୍ଥାନରେ ନିଆଁକୁ ଆୟତ୍ତ କରାଯାଇଥିବା ବେଳେ ଆଉ କିଛି ସ୍ଥାନରେ ଏବେ ବି ନିଆଁ ଲାଗିଛି । ଗତକାଲି ଶିମିଳିପାଳର ୫୨ଟି ସ୍ଥାନରେ ନିଆଁ ଲାଗିଥିଲା । ବର୍ଷା ପରେ କିଛି ଦିନ ଶିମିଳିପାଳରେ ନିଆଁ ଲିଭି ଯାଇଥିଲା । ତେବେ ପୁଣି ନିଆଁ ଲାଗିବା ବନବିଭାଗ ପାଇଁ ଏବେ ବଡ଼ ଚାଲେଞ୍ଜ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.