ୟୁକ୍ରେନ ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟ ଉପରେ ଉଡୁଛି ମିସାଇଲ, ଆଗକୁ ହୋଇପାରେ ପରମାଣୁ ଦୁର୍ଘଟଣା: ଚେତାବନୀ ଦେଲା IAEA

ନୂଆଦିଲ୍ଲୀ : ୟୁକ୍ରେନ ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟ ଉପରେ ଉଡୁଛି ମିସାଇଲ । ଆଗକୁ ହୋଇପାରେ ପରମାଣୁ ଦୁର୍ଘଟଣା। IAEA ଦେଲା ଚେତାବନୀ। ମିସାଇଲ ଯଦି ଦିଗହରା ହୋଇ ନ୍ୟୁକ୍ଲିୟର ପାଓ୍ଵାର ପ୍ଲାଣ୍ଟରେ ପଡେ, ତେବେ ପରମାଣୁ ଦୁର୍ଘଟଣା ହୋଇପାରେ । ଏଭଳି ଚେତାବନୀ ଦେଇଛନ୍ତି IAEA ଡିଜି ରାଫେଲ ଗ୍ରୋସି । ନିପ୍ରୋପେଟ୍ରୋଭସ୍କ ଉପରକୁ ଗ୍ରାଡ ମିସାଇଲ ଲଞ୍ଚରରେ ମିସାଇଲ ମାଡ଼ କରିଛି ରୁଷ ସେନା।

ଏହାଦ୍ୱାରା ଏକ ବିଲ୍ଡିଂରେ ନିଆଁ ଲାଗିଛି। ଏପଟେ ବୁକାରେ ଖୋଳାଚାଲିଛି ନୂଆ କବର। ସବୁଦିନ ନୂଆ ନୂଆ କବର ଖୋଳାଯାଇ ଯୁଦ୍ଧ ମୃତକଙ୍କୁ ସମାଧି ଦିଆଯାଉଛି। ଏପର୍ଯ୍ୟନ୍ତ ବୁକାରେ ପ୍ରାୟ ୪୦୦ ଲୋକଙ୍କ ମୃତ୍ୟୁ ହୋଇଛି। କିଭ୍‌ ଉପରେ ରୁଷର ମିସାଇଲ ହମଲା । ମିସାଇଲ ଆକ୍ରମଣରେ ଏକ ୨୫ ମହଲା ବିଲଡିଂକୁ ଟାର୍ଗେଟ କରାଯାଇଛି । ଏଥିରେ ୧୦ ଆହତ ହୋଇଛନ୍ତି । ଖାରକିଭ୍‌ ଉପରେ ମଧ୍ୟ ହମଲା ହୋଇଛି । ଏଥିରେ ୬ ଜଣଙ୍କ ମୃତ୍ୟୁ ହୋଇଛି ।

 

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.