Below header

ଚୋରର ହାଜତ ପ୍ରେମ, ଜେଲ ଫେରିବା ପାଇଁ ଜାଣିଶୁଣି ବାଇକ୍ ଲୁଟିଲେ ବ୍ୟକ୍ତି

ଦିନକୁ ତିନି ଓଳି ଖାଦ୍ୟ, ମୁଣ୍ଡ ଉପରେ ଛାତ ଆଉ କିଛି ଲୋକଙ୍କ ସାଥ । ଜୀବନ ଜିଇଁବା ପାଇଁ ଆଉ କଣ ଦରକାର ଯେ । ଏତିକି ଟିକେ ପାଇବା ପାଇଁ ତ ସମସ୍ତେ କାମ କରୁଛନ୍ତି । କିନ୍ତୁ ଏହାକୁ ପାଇବା ପାଇଁ କଣ କେହି ଜେଲ୍ ଯିବାକୁ ଚାହିଁବ ? ଆପଣଙ୍କୁ ଆଶ୍ଚର୍ଯ୍ୟ କରୁଥିବା ଏହି ଘଟଣାଟି ଘଟିଛି ଚେନ୍ନାଇରେ । ଜେଲ୍ ଯିବା ପାଇଁ ଜାଣିଶୁଣି ବାଇକ୍ ଚୋରି କରିଛନ୍ତି ୫୨ ବର୍ଷୀୟ ଜ୍ଞାନପ୍ରକାଶମ୍ ।

କିଛି ଦିନ ତଳେ ଚୋରି ଅଭିଯୋଗରେ ଜେଲ୍ ଯାଇଥିଲେ ଜ୍ଞାନପ୍ରକାଶମ୍ । ତେବେ ଜେଲରୁ ଆସିବା ପରେ ଜାଣିଶୁଣି ପୁଣି ଥରେ ବାଇକ୍ ଚୋରି କରିଥିଲେ । ଏପରିକି ବାଇକ୍ ଚୋରି କରିବା ସମୟରେ ସେ ସିସିଟିଭି ସାମ୍ନାରେ ନିଜ ଚେହେରାକୁ ଭଲ ଭାବରେ ଦେଖାଇଥିଲେ । ଏବଂ ଆଖପାଖ ଅଚଂଳରେ ବାଇକ୍ ଧରି ବୁଲୁଥିଲେ । ଯାହା ଫଳରେ ପୋଲିସ୍ ତାଙ୍କୁ ଗିରଫ କରି ପାରିବ ।

ଏହା ସହ ପଢନ୍ତୁ ସମ୍ପତ୍ତି ସାମ୍ନାରେ ତୁଛ ହେଲା ସମ୍ପର୍କ, ଗୁପ୍ତଧନ ପାଇଁ ନବବିବହିତା ପତ୍ନୀଙ୍କୁ ୫୦ ଦିନ ଯାଏ ଅନାହାରରେ ରଖି ଅତ୍ୟାଚାର କରୁଥିଲା ସ୍ବାମୀ

ଧରା ପଡିବା ପରେ ପୋଲିସକୁ ଅଭିଯୁକ୍ତ କହିଥିଲେ ଜେଲରୁ ବାହାରିବା ପରେ ଘର ଲୋକ ତାଙ୍କର ଦେଖାଶୁଣା ଭଲ ଭାବରେ କରୁନଥିଲେ । ପେଟ ପୁରା ଖାଇବାକୁ ମଧ୍ୟ ଦେଉନଥିଲେ । କହିବାକୁ ଗଲେ ଜେଲରୁ ବାହାରକୁ ଆସି ଖୁସିରେ ନଥିଲେ ସେ । ବରଂ ଜେଲରେ ଥିବା ସମୟରେ ନିଜ ଜୀବନକୁ ଉପଭୋଗ କରୁଥିଲେ । ଏହି ସମୟରେ ନୂଆ ନୂଆ ବନ୍ଧୁ ମଧ୍ୟ ବନାଇଥିଲେ । ଠିକ୍ ସମୟରେ ତିନି ଓଳି ଖାଇବାକୁ ମିଳୁଥିଲା ।

ଏହା ସହ ଜ୍ଞାନପ୍ରକାଶମ୍ କହିଛନ୍ତି ଜେଲରେ ତାଙ୍କୁ କେହି ଅଳସୁଆ କିମ୍ବା ଅପଶବ୍ଦ କହୁ ନଥିଲେ । ବରଂ ଘରେ ଏସବୁ ଶୁଣିବାକୁ ମିଳୁଥିଲା । ତେଣୁ ଜେଲରେ ମିଳୁଥିବା ଖାଦ୍ୟ ଏବଂ ସାଙ୍ଗ ମାନଙ୍କ କଥା ମନେ ପଡିବାରୁ ପୁଣି ଥରେ ଫେରିବା ପାଇଁ ବାଇକ୍ ଚୋରି କରିଥିବା ପୋଲିସ୍ ସମ୍ନାରେ ସ୍ବୀକାର କରିଛନ୍ତି ଜ୍ଞାନପ୍ରକାଶମ୍ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.