Below header

୪ ସପ୍ତାହ ହେବ ଆନ୍ଦୋଳନରେ ବସିଥିବା ଚାଷୀଙ୍କୁ ଭୁଲ ବାଟରେ ପରିଚାଳିତ କରୁଛିନ୍ତି ବିରୋଧୀ: ମୋଦି

କେନ୍ୟୁଜ୍(ବ୍ୟୁରୋ): କୃଷକଙ୍କୁ ଆଲୋଚନାକୁ ଡ଼ାକିଲେ ପ୍ରଧାନମନ୍ତ୍ରୀ । ବିରୋଧୀଙ୍କୁ କଲେ ଶାଣିତ ଆକ୍ରମଣ । ୪ ସପ୍ତାହ ହେବ ଆନ୍ଦୋଳନରେ ବସିଥିବା ଚାଷୀଙ୍କୁ ବିରୋଧୀ ଭୁଲ ବାଟରେ ପରିଚାଳିତ କରୁଛିନ୍ତି ବୋଲି ମୋଦି କହିଛନ୍ତି । କିଷାନ ସମ୍ମାନ ନିଧି ଯୋଜନାରେ ଚାଷୀଙ୍କ ଖାତାକୁ ଟଙ୍କା ପ୍ରଦାନ କରିବା ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ବିରୋଧୀ ରାଜନୀତି କରିବାରେ ତାଙ୍କର କୌଣସି ସମସ୍ୟା ନାହିଁ । କିନ୍ତୁ ସେମାନେ ଚାଷୀଙ୍କୁ ଭ୍ରମିତ କରନ୍ତୁ ନାହିଁ ।

ଯେଉଁମାନେ ସରକାରଙ୍କ ବିରୋଧରେ ଅଛନ୍ତି, ସେମାନଙ୍କ ସହ ଆଲୋଚନା କରିବାକୁ ସରକାର ପ୍ରସ୍ତୁତ ଅଛନ୍ତି । କିନ୍ତୁ ଆଲୋଚନା ପ୍ରସଙ୍ଗ ଭିତ୍ତିକ, ତଥ୍ୟ ଭିତ୍ତିକ ଆଉ ଯୁକ୍ତି ସଂଗତ ହେବା ଆବଶ୍ୟକ । ପୂର୍ବରୁ ଏହି ଆଇନ୍‌କୁ ସମର୍ଥନ କରୁଥିବା ଦଳମାନେ ଏବେ ନିଜର ଅଭିମୁଖ୍ୟ ବଦଳାଇ ଦେଇଛନ୍ତି । ସେମାନଙ୍କ ଲିଖିତ ବୟାନ ଆମ ପାଖରେ ଅଛି। ଜଣେ ରାଜନେତା ହିଁ ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି । ଗଣତନ୍ତ୍ରରେ ତାଙ୍କର ବିଶ୍ୱାସ ନାହିଁ । ତାଙ୍କର ବିଦେଶୀ ସଂପର୍କ ରହିଛି । ସେ ଯାହା କହି ଆସୁଛନ୍ତି, ଆମେ କହିବା ଆଦୌ ସମ୍ଭବ ନୁହେଁ । ଏହା ସତ୍ତ୍ୱେ ତାଙ୍କ ସହ ଆଲୋଚନା ପାଇଁ ପ୍ରସ୍ତୁତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

narendra modi

ସେହିଭଳି ଖୋଲା ମନରେ ସରକାର ଆଲୋଚନାକୁ ଆସନ୍ତୁ ବୋଲି ଚାଷୀ କହିଥିଲେ । ଏ ପ୍ରସଙ୍ଗରେ ମୋଦି କହିଛନ୍ତି, ଆମେ ସବୁ ଜ୍ଞାନର ଅଧିକାରୀ ବୋଲି କେବେ ଦାବି କରିନୁ । ବିତର୍କ ହେବା ଆବଶ୍ୟକ। ଏହା ହିଁ ଗଣତନ୍ତ୍ର । ସମସ୍ତ ପ୍ରସଙ୍ଗର ସମାଧାନ ପାଇଁ ଆମେ ଖୋଲା ମନରେ ପ୍ରସ୍ତୁତ ଥିବା ପ୍ରଧାନମନ୍ତ୍ରୀ କହିଛନ୍ତି । ଚାଷୀଙ୍କ ସହ ଆଲୋଚନା ବେଳେ ନୂଆ କୃଷି ଆଇନ୍‌ର ଫାଇଦା ସଂପର୍କରେ କହିଥିଲେ ମୋଦି । ବର୍ତ୍ତମାନର ଚାହିଦା ବଦଳି ଯାଇଛି । ଦେଶର ଯେ କୌଣସି ସ୍ଥାନରେ ନିଜର ଉତ୍ପାଦ ବିକ୍ରି କରନ୍ତୁ ବୋଲି ଚାଷୀଙ୍କୁ କହିଥିନ୍ତି ମୋଦି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.