ମାଞ୍ଜା ସୂତା ଧରି ଲୋକଙ୍କ ଗୁଡି କାଟୁଛି ମାଙ୍କଡ଼ ! ବିଶ୍ୱାସ ହେଉ ନ ଥିଲେ ଦେଖନ୍ତୁ ଏହି ଭାଇରଲ ଭିଡ଼ିଓ

ଦେଶରେ ଲକଡାଉନ ଲାଗୁ ଯୋଗୁ ଲୋକେ ଏବେ ଘରେ ରହି ଟାଇମ ପାସ କରୁଛନ୍ତି। ଛାତ ଉପରେ ଗୁଡି ଉଡାଉଛନ୍ତି। କିନ୍ତୁ କେବେ ଆପଣ ଶୁଣିଛନ୍ତି କି, ମାଙ୍କଡ଼ ଗୁଡି ଉଡାଉ ଥିବାର? ହଁ, ଏମିତି ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ ଭାଇରଲ ହେଉଛି, ଯାହାକୁ ଦେଖିଲେ ଆପଣ ବି ହସି ହସି ଗଡିଯିବେ। ଭିଡ଼ିଓରେ ମାଙ୍କଡ଼ ଗୁଡି ଉଡାଉଥିବାର ଦେଖିବାକୁ ମିଳୁଛି।

8

ଭିଡ଼ିଓଟିକୁ ଇଣ୍ଡିଆନ ଫରେଷ୍ଟ ସର୍ଭିସ ଅଫିସର ସୁଶାନ୍ତ ନନ୍ଦ ଟୁଇଟରରେ ସେୟାର କରିଛନ୍ତି। ଏଥିରେ ମାଙ୍କଡ଼ଟି ଛାତ ଟାଙ୍କି ଉପରେ ବସିଛି ଏବଂ ମାଞ୍ଜା ସୂତା ଧରି ଗୁଡି ଉଡାଉଛି। ଏପରିକି ସେ ଗୁଡି ସୂତା ମଧ୍ୟ ଟାଣୁଛି। ତେବେ ଆକାଶରେ ବହୁତ ଗୁଡି ଉଡୁଥିବା ବେଳେ ସେ ବି ଉଡେଇବା ଆରମ୍ଭ କରିଦେଉଛି। ଶେଷରେ ଗୁଡିକୁ ନିଜ ଆଡକୁ ଟାଣି ଫାଡ଼ି ଦେଉଥିବା ଦେଖିବାକୁ ମିଳୁଛି।

ଏହି ମଜାଦାର ଭିଡ଼ିଓକୁ ଏ ପର୍ଯ୍ୟନ୍ତ 4 ହଜାର ଭିୟୁଜ ମିଳିସାରିଲାଣି। 800ରୁ ଅଧିକ ଲାଇକ ମିଳିଥିବା ବେଳେ 200ରୁ ଅଧିକ ରିଟୁଇଟ କରାଯାଇଛି। ଟୁଇଟରରେ ଲୋକଙ୍କୁ ଏହି ଭିଡ଼ିଓ ଖୁବ ପସନ୍ଦ ଆସିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.