Below header

କର୍ମଚାରୀଙ୍କ ପାଇଁ ବଡ ପଦକ୍ଷେପ ନେଲେ ଅଭିନେତା ଦୀପକ ଡୋବରିୟାଲ, କହିଲେ ଲୋନ କରିବାକୁ ପଡୁ ପଛେ କର୍ମଚାରୀଙ୍କୁ ଦେବି ଦରମା

କରୋନା ଭାଇରସ କାରଣରୁ ଦେଶରେ ଆସନ୍ତା ୩ମେ ପର୍ଯ୍ୟନ୍ତ ଲକଡାଉନ ଜାରି କରାଯାଇଛି। ଲକଡାଉନ କାରଣରୁ ଅନେକ କ୍ଷେତ୍ରରେ କର୍ମଜୀବୀମାନଙ୍କ ଦୈନିକ ଜୀବନର ଆୟ ଉପରେ ରୋକ ଲଗାଯାଇଛି। ଏହିକାରଣରୁ ବଲିଉଡର ଅନେକ ବଡ ବଡ ଷ୍ଟାର୍ସମାନେ ମଧ୍ୟ ସାହାଯ୍ୟର ହାତ ବଢ଼ାଇଛନ୍ତି। କିଏ ଆର୍ଥିକ ସହାୟତା କରିଛନ୍ତି ତ କିଏ ନିଜ ଘର ଏବଂ ଅଫିସକୁ ସାହାଯ୍ୟ ପାଇଁ ଦେଇଛନ୍ତି। ଏସବୁ ମଧ୍ୟରେ ‘ତନୁ ୱେଡ଼ସ ମନୁ (Tanu Weds Manu)’ ର ଫେମ ଅଭିନେତା ଦୀପକ ଡୋବରିୟାଲ ମଧ୍ୟ ପ୍ରତ୍ୟେକ ମୁହୂର୍ତ୍ତରେ ନିଜ ଷ୍ଟାଫର କର୍ମଚାରୀଙ୍କ ସାହାଯ୍ୟ କଥା କହିଛନ୍ତି।

dd

ସୂଚନା ମୁତାବକ ଲକଡାଉନ କାରଣରୁ ଛୋଟ ଚାକିରୀ କରିଥିବା ଲୋକଙ୍କ ମନରେ ଚାକିରୀର ଭୟ ଦେଖାଦେଇଛି। କାରଣ ଛୋଟ ଛୋଟ କାର୍ଯ୍ୟକାରୀ ସଂସ୍ଥାର ମାଲିକଙ୍କ କହିବାନୁଯାୟୀ, ଯଦି କିଛି ଆୟ ହେଉନାହିଁ ତେବେ ଆମେ କର୍ମଚାରୀଙ୍କୁ ଦରମା କେମିତି ଦବୁ। ଏଭଳି ସ୍ଥିତିରେ ଅଭିନେତା ଦୀପକ ଡୋବରିୟାଲ ଏକ ବଡ ପଦକ୍ଷେପ ନେଇଛନ୍ତି। ସେ କହିଛନ୍ତି, କିଛି ବି ହେଇଯାଉ ମତେ ଲୋନ କରିବାକୁ ପଡୁ ପଛେ ମୋ ସହ କାମ କରୁଥିବା ଲୋକଙ୍କୁ ପ୍ରତ୍ୟେକ ମୁହୂର୍ତ୍ତରେ ସାହାଯ୍ୟ କରିବି।

ଏକ ସାକ୍ଷାତକାର ମାଧ୍ୟମରେ ଦୀପକ କହିଛନ୍ତି, ମୁଁ ବର୍ଷରେ ଗୋଟିଏ ଫିଲ୍ମ କରିଥାଏ। ଏହିକାରଣରୁ ଅନ୍ୟ ଲୋକଙ୍କ ସମାନ ଦାନ କରିବା ପାଇଁ ମୋ ପାଖରେ ଅଧିକ କିଛି ନାହିଁ। ଏଥିସହ ସେ କହିଛନ୍ତି ମୁଁ ଶପଥ କରୁଛି ମୋ ସହ କାମ କରୁଥିବା ୬,୭ ଜଣ ଲୋକଙ୍କ ଦରମା ମୁଁ ବନ୍ଦ କରିବି ନାହିଁ। ଏହି ସମୟରେ ଆମ ଭଳି କଳାକାରମାନେ ସମସ୍ୟାରେ ରହିଥିବା ବେଳେ ଗରିବ ଲୋକଙ୍କର କଣ ହେବ ଭାବି ଦୁଃଖ ଲାଗୁଛି। ଏହାଠାରୁ ଅଧିକ ଦୁଃଖ ସେହି ସମୟରେ ଲାଗିଥାଏ ଯେଉଁ ସମୟରେ ଲୋକମାନେ ନିଜ ଘର କିମ୍ବା ସାଥିରେ କାମ କରୁଥିବା ଲୋକ ଖରାପ ସମୟରେ ଏକୁଟିଆ ଛାଡି ଦେଇଥାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.