ବିଶ୍ୱରେ ଅଧାରୁ ଅଧିକ ମହିଳା ବିନା ଇଚ୍ଛାରେ ହେଉଛନ୍ତି ଗର୍ଭବତୀ; ମିଳିତ ଜାତିସଂଘ ରିପୋର୍ଟରେ ଖୁଲାସା

ମିଳିତ ଜାତିସଂଘ ଜନସଂଖ୍ୟା କୋଷର ‘ବିଶ୍ୱ ଜନସଂଖ୍ୟା ରିପୋର୍ଟ ୨୦୨୨’ରେ ଆଶ୍ଚର୍ଯ୍ୟଜନକ କଥା ସାମ୍ନାକୁ ଆସିଛି। ଏହି ରିପୋର୍ଟ ମୁତାବକ, ବିଶ୍ୱରେ ପ୍ରତିବର୍ଷ ୧୨.୧ କୋଟି ମହିଳା ଗର୍ଭବତୀ ହେଉଛନ୍ତି। ସେମାନଙ୍କ ମଧ୍ୟରୁ ଅଧାରୁ ଅଧିକ ମହିଳା ବିନା ଇଚ୍ଛାରେ ଗର୍ଭଧାରଣ କରୁଛନ୍ତି। ଏଥିରେ କୁହାଯାଇଛି ଯେ କେବଳ ୫୭ ପ୍ରତିଶତ ମହିଳା ଗର୍ଭବତୀ ହେବା ଏବଂ ସେକ୍ସ ସମ୍ବନ୍ଧୀୟ ନିର୍ଣ୍ଣୟ ନେବାରେ ସକ୍ଷମ।

ରିପୋର୍ଟରେ ଆହୁରି ଖୁଲାସା ହୋଇଛି, ବିନା ଇଚ୍ଛାରେ ଗର୍ଭବତୀ ହେଉଥିବା ମହିଳାଙ୍କ ମଧ୍ୟରୁ ୬୦ ପ୍ରତିଶତ ମହିଳା ଗର୍ଭପାତ କରାଇ ଦିଅନ୍ତି। ଏହି ୬୦ ପ୍ରତିଶତ ମାମଲାରେ ୪୫ ପ୍ରତିଶତ ମାମଲା ଅସୁରକ୍ଷିତ ହୋଇଥାଏ ଏବଂ ୫ରୁ ୧୩ ପ୍ରତିଶତ ପର୍ଯ୍ୟନ୍ତ ମୃତ୍ୟୁର କାରଣ ପାଲଟିଥାଏ।

ରିପୋର୍ଟ ମୁତାବକ, ବର୍ଷ ୧୯୯୦ରୁ ୨୦୧୯ ମଧ୍ୟରେ ପ୍ରତି ୧୦୦୦ ମହିଳାଙ୍କ ମଧ୍ୟରୁ ବିନା ଇଚ୍ଛାରେ ଗର୍ଭବତୀ ହେଉଥିବା ମହିଳାଙ୍କ ସଂଖ୍ୟା ୭୯ରୁ କମି ୬୪ ହୋଇଯାଇଛି। ଏହି ଅଧ୍ୟୟନ ୬୪ ଦେଶର ମହିଳାଙ୍କୁ ନେଇ କରାଯାଇଥିବା ବେଳେ ୪୭ ଦେଶର ୪୦ ପ୍ରତିଶତ ମହିଳା ଗର୍ଭନିରୋଧକ ବ୍ୟବହାର କରନ୍ତି ନାହିଁ ବୋଲି ଜଣାପଡ଼ିଛି। ସେପଟେ ୨୩ ପ୍ରତିଶତ ମହିଳା ବିନା ଇଚ୍ଛାରେ ଶାରୀରିକ ସମ୍ବନ୍ଧରେ ସାମିଲ ହୋଇ ଥାଆନ୍ତି ଏବଂ ୮ ପ୍ରତିଶତ ମହିଳା ଗର୍ଭନିରୋଧକର ନିଷ୍ପତ୍ତି ନେବାରେ ଅସମର୍ଥ ଥାଆନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.