ବଜାର ମିଠା ଖାଇ ଖାଇ ହୋଇଗଲେଣି କି ବୋର? ତେବେ ବନାନ୍ତୁ ବ୍ରେଡ ମଲାଇ ରୋଲ୍‌

କଣ ଆପଣଙ୍କୁ ମିଠା ଖାଇବାକୁ ପସନ୍ଦ। ଆଉ ପ୍ରତିଦିନ ମିଠା ନ ଖାଇଲେ ଆପଣଙ୍କୁ ଭଲ ଲାଗେନି। ଆଉ ପ୍ରତିଦିନ ଏମିତି ବଜାରରୁ ମିଠା କିଣି କିଣି ବୋର ହୋଇଗଲେଣି କି, ତାହେଲେ ଘରେ ବନାନ୍ତୁ ଏମିତି ମିଠା ରେସିପି ଯାହା ଖାଇବାକୁ ବହୁତ ଟେଷ୍ଟି ହେବା ସହ ସ୍ୱାସ୍ଥ୍ୟକର ହୋଇଥାଏ। ଆମେ ଆପଣଙ୍କୁ ଆଜି ଜଣାଇବୁ କେମିତି ପ୍ରସ୍ତୁତ କରିବେ ବ୍ରେଡ ମଲାଇ ରୋଲ ରେସିପି।

ଆବଶ୍ୟକ ସାମଗ୍ରୀ

୨ଟ ମିଲ୍କ ବ୍ରେଡ
୩୦ ଗ୍ରାମ୍‌ କ୍ରୀମ
୫୦ ଗ୍ରାମ୍‌ ମିଠା ଖୁଆ
୧୫୦ ଗ୍ରାମ ଚିନି
୧ ଲିଟର କ୍ଷୀର
ଗାର୍ନିସ କରିବା ପାଇଁ ଡ୍ରାଏ ଫ୍ରୁଟ୍ସ

ପ୍ରସ୍ତୁତି ପ୍ରଣାଳୀ

  • ବେଡ ମଲାଇ ତିଆରି କରିବା ପାଇଁ ଏକ ପ୍ୟାନ୍‌ ନିଅନ୍ତୁ ଏବଂ ସେଥିରେ କ୍ଷୀର, ଚିନି, ମିଠା ଖୁଆ ଏବଂ ମଲାଇ ପକାନ୍ତୁ।
  • ଏହାପରେ ବ୍ରେଡ ସ୍ଲାଇସ ନିଅନ୍ତୁ ଏବଂ ତାର ଭିତରେ କ୍ରୀମ ଲଗାଇ ଦିଅନ୍ତୁ।
  • ଏହାପରେ ସବୁ ବ୍ରେଡ ସ୍ଲାଇସକୁ ଭଲଭାବେ ରୋଲ କରିଦିଅନ୍ତୁ।
  • ରୋଲ କରାଯାଇଥିବା ସ୍ଲାଇସକୁ ସର୍ଭିଙ୍ଗ ପ୍ଲେଟରେ ଭଲଭେବେ ସଜାଇ ଦିଅନ୍ତୁ।
  • ଏବେ ଏହା ଉପରେ କ୍ଷୀର, ଚିନି ଏବଂ ଖୁଆର ଯେଉଁ ମିଶ୍ରଣ ବନାଇଥିଲେ, ସେଇଟାକୁ ବ୍ରେଡ ରୋଲ ଉପରେ ପକାନ୍ତୁ।
  • ଏହାଉପରେ ଡ୍ରାଏ ଫ୍ରୁଟ୍ସକୁ ସଜାଇ ସାମାନ୍ୟ ଥଣ୍ଡା ହୋଇଗଲେ ସର୍ଭ କରନ୍ତୁ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.